୨୯ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଚଳିତ ମାସ ୨୯ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହିଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଆସିବ। ବଜେଟ ଅଧିବେଶନ ଏପ୍ରିଲ ୮ ଯାଏ ଚାଲିବ ବୋଲି ଲୋକ ସଭା ସଚିବାଳୟ ପକ୍ଷରୁ ଗୁରୁବାର ସୂଚନା ମିଳିଛି। ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚଦାବିକୁ ବିଚାର କରିବା ଏବଂ ଏହାର ରିପୋର୍ଟ ପ୍ରସ୍ତୁତ କରିବା ଲାଗି କିଛି ସମୟ ଦିଆଯିବ। ଫେବୃୟାରୀ ୧୫ରେ ଗୃହକୁ ମୁଲତବୀ ଘୋଷଣା କରାଯିବ। ଏହା ପୁଣି ଥରେ ମାର୍ଚ୍ଚ ୮ରେ ଶୁଭାରମ୍ଭ ହେବ। କରୋନା ମହାମାରୀକୁ ଧ୍ୟାନରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୂର୍ବ ଅଧିବେଶନ ଭଳି ପର୍ଯ୍ୟାୟ ଭିତ୍ତିରେ ଏହା ଅନୁଷ୍ଠିତ ହେବ। ଲୋକ ସଭା ସନ୍ଧ୍ୟା ଶିଫ୍ଟ ଏବଂ ରାଜ୍ୟ ସଭା ସକାଳେ ବସିବ। ବଜେଟ ଅଧିବେଶନରେ ପ୍ରଶ୍ନକାଳ ରହିବା ନେଇ କୁହାଯାଉଛି। ପୂର୍ବ ଅଧିବେଶନରେ ସଦନ ୪ ଘଣ୍ଟା ଲେଖାଏ ବସୁଥିବାରୁ ପ୍ରଶ୍ନକାଳକୁ ବାଦ୍‌ ଦିଆଯାଇଥିଲା। ପ୍ରଶ୍ନକାଳ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଶୀଘ୍ର ହେବ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରପ୍ତାନିରେ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୧୫-୧୨: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ପଞ୍ଚମ ଥର ଲାଗି ରପ୍ତାନିରେ ହ୍ରାସ ଘଟିଛି। ଚଳିତ ବର୍ଷ ନଭେମ୍ବରରେ ଦେଶ ମଧ୍ୟରୁ ରପ୍ତାନି ୦.୩୨%...

ଏଲ୍‌ଏନ୍‌ଜିକୁ ଏଲ୍‌ଏମ୍‌ଓ ଟ୍ୟାଙ୍କରରେ ପରିଣତ କଲା ଆଇଓସିଏଲ୍‌

ଭୁବନେଶ୍ୱର,୨୯।୪: ମେଡିକାଲ ଅକ୍ସିଜେନ ଯୋଗାଣକୁ ନଜରରେ ରଖି ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ପକ୍ଷରୁ ଏହାର ଅବ୍ୟବହୃତ ଏଲ୍‌ଏନ୍‌ଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ ଟ୍ୟାଙ୍କର...

ଗାଁ-ଗରିବ ଚାଷୀ-ରୋଜଗାରକୁ ବଜେଟରେ ଗୁରୁତ୍ୱ

ନୂଆଦିଲ୍ଲୀ,୧।୨: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଗାଁ-ଗରିବ ଚାଷୀ-ରୋଜଗାରକୁ ଗୁରୁତ୍ୱ ଦିଆଯାଇଛି। ୨୦୩୦ ସୁଦ୍ଧାରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା...

ଏୟାର ଏସିଆର ବିଗ୍‌ ସେଲ୍‌ ଘୋଷଣା

ନୂଆଦିଲ୍ଲୀ,୩-୧୧: ଏୟାର ଏସିଆ ପକ୍ଷରୁ ବିଗ୍‌ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ଯାତ୍ରୀମାନେ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡାଣ ଉପରେ ଆକର୍ଷଣୀୟ ଅଫର...

ଜୁଲାଇରେ ଆଧାର ଆଧାରିତ ନେଣଦେଣ ୨୨ କୋଟି ଟପିଲା

ନୂଆଦିଲ୍ଲୀ,୧୩-୮: ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ପ୍ରଣାଳିରେ ନେଣଦେଣ ୨୨ କୋଟି ଟପିଛିି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସୋମବାର କହିଛି ଯେ, ଆଧାର...

ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାର କିଣିଲା ମିଡିଆଟେକ୍‌

ନୂଆଦିଲ୍ଲୀ: ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାରକୁ ତାଇଓ୍ବାନ ଭିତ୍ତିକ କମ୍ପାନୀ ମିଡିଆଟେକ୍‌ କ୍ରୟ କରିଛି। ମିଡିଆଟେକ୍‌ର ସହଯୋଗୀ କମ୍ପାନୀ ରିଚ୍‌ଟେକ୍‌ ଦ୍ୱାରା ଏହି କାରବାର...

ବିଏସ୍‌ଏନ୍‌ଏଲ୍‌ର ଖର୍ଚ୍ଚକାଟ ଯୋଜନା; ୮୦ ହଜାର କର୍ମଚାରୀଙ୍କୁ ଦିଆଯିବ ଭିଆର୍‌ଏସ୍‌

ନୂଆଦିଲ୍ଲୀ,୫ା୯: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ)ନିଜର ଜମି ଭଡା ଦେଇ ଅର୍ଥ ଆୟ ବଢ଼ାଇବାକୁ ପ୍ରୟାସ କରୁଛି। ଅପରପକ୍ଷରେ...

୫୪,୫୩୮ ଟଙ୍କା ଛୁଇଁଲା ସୁନା

ନୂଆଦିଲ୍ଲୀ,୩୧।୭ : ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଲାଗି ରହିବାରୁ ସୁନା ଦରରେ ବୃଦ୍ଧି ଘଟିଥିବା ଜଣାପଡିଛି। ଶୁକ୍ରବାର ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା...

Advertisement


Archives

Model This Week

Why Dharitri