Posted inଜାତୀୟ

Budget 2025: ସାଧାରଣ ବଜେଟକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ୧୧ଟାରେ ଖୋଲିବ ପେଡି

ନୂଆଦିଲ୍ଲୀ,୧।୨: ଶୁକ୍ରବାର ସଂସଦରେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ ଅଷ୍ଟମ ଥର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ। ସାଧାରଣ ବଜେଟ ୨୦୨୫ ରାଷ୍ଟ୍ରପତି ଏବଂ କ୍ୟାବିନେଟର ଅନୁମୋଦନ ପାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସଂସଦ ଭବନରେ ପହଞ୍ଚି ସାରିଛନ୍ତି। ନିମଳା ସୀତାରାମନ୍‌ଙ୍କୁ କ୍ରିମ ରଙ୍ଗର ଶାଢ଼ି ପିନ୍ଧିଥିବାର ଦେଖାଯାଇଥିଲା। ଅର୍ଥମନ୍ତ୍ରୀ ପ୍ରଥମେ ଅର୍ଥ ମନ୍ତ୍ରଣାଳୟ, ତା’ପରେ ରାଷ୍ଟ୍ରପତି ଭବନ ଏବଂ ଏବେ ସେ ସଂସଦ ଭବନରେ ପହଞ୍ଚିଛନ୍ତି। ସେ ଖୁବଶୀଘ୍ର ବଜେଟ ଉପସ୍ଥାପନ କରିବେ। ଗରିବ, ମହିଳାଙ୍କଠାରୁ ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ୨୦୨୫ ସାଧାରଣ ବଜେଟ ଉପରେ ରହିଛି।
ସାଧାରଣ ବଜେଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଏବେ କିଛି ସମୟ ପରେ ବଜେଟ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହାକୁ ସକାଳ ୧୧ଟାରେ ସଂସଦରେ ଉପସ୍ଥାପନ କରିବେ। ବେତନଭୋଗୀ ବର୍ଗଙ୍କୁ ଟିକସ ଲାଭ ମିଳିବ ବୋଲି ଆଶା କରାଯାଉଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ଶନିବାର ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟ ଉପରେ ସାରା ଦେଶର ନଜର ରହିଛି। ପୂର୍ବରୁ, ସେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ୨୩ ଜୁଲାଇ ୨୦୨୪ରେ ଦେଶର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ଭାବରେ, ନିର୍ମଳା ସୀତାରାମନ୍‌ ଆଠ ଥର ବଜେଟ ଉପସ୍ଥାପନ କରିଛନ୍ତି। ଶୁକ୍ରବାର ତାଙ୍କ ଦ୍ୱାରା ଉପସ୍ଥାପିତ ହେବାକୁ ଥିବା ବଜେଟ ଉପରେ ଦେଶର ଜନସାଧାରଣଙ୍କର ବହୁତ ଆଶା ଅଛି। ଦିଲ୍ଲୀର ବାସିନ୍ଦା କୃଷ୍ଣ ଭଗତ କହିଛନ୍ତି ଯେ ଆଜିର ବଜେଟ ହେଉଛି ବିକଶିତ ଭାରତର ବଜେଟ। ଏହା ବିକାଶର ବଜେଟ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏହି ବଜେଟ ମାଧ୍ୟମରେ ସମାଜର ବିଭିନ୍ନ ଲୋକଙ୍କ ଆଶା ପୂରଣ ହେବ। ଏହା ବ୍ୟତୀତ, ମୁଁ ଭାବୁଛି ଯେ ଯଦି ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ କିଛି ପଦକ୍ଷେପ ନିଆଯାଏ, ତେବେ ଏହା ଗରିବ ଏବଂ ମଧ୍ୟବିତ୍ତ ପରିବାରକୁ ବହୁତ ଆଶ୍ୱସ୍ତି ଦେବ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri