ବଜେଟ: ବିକଶିତ ଭାରତ, ଓଡ଼ିଶାର ନକ୍ସା

ସଂସଦରେ ମୋଦି ସରକାରଙ୍କର ଦ୍ୱାଦଶ ବର୍ଷରେ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ଦେଶର ବଜେଟ ଉପସ୍ଥାପନ କରିଛନ୍ତି। ନୂତନ ସଂସଦ ଭବନ ସେଣ୍ଟ୍ରାଲ ଭିସ୍ତାରୁ ଏହା ହେଉଛି ଦେଶର ପ୍ରଥମ ବଜେଟ। ନିର୍ମଳା ସୀତାରମଣଙ୍କର ବଜେଟରେ ଆଗାମୀ ଆର୍ଥିକ ବର୍ଷ ପାଇଁ ଦେଶର ଅର୍ଥନୀତି ଓ ସାଧାରଣ ଜନତାଙ୍କ ରୋଜଗାର ଓ ଜୀବନ ଧାରଣର ମାନରେ ଉନ୍ନତିର ବାର୍ତ୍ତାକୁ ଟିକିନିଖିକରି ବୁଝିବାକୁ ଚେଷ୍ଟା କରିଛି। ଆମ ଦେଶର ବିଭିନ୍ନ ବିରୋଧୀ ରାଜନୈତିକ ଦଳର ଆଭିମୁଖ୍ୟକୁ ମଧ୍ୟ ଭଲ ଭାବେ ବୁଝିବାକୁ ଚେଷ୍ଟା କରିଛି। ଏହି ରାଷ୍ଟ୍ରୀୟ ବଜେଟରେ ଆମ ରାଜ୍ୟ ଓଡ଼ିଶା ପାଇଁ କି କି ଯୋଜନା, କାର୍ଯ୍ୟକ୍ରମ ତଥା ସୁଯୋଗ ଓ ଆହ୍ବାନ ଅଛି, ଏହା ଉପରେ ଲମ୍ବା ସମୟ ଧରି ବିଶେଷଜ୍ଞ, ସାଧାରଣ ଲୋକଙ୍କ ସହ ଆଲୋଚନା କରିଛି। ତିନି ଦଶନ୍ଧିର ମୋର ରାଜନୈତିକ ଯାତ୍ରା ଓ ଅନୁଭବ ଆଧାରରେ ମୁଁ ନିଜେ ଦେଶ ଓ ବିଶେଷକରି ଓଡ଼ିଶାର ବିକାଶ ପରିପ୍ରେକ୍ଷୀରେ ତର୍ଜମା କରିବାକୁ ଚେଷ୍ଟା କରିଛି।
ଏହି ନିବନ୍ଧ ମାଧ୍ୟମରେ ଆମ ରାଜ୍ୟର ଛାତ୍ର, ଯୁବକ, ମହିଳା, କୃଷକ, ଗରିବଙ୍କ ସମେତ ଶିଳ୍ପ, ବାଣିଜ୍ୟ, ସଂସ୍କୃତି ନେଇ କାମ କରୁଥିବା ଓ ଆଗ୍ରହ ରଖିଥିବା ଜନସାଧାରଣଙ୍କ ସହ ଭାବର ଆଦାନ ପ୍ରଦାନ କରିବା ମୋର ଇଚ୍ଛା। ଆପଣମାନେ ସାମାଜିକ ଗଣମାଧ୍ୟମ ଏବଂ ବିଭିନ୍ନ ସରକାରୀ ଯୋଗାଯୋଗ ମାଧ୍ୟମରେ ମୋ ପାଇଁ ଆପଣମାନଙ୍କ ମନ୍ତବ୍ୟ ଦେବା ପାଇଁ ଅନୁରୋଧ କରୁଛି। ମୋର ଦୃଢ଼ ବିଶ୍ୱାସ ଆମେ ଖାଲି ନିର୍ବାଚିତ ସରକାର ଚଳାଉନୁ, ଆମେ ଲୋକଙ୍କ ସରକାର ଚଳାଉଛୁ। ସେଥିପାଇଁ ଆପଣମାନେ ମୋତେ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି। ଖାଲି ଶବ୍ଦରେ ନୁହେଁ, ମୋର ନିତିଦିନିଆ କାମରେ ପ୍ରତି ମୁହୂର୍ତ୍ତରେ ଆପଣଙ୍କ ଲୋକଙ୍କ ମୁଖ୍ୟମନ୍ତ୍ରୀ ସମ୍ବୋଧନର ସମ୍ମାନ ରକ୍ଷା କରିବାର ପ୍ରତିଶ୍ରୁତି ସହ ମୋର ମୂଳ ବିଷୟକୁ ଆସୁଛି।
ଯେତେବେଳେ ଦେଶର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ଶେଷ କରୁଥିଲେ, ମୋ ମନରେ ଏହି ବଜେଟକୁ ଅଳ୍ପ ବାକ୍ୟରେ କେମିତି ବର୍ଣ୍ଣନା କରାଯାଇପାରିବ ପ୍ରଶ୍ନ ଉଙ୍କିମାରୁଥିଲା। ମୋତେ ବ୍ୟକ୍ତିଗତ ଭାବରେ ଲାଗିଲା ଗୋଟିଏ ଆର୍ଥିକ ବର୍ଷ ପାଇଁ ଅସ୍ପଷ୍ଟତା ବଦଳରେ ସ୍ପଷ୍ଟ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଛି। ହୁଏତ ଗୋଟିଏ ଆର୍ଥିକ ବର୍ଷରେ ଲେଖାଯୋଖା ଅଛି। ମାତ୍ର ୨୦୪୭ ସୁଦ୍ଧା ବିକଶିତ ଭାରତର ରୋଡ୍‌ମ୍ୟାପ୍‌ ସହ ଏହି ଯାତ୍ରାକୁ ଆହୁରି ଗତି ଦେବା ପାଇଁ ଏ ବଜେଟ ଉଦ୍ଦିଷ୍ଟ। ୨୦୩୬ ମସିହାରେ ଆମ ରାଜ୍ୟ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟଭାବେ ଗଠିତ ହେବାର ୧୦୦ ବର୍ଷରେ ପହଞ୍ଚିବ। ମାନେ ଆଉ ୧୦ ବର୍ଷରେ ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାର ଅନେକ ସୁଯୋଗ ଓ ସମ୍ଭାବନାର ସମ୍ଭାରକୁ ଏହି ବଜେଟରେ ରଖାଯାଇଛି। ମୋଦିଜୀଙ୍କ ଦୃଢ଼ ନେତୃତ୍ୱରେ ଦେଶ ପ୍ରଗତିର ଚରମ ଶୀର୍ଷରେ ପହଞ୍ଚିବ। ତାଙ୍କ ମାର୍ଗଦର୍ଶନରେ ୨୦୩୬ର ବିକଶିତ ଓଡ଼ିଶା ଓ ୨୦୪୭ରେ ବିକଶିତ ଭାରତର ନିର୍ମାଣରେ ବଡ଼ ଭୂମିକା ନେବ। ଏଥିପାଇଁ ଏହି ବଜେଟ ତା’ର କ୍ଷେତ୍ର ପ୍ରସ୍ତୁତି କରିଛି ବୋଲି ମୋର ସ୍ପଷ୍ଟ ମତ।
ମୋର ଓଡ଼ିଶାର ଭାଇ ଓ ଭଉଣୀମାନେ, ଆମ ଦେଶ ଭାରତ ଆଜି ଦିନରେ ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କାରଣରୁ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇପାରିଛି। ଯେଉଁ ବ୍ରିଟିଶ ଶାସନ ଆମକୁ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଗୋଲାମ କରିଥିଲା, ସେହି ଦେଶ ଇଂଲଣ୍ଡକୁ ପଛକୁ ଠେଲି ଆମେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଛୁ। ଚତୁର୍ଥ ସ୍ଥାନରେ ପହଞ୍ଚିବାର ଆମର ସାଙ୍କେତିକ ପକ୍ଷକୁ ବୁଝନ୍ତୁ। ଏହାଦ୍ୱାରା ଦେଶର ଯୁବଶକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ଉପରେ ମନସ୍ତାତ୍ତ୍ୱିକ ପ୍ରଭାବକୁ ବି ଅନୁଭବ କରନ୍ତୁ। ଖୁବ୍‌ଶୀଘ୍ର ପୃଥିବୀର ତୃତୀୟ ବୃହତ୍ତମ ଏବଂ ୨୦୪୭ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ଅର୍ଥନୀତି ହେବାର ମନୋବଳକୁ ଓଡ଼ିଆ ଭାବରେ ଆସନ୍ତୁ, ଆମେ ଆହୁରି ଦୃଢ଼ କରିବା। ପ୍ରାଚୁର୍ଯ୍ୟ ଭିତରେ ଓଡ଼ିଶା କାହିଁକି ଗରିବ, ଏ ହୀନମନ୍ୟତାରୁ ଓଡ଼ିଆ ଜାତିକୁ ଉପରକୁ ଉଠାଇବାର ସମୟ ଆସିଛି। ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ଆଦିବାସୀ ଜନସଂଖ୍ୟା ସହିତ ପରିଶ୍ରମୀ ଓ ବୁଦ୍ଧିମାନ ଓଡ଼ିଆ ଜାତି ପାଇଁ ଏହି ବଜେଟ ହେଉଛି ୨୦୩୬ ପର୍ଯ୍ୟନ୍ତ ଆଗାମୀ ୧୦ ବର୍ଷ ପାଇଁ ଏବଂ ୨୦୪୭ ପର୍ଯ୍ୟନ୍ତ ଆଗାମୀ ୨୧ ବର୍ଷ ପାଇଁ ଏକ ସ୍ପଷ୍ଟ ରୋଡ୍‌ମ୍ୟାପ୍‌, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ଏହି ବଜେଟରେ ପରିସଂଖ୍ୟାନ ନେଇ ତର୍କବିତର୍କ ତ ଚାଲିଛ, ମାତ୍ର ଏଥିରେ ଆମ ରାଜ୍ୟ ଓଡ଼ିଶାର ସଂକଳ୍ପକୁ ରାଜ୍ୟର ବିକାଶର ଗତିକୁ ଆହୁରି ଗତିଶୀଳ କରିବା ପାଇଁ ମାନନୀୟ ମୋଦିଜୀ ଓ ସୀତାରମଣଜୀଙ୍କ ଦୂରଦର୍ଶୀ ଯୋଜନା ଉପରେ ଏହି ସୀମିତ ସ୍ଥାନରେ ଚୁମ୍ବକ ଚୁମ୍ବକରେ କିଛି ଲେଖିବା ସହ ଏହା ଉପରେ ଆପଣମାନେ ବିସ୍ତୃତ ତର୍କବିତର୍କ ଓ ଆଲୋଚନା କରିବାକୁ ଆହ୍ବାନ ଜଣାଉଛି। ଓଡ଼ିଶା ପାଇଁ ମୋଦିଜୀଙ୍କ ‘ରେଆର୍‌ ଆର୍ଥ କରିଡର’ ଆମ ପ୍ରାକୃତିକ ସମ୍ପଦ, ପରିଶ୍ରମୀ ଏବଂ ବୁଦ୍ଧିମାନ ଓଡ଼ିଆଙ୍କ ସୃଜନଶୀଳତାରେ ଖାଲି ଓଡ଼ିଶାର ନୁହେଁ ବରଂ ଦେଶର ବିକାଶରେ ଏକ ପ୍ରମୁଖ ଭୂମିକା ନେବ। ଏହାର ସଫଳତା ଦେଶର ହାଇଟେକ୍‌ ତଥା ଭବିଷ୍ୟତର ବିକାଶର ମାପଦଣ୍ଡ ଇଲେକ୍ଟ୍ରିକ୍‌ ଯାନବାହନ, ପବନଚାଳିତ ଟର୍ବାଇନ୍‌, ସେମିକଣ୍ଡକ୍ଟର ଏବଂ ବହୁ ଆଧୁନିକ ପ୍ରଯୁକ୍ତି ବିଦ୍ୟାସମ୍ପନ୍ନ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତି ପାଇଁ ଆମ ରାଜ୍ୟର ଉତ୍ପାଦ ଏକ ପ୍ରମୁଖ ଭୂମିକା ନେବ। ଏଥିପାଇଁ ଏଥରର କେନ୍ଦ୍ରୀୟ ବଜେଟ ସମ୍ପୂର୍ଣ୍ଣ ଭ୍ୟାଲୁ ଚେନ୍‌କୁ ମାନେ ଖଣି, ଖଣିଜ ସମ୍ପଦ, ଏହାର ପ୍ରକ୍ରିୟାକରଣ ଏବଂ ଫିନିସ୍ଡ ଉତ୍ପାଦ ପାଇଁ ଯୋଜନା ଓ ଅର୍ଥ ବିନିଯୋଗ କରିବା ଉପରେ ଗୁରୁତ୍ୱ ଦେଇଛି। ଖଣିଜ ତଥା ଡାଉନଷ୍ଟ୍ରିମ୍‌ ଶିଳ୍ପରେ ଓଡ଼ିଶା ସାରା ଦେଶର ପେଣ୍ଠସ୍ଥଳୀ ହେବାରେ ସହାୟକ ହେବ।
ବଜେଟରେ ଓଡ଼ିଶା ପାଇଁ ଏହି ବ୍ୟବସ୍ଥା ରାଜ୍ୟର ବହୁ ବଡ଼ ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟିକରିବ। ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦନ, ଗବେଷଣା ଏବଂ ମାନୁଫ୍ୟାକ୍ଚରିଂ ପ୍ଲାଣ୍ଟରେ ଓଡ଼ିଶାକୁ ଦେଶର କେନ୍ଦ୍ରସ୍ଥଳ କରିବା ପାଇଁ ଏହି ବଜେଟ ଆମ ଓଡ଼ିଆମାନଙ୍କ ପାଇଁ ସୁଯୋଗ ଆଣି ଦେଇଛି। ଖଣି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ, ପ୍ରକ୍ରିୟାକରଣ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦ ଓଡ଼ିଶାର ପରିଚୟ ହୋଇପାରିବ। ଆମ ରାଜ୍ୟ ଓଡ଼ିଶା ସହ କେରଳ, ଆନ୍ଧ୍ର ଓ ତାମିଲନାଡ଼ୁ ମଧ୍ୟ ଏହି ଯୋଜନାରେ ସାମିଲ ଅଛନ୍ତି। ଆମ ଉପକୂଳ ଅଞ୍ଚଳର ମୋନାଜାଇଟ୍‌ଯୁକ୍ତ ବାଲିର ସଦୁପଯୋଗକରି ଚୀନ ଉପରେ ଆମ ଦେଶର ଆମଦାନୀକୁ ବହୁମାତ୍ରାରେ କମାଯାଇପାରିବ। ଆମେ ସମୃଦ୍ଧହେବା ଏବଂ ଆମ ରାଜ୍ୟ ଦେଶ ସମୃଦ୍ଧିରେ ବଡ଼ ଭୂମିକା ନେବ। ଏହା ତ ଆମ ଓଡ଼ିଆମାନଙ୍କର ୨୦୩୬ ଏବଂ ୨୦୪୭ ପାଇଁ ସ୍ବପ୍ନ ! ଏ ବଜେଟ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବ।
ଭିତ୍ତିଭୂମି, ବିଶେଷ ଭାବରେ ରେଳଲାଇନ, ରାସ୍ତା ନେଟ୍‌ୱର୍କ ତଥା ପ୍ରଦୂଷଣ ରହିତ ଜଳପଥ-ମାନେ ସବୁଜ ଲଜିଷ୍ଟିକ୍ସ କ୍ଷେତ୍ରରେ ଏ ବଜେଟ ବଡ଼ ସୁଯୋଗ ଆଣି ଦେଉଛି ବୋଲି ବଜେଟ ଭାଷଣ ଶୁଣୁଶୁଣୁ ମୋତେ ଅନୁଭବ ହୋଇଥିଲା। ଏଥର ରେଳ ବଜେଟ କ୍ଷେତ୍ରରେ ଆମ ରାଜ୍ୟ ପାଇଁ ୧୦,୯୨୮ କୋଟି ଟଙ୍କାର ବ୍ୟୟବରାଦର ଆକଳନ କରାଯାଇଛି। ୨୦୨୫-୨୬ ବଜେଟରେ ୧୦, ୫୯୯ ଏବଂ ୨୦୨୪-୨୫ ବଜେଟରେ ଏହା ୧୦, ୫୩୬ କୋଟି ଥିଲା। ୨୦୧୪ ପୂର୍ବରୁ ୮୦୦ କୋଟି ଆମ ପାଇଁ ସ୍ବପ୍ନ ଥିଲା। ଏହି ବଜେଟରେ ୫ନଂ. ଜାତୀୟ ଜଳପଥର ବିକାଶ ଆମ ଗ୍ରୀନ୍‌ ଅର୍ଥନୀତିର ଆଧାର ହେବ। ଆମର କୋଇଲା ଏବଂ ଖଣିଜ ଓ ଶିଳ୍ପ ହବ୍‌ ତାଳଚେର, ଅନୁଗୋଳ, କଳିଙ୍ଗନଗର, ପାରାଦୀପ ଏବଂ ଧାମରା ଆଦିକୁ ଆମର ନଦୀମାନଙ୍କ ସହ ଯୋଡ଼ିବ। ନଦୀ ଓ ଜଳ ସମ୍ପଦରେ ପୂର୍ଣ୍ଣ ଓଡ଼ିଶା କାହିଁକି ଗରିବ, ଏ ପ୍ରଶ୍ନ ପଚାରିବାକୁ ଆଉ ପଡ଼ିବ ନାହିଁ, ବରଂ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବାର ମାଧ୍ୟମ ହେବ। ପୂର୍ବ-ପଶ୍ଚିମ ସମର୍ପିତ ମାଲ ବୁହା କରିଡର ପଶ୍ଚିମବଙ୍ଗର ଡାଙ୍କୁଣିରୁ ଗୁଜରାଟର ସୁରଟରେ ପହଞ୍ଚିବ। ଓଡ଼ିଶା ଦେଇ ଯାଉଥିବା ଏହି କରିଡର ଆମର ଶିଳ୍ପ ବିକାଶକୁ ରାଷ୍ଟ୍ରୀୟ ଅର୍ଥନୀତି ସହ ଯୋଡ଼ିବ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରେ ସାରା ବିଶ୍ୱରେ ଓଡ଼ିଶା ପାଇଁ ପଚିଚୟ ହୋଇଛି ଆମର ଅତିଥି ‘ଅଲିଭ୍‌ ରିଡ୍‌ଲେ କଇଁଛ’। ଆମର ଉପକୂଳର ଗହୀରମଥା ଏବଂ ଋଷିକୁଲ୍ୟା ମୁହାଣ ମୋଦିଜୀଙ୍କ ବଜେଟ ‘ଟର୍ଟଲ ଟ୍ରେଲ୍ସ’ ଓଡ଼ିଶାକୁ ବିଶ୍ୱ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟନ ମାନଚିତ୍ରରେ ଏପରି ଏକ ସ୍ଥାନ ଦେବ ଯାହା ଭାରତର କୌଣସି ଉପକୂଳ ରାଜ୍ୟର ଭାଗ୍ୟରେ ସମ୍ଭବ ନୁହେଁ। ଆମ ସମୁଦ୍ର ଆମର ଆର୍ଥିକ ଉପଯୋଗରେ କାହିଁକି ଆସୁନି, ଏ ପ୍ରଶ୍ନ ଉଠାଇବାର ଆଉ ସୁଯୋଗ ରହିବନି। ମୋଦିଙ୍କ ‘ଟର୍ଟଲ ଟ୍ରେଲ୍ସ’ ଆମ ଉପକୂଳ ପାଇଁ ଅନନ୍ୟ ସୁଯୋଗ ଆଣିବ।
ମୋର ମନେଅଛି ୨୦୧୬ ମସିହାରେ ମୋଦିଜୀ ଇଣ୍ଡିଆନ୍‌ ଅଏଲ୍‌ ରିଫାଇନେରି ଉଦ୍‌ଘାଟନ ସମୟରେ କହିଥିଲେ, ଏହା ପାରାଦୀପ ନୁହେଁ ଏହା ହେବ ଓଡ଼ିଆ ଯୁବଶକ୍ତିର ବିକାଶ ଦୀପ। ପାରାଦୀପକୁ କେନ୍ଦ୍ରକରି ପୂରା ଆମ ଓଡ଼ିଶାର ଶିଳ୍ପାୟନ ଏବଂ ବିକାଶର ସ୍ବପ୍ନ ଦେଖାଇଥିଲେ। ଏବେ ବଜେଟରେ କେମିକାଲ୍ସ ପାର୍କ ଉପରେ ଗୁରୁତ୍ୱ ପାରାଦୀପରେ ବିକଶିତ ପେଟ୍ରୋକେମିକାଲ ଇକୋସିଷ୍ଟମରେ ବଡ଼ ପୁଞ୍ଜି ଯୋଡ଼ି ହେବାର ସୁଯୋଗ ତିଆରି କରିଛି ଏହି ବଜେଟ୍‌।
ଦେଶର ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ ବଡ଼ ବଜେଟ ବ୍ୟବସ୍ଥା ଓଡ଼ିଶାରେ ସିଲିକନ୍‌ ଏବଂ ସେମିକଣ୍ଡକ୍ଟର ଶିଳ୍ପକ୍ଷେତ୍ରରେ ବଡ଼ ବିକାଶର ସୁଯୋଗ ସୃଷ୍ଟି କରିବ। ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଏବଂ ମାନୁଫାକ୍ଚରିଂ ଏ ବଜେଟରେ ଗୁରୁତ୍ୱ ପାଇଛି। ମୋର ଦୃଢ଼ବିଶ୍ୱାସ, ବିଶ୍ୱର ବଡ଼ ଶିଳ୍ପ ଅନୁଷ୍ଠାନମାନଙ୍କର ଓଡ଼ିଶା ଉପରେ ଭରସା ଏହି ସମ୍ଭାବନାକୁ ଆହୁରି ବଢ଼ାଇବ। ମୁଁ ନିଜେ ବିଶ୍ୱର ବିଭିନ୍ନ ଦେଶ ଏବଂ ଆମ ଦେଶର ବଡ଼ ବଡ଼ ସହରକୁ ଯାଇ ପୁଞ୍ଜିପତିମାନଙ୍କ ସହ ବ୍ୟକ୍ତିଗତ କଥା ହେଉଛି। ଉତ୍କର୍ଷ ଓଡ଼ିଶା ବ୍ୟାପକ ସଫଳ ହୋଇଥିଲା। ପ୍ରବାସୀ ଭାରତୀୟ ଦିବସରେ ବିଶ୍ୱର ଭାରତୀୟ ଶିଳ୍ପପତିମାନେ ଓଡ଼ିଶା ଆସି ମୋଦି ଗ୍ୟାରେଣ୍ଟିରେ ‘ୟହି ସମୟ ହେ, ସହି ସମୟ ହେ’ ଆହ୍ବାନରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କାମ କରୁଛନ୍ତି। ଏହି ବଜେଟ ଆମର ଆଶାକୁ ଆହୁରି ବଢ଼ାଇଛି। ମୁଁ ଆହୁରି ନୂଆ ନୂଆ ପୁଞ୍ଜିନିବେଶକାରୀଙ୍କୁ ଏହି ସୁଯୋଗରେ ଆମନ୍ତ୍ରଣକରି ଆମ ଯୁବପିଢ଼ି ପାଇଁ ରୋଜଗାର ସୁଯୋଗ ସୃଷ୍ଟିକରିବା ପାଇଁ ଯୋଜନା ଓ ପରିଶ୍ରମର ସହ କାମ କରିବି ।
ଏହି ବଜେଟରେ ରାଜ୍ୟମାନଙ୍କୁ ସୁଧମୁକ୍ତ ଦୀର୍ଘମିଆଦୀ ଋଣ ପାଇଁ ୧.୮୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥା କରାଯାଇଛି। ମୋଦିଜୀଙ୍କ ପ୍ରାଥମିକତା ପୂର୍ବ ଭାରତ ହୋଇଥିବାରୁ ଆମେ ଆମର ଦୀର୍ଘମିଆଦୀ ଭିତ୍ତିଭୂମି ପାଇଁ ଏହାର ସଦୁପଯୋଗ କରିବା ପାଇଁ ବଡ଼ ସୁଯୋଗ ସୃଷ୍ଟିହେବ।
ନିବନ୍ଧରେ ଶବ୍ଦର ସୀମା ଅଛି। ଅନେକ କଥା ଆପଣଙ୍କ ସହ ଆଲୋଚନା କରିବାର ଇଚ୍ଛା ଅଛି। ଏହି ବଜେଟ ଦେଶର ସାମାଜିକ ସୁରକ୍ଷା ଓ ସାଧାରଣବର୍ଗ ଯଥା ଯୁବକ, ମହିଳା, କୃଷକ ଓ ଆଦିବାସୀ ବିଶେଷ ଭାବରେ ଗରିବଙ୍କ ରୋଜଗାର ବଢ଼ାଇବା ପାଇଁ ଭିନ୍ନ ଭିନ୍ନ ସୁଯୋଗ ସୃଷ୍ଟି କରିଛି। ପ୍ରକୃତପକ୍ଷେ ଏହି ବଜେଟ ମୋଦିଜୀଙ୍କର ସ୍ଲୋଗାନ ‘ସବ୍‌କା ସାଥ୍‌- ସବ୍‌କା ବିକାଶ’କୁ କ୍ରିୟାନ୍ବୟନ କରିବା ପାଇଁ ସୁଯୋଗ ସୃଷ୍ଟି କରିଛି। ମୋଦିଜୀଙ୍କ ନେତୃତ୍ୱରେ ଆମ ଶାସନର ମୂଳ ଆଧାର ଜନଭାଗୀଦାରି। ବିକାଶକୁ ମୋଦିଜୀ ଜନ ଆନ୍ଦୋଳନର ରୂପ ଦେଇଛନ୍ତି। ଆସନ୍ତୁ, ଏହି ରାଷ୍ଟ୍ରୀୟ ସ୍ରୋତରେ ଆମେ ଓଡ଼ିଆମାନେ ବଡ଼ ଭୂମିକା ନେବା।

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରି,ଓଡ଼ିଶା

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକ, ପୂର୍ବତନ କ୍ରିକେଟରଙ୍କ ୬୭ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ,୩।୨: ଇଂଲଣ୍ଡରୁ ଏକ ବଡ଼ ଖବର ଆସିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଟୋନି ପିଗଟଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ଦେହାନ୍ତ ପରେ…

ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀଙ୍କୁ ଆଜି ଟଙ୍କା ଦେବେ ସରକାର

ଭୁବନେଶ୍ବର,୩।୨: ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରୁ ଏହା ପ୍ରଥମ ଥର ପାଇଁ…

ଭାରତ ବିପକ୍ଷରେ ଖେଳିବାକୁ ଏମିତି ସର୍ତ୍ତ ରଖିଲା ପାକିସ୍ତାନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ୍‌,୩।୨: ପାକିସ୍ତାନ କ୍ରିକେଟ ବୋର୍ଡର ନାଟକ ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ପାକିସ୍ତାନ ପ୍ରଥମେ ଟି୨୦ ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଥିଲା…

ଟାରିଫ ହଟିଲା, ଟ୍ରେଡ ଡିଲ ଘୋଷଣା, ମୋଦିଙ୍କୁ ପ୍ରଶଂସା, କେମିତି ଗୋଟିଏ ଫୋନ କଲରେ ବଦଳିଲା ଟ୍ରମ୍ପଙ୍କ ସ୍ବର? ଜାଣନ୍ତୁ ଟାଇମଲାଇନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିଳମ୍ବିତ ସାରେ ଟେଲିଫୋନରେ କଥା ହୋଇଥିଲେ। ଏହା ପରେ, ରାଷ୍ଟ୍ରପତି ଟ୍ରମ୍ପ ଦୁଇ…

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ମୃତଚାଷୀଙ୍କ ସମ୍ପର୍କୀୟ

ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (କ) ଗ୍ରାମର ଯୁବଚାଷୀ ବଳରାମ ପଧାନଙ୍କ ଧାନ ବିକ୍ରି ଟଙ୍କା କେରଳ ସ୍ଥିତ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା…

ଭୟଭୀତ ମମତା: ଦିଲ୍ଲୀରୁ ଡକାଇଲେ ସ୍ବତନ୍ତ୍ର ବାହିନୀ

କୋଲକାତା,୩।୨: ଦିଲ୍ଲୀ ପୋଲିସ ଦ୍ୱାରା ଲଗାଯାଇଥିବା କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରୁ ଦିଲ୍ଲୀକୁ ସ୍ବତନ୍ତ୍ର ବାହିନୀ ଡକାଇଛନ୍ତି। ବଙ୍ଗଳା ପୋଲିସର ଏକ…

ଆଜି ହେବନାହିଁ ଅନଲାଇନ ଡେଲିଭରି! ଧର୍ମଘଟକୁ ଓହ୍ଲାଇବେ ଗିଗ୍‌ କର୍ମଚାରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୩।୨: ଅନଲାଇନ ଡେଲିଭରି ଆପ୍ସ ଏବଂ ଡିଜିଟାଲ ପ୍ଲାଟଫର୍ମ ସହିତ ଜଡିତ ଗିଗ କର୍ମଚାରୀମାନେ ସେମାନଙ୍କର ସମସ୍ୟାର ପ୍ରତିବାଦରେ ଫେବୃଆରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଏବଂ କାର୍ଯ୍ୟ…

ଟି-୨୦ ବିଶ୍ୱକପ ଖେଳିବେନି ପ୍ୟାଟ୍ କମିନ୍ସ, କାରଣ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ODI  ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ଲମ୍ବା କ୍ୟାରିଅର ଏବଂ ୨୦୨୭ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri