Posted inଜାତୀୟ

Budget 2025: ପୂର୍ବରୁ ସନ୍ଧ୍ୟାରେ ଏବେ ଦିନରେ ହେଉଛି ବଜେଟ୍‌ ଉପସ୍ଥାପନ, ଜାଣନ୍ତୁ ହଠାତ୍‌ କେବେ କାହିଁକି ଏହି ନିୟମରେ ହେଲା ବଡ଼ ପରିବର୍ତ୍ତନ

ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଆମର ଅର୍ଥନୀତି ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଗତ ୧୦ ବର୍ଷ ଧରି ଆମର ବିକାଶ ଟ୍ରାକ ରେକର୍ଡ ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି। ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ଓମେନ ଇନ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ MSME ଆଦି ଫୋକସରେ ରହିଛି। ପ୍ରଧାନମନ୍ତ୍ରୀ ଧନ୍ୟ ଧାନ କୃଷି ଯୋଜନା-କୃଷି ଜିଲା ବିକାଶ କାର୍ଯ୍ୟକ୍ରମ। ଆମ ସରକାର ରାଜ୍ୟଗୁଡ଼ିକ ସହିତ ସହଭାଗୀତାରେ ଧନ୍ୟ କୃଷି ଯୋଜନା ହାତକୁ ନେବ। ଏହି କାର୍ଯ୍ୟକ୍ରମ ଜରିଆରେ ୧.୭ କୋଟି ଚାଷୀ ଉପକୃତ ହେବେ।
ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ MSME ବିକାଶର ଦ୍ବିତୀୟ ଇଞ୍ଜିନ ଭାବେ ନିଆଯାଇଛି। ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ କରାଯାଉଛି। MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ। ଯୁବକଙ୍କୁ MSME ଦ୍ବରା ଅଧିକ ନିଯୁକ୍ତି ଦିଆଯିବ। ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ ରହିଛି। ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ।
ଖେଳନା ତିଆରି ଶିଳ୍ପକୁ ଅଧିକ ଗୁରୁତ୍ୱ ଦିଆଯିବ। ଭାରତ ଖେଳନା ଶିଳ୍ପର ଗ୍ଲୋବାଲ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ସକ୍ଷମ ଅଙ୍ଗନଓ୍ବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ। ୧୦ ବର୍ଷରେ ମେଡିକାଲ ସିଟ ୧.୧ ଲକ୍ଷ ବୃଦ୍ଧି ଘଟିଛି। ସବୁ ଜିଲା ହସ୍ପିଟାଲରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ। ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ।

ତେବେ ପୂର୍ବରୁ ବଜେଟ୍‌ ଉପସ୍ଥାପନ କରିବାର ସମୟ ଅପରାହ୍ନ ୫ଟା ଥିଲା। ଯାହା ସକାଳ ୧୧ଟାକୁ ପରିବର୍ତ୍ତିତ ହୋଇଥିଲା। ସର୍ବଶେଷରେ କେଉଁ ବର୍ଷରେ ଏହା ପରିବର୍ତ୍ତନ କରାଯାଇଥିଲା ଏବଂ ଏହି ପରମ୍ପରା କାହିଁକି ବଦଳାଗଲା ଜାଣନ୍ତୁ।

ଭାରତ ସ୍ବାଧୀନତା ପାଇବା ପରେ ମଧ୍ୟ ଅପରାହ୍ନ ୫ଟାରେ ବଜେଟ ଉପସ୍ଥାପନ ଜାରି ରହିଲା। ଏହା ୧୯୯୯ ପର୍ଯ୍ୟନ୍ତ ଜାରି ରହିଥିଲା, କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଅଧୀନରେ ତତ୍କାଳୀନ ଅର୍ଥମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା ବଜେଟ ଉପସ୍ଥାପନ କରିବାର ସମୟ ପରିବର୍ତ୍ତନ କରିଥିଲେ ଏବଂ ଏହାକୁ ଉପସ୍ଥାପନ କରିବାର ସମୟ ପୂର୍ବାହ୍ନ ୧୧ଟାରେ ସ୍ଥିର କରାଯାଇଥିଲା।

ଦୁଇଟି କାରଣରୁ ବଜେଟ ଉପସ୍ଥାପନ କରିବାର ସମୟ ପରିବର୍ତ୍ତନ କରାଯାଇଥିଲା। ବାସ୍ତବରେ ପ୍ରଥମ କାରଣଟି ହେଲା ଭାରତ ଆଉ ବ୍ରିଟିଶ ଉପନିବେଶ ନୁହେଁ ତେଣୁ ପୁରୁଣା ସମୟ ଅନୁସରଣ କରିବାର କୌଣସି କାରଣ ନାହିଁ। ଦ୍ୱିତୀୟତଃ ଏମ୍‌ପି ଏବଂ ଅଧିକାରୀମାନଙ୍କୁ ବଜେଟ ଅଧ୍ୟୟନ ଏବଂ ଆଲୋଚନା ପାଇଁ ଅଧିକ ସମୟ ଦେବା ପାଇଁ ସମୟ ପରିବର୍ତ୍ତନ କରାଯାଇଥିଲା। ୨୭ ଫେବୃଆରୀ ୧୯୯୯ରେ ଯଶଓ୍ବନ୍ତ ସିହ୍ନା ପ୍ରଥମଥର ପାଇଁ ପୂର୍ବାହ୍ନ ୧୧ଟାରେ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ। ଅବଶ୍ୟ ଏହା ପରେ ମଧ୍ୟ ସମାନ କାର୍ଯ୍ୟ ଜାରି ରହିଲା।

ଏହାପୂର୍ବରୁ ଫେବୃଆରୀର ଶେଷ ଦିନରେ ବଜେଟ ଉପସ୍ଥାପିତ ହୋଇଥିଲା, କିନ୍ତୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ପରମ୍ପରାକୁ ଭାଙ୍ଗି ଫେବୃଆରୀ ୧ରେ ବଜେଟ୍‌ ୍‌ଉପସ୍ଥାପନ କରିବା ଆରମ୍ଭ କରିଥିଲେ। ଏପ୍ରିଲ ୧ରେ ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ନୂତନ ବଜେଟ ନୀତିର ସୁଗମ କାର୍ଯ୍ୟାନ୍ବୟନ ପାଇଁ ଏହି ପରିବର୍ତ୍ତନ କରାଯାଇଥିଲା। ସରକାରୀ ଯୋଜନାଗୁଡ଼ିକ ସଠିକ ଭାବରେ କାର୍ଯ୍ୟକାରୀ କରିବାକୁ ଏକ ଅତିରିକ୍ତ ମାସ ପାଇବା ସମୟ ପ୍ରଦାନ କଲା।

ପୂର୍ବରୁ ରେଳ ବଜେଟ ପୃଥକ ଭାବରେ ଉପସ୍ଥାପିତ ହୋଇଥିଲା, କିନ୍ତୁ ୨୦୧୬ରେ ରେଲଓ୍ବେ ବଜେଟ ୯୨ ବର୍ଷ ପୁରୁଣା ପରମ୍ପରାକୁ ଭାଙ୍ଗି କେନ୍ଦ୍ର ବଜେଟ୍ରେ ମିଶ୍ରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?