ବଜେଟ ଧାର୍ଯ୍ୟ ଲକ୍ଷ୍ୟ ଟପିଲା ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୧।୯: ସରକାର ସାରା ବର୍ଷ ଲାଗି ବଜେଟରେ ଧାର୍ଯ୍ୟ କରିଥିବା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ମାତ୍ର ୪ ମାସରେ ଟପିଯାଇଛି। ଜୁଲାଇ ଶେଷ ସୁଦ୍ଧା ବିତ୍ତୀୟ ନିଅଣ୍ଟ ୮.୨୧ ଲକ୍ଷ କୋଟି ଟଙ୍କା ରହିଛି। ଏହା ବଜେଟ ଲକ୍ଷ୍ୟର ୧୦୩.୧% ବୋଲି ସରକାରଙ୍କ ଡାଟାରୁ ଜଣାପଡିଛି। ଏହି ସମୟ ମଧ୍ୟରେ ସରକାର ୨.୦୩ ଲକ୍ଷ କୋଟି ଟଙ୍କାର ନେଟ୍‌ ଟିକସ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଅପରପକ୍ଷରେ ସରକାରଙ୍କ ମୋଟ ଖର୍ଚ୍ଚ ୧୦.୨ ଲକ୍ଷ କୋଟି ଟଙ୍କା ରହିଛି। କରୋନା ଭାଇରସ୍‌ ଯୋଗୁ ବଜାରରେ ଉପୁଜିଥିବା ସ୍ଥିତିକୁ ସମ୍ଭାଳିବା ଲାଗି ସରକାର ଅଧିକ ଖର୍ଚ୍ଚ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ଫଳରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଏପ୍ରିଲରେ ଆରମ୍ଭ ହୋଇଥିବା ଚଳିତ ଆର୍ଥତ୍କ ବର୍ଷରେ ବିତ୍ତୀୟ ନିଅଣ୍ଟ ୭.୫% ଛୁଇଁପାରେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏହା ୩.୫% ସ୍ତରରେ ରହିବ ବୋଲି ସରକାର ପୂର୍ବରୁ ଆକଳନ କରିଥିଲେ। କରୋନା ଯୋଗୁ ଘରୋଇ ବଜାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କାରବାର ବର୍ତ୍ତମାନ ସୁଦ୍ଧା ଟ୍ରାକ୍‌କୁ ଫେରିପାରି ନ ଥିବା ଜଣାପଡିଛି। ବଜାରର ସ୍ଥିତିକୁ ସମ୍ଭାଳିବା ଲାଗି ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କର ବିଭିନ୍ନ ପଦକ୍ଷେପ ଜାରି ରଖିଛି। ସୂଚନାଯୋଗ୍ୟ, ସରକାରଙ୍କ ଆୟ ଏବଂ ବ୍ୟୟ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବିତ୍ତୀୟ ନିଅଣ୍ଟ ବା ରାଜକୋଷୀୟ ଘାଟା ବୋଲି ବିବେଚନା କରାଯାଇଥାଏ। ଆୟଠାରୁ ବ୍ୟୟ ବଢିଲେ ଏହା ରାଜକୋଷ ଉପରେ ବେଶି ପ୍ରଭାବ ପକାଇଥାଏ। କାରଣ ନିଅଣ୍ଟ ହେଉଥିବା ଅର୍ଥକୁ ସରକାର ଋଣ ଦ୍ୱାରା ଭରଣା କରିଥାନ୍ତି। ଟିକସ ସଂଗ୍ରହ ପରେ ଏହାକୁ ପୁଣି ଥରେ ଶୁଝିବାକୁ ପଡେ। ଏହି ଅର୍ଥ ଶୁଝିବା ଲାଗି ଏକ ବୃହତ୍‌ ପରିମାଣର ଅର୍ଥ ସୁଧ ଭାବେ ଖର୍ଚ୍ଚ କରିବାକୁ ପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri