Posted inଜାତୀୟ

ମଙ୍ଗଳବାର ଉପସ୍ଥାପନ ହେବ କେଜ୍‌ରିଓ୍ବାଲ ସରକାରଙ୍କ ବଜେଟ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀବାସୀଙ୍କ ପାଇଁ ମଙ୍ଗଳବାର ଏକ ବିଶେଷ ଦିନ। କାରଣ ମଙ୍ଗଳବାର ସକାଳ ୧୧ଟାରେ ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ କରାଯିବ। ରାଜ୍ୟର ନୂତନ ଅର୍ଥମନ୍ତ୍ରୀ କୈଳାଶ ଗେହଲଟ ପ୍ରଥମ ଥର ପାଇଁ ଦିଲ୍ଲୀର ବଜେଟ ଉପସ୍ଥାପନ କରିବେ। ସବୁବର୍ଷ ଭଳି ଚଳିତ ଥର ମଧ୍ୟ ବଜେଟରେ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ। ସେହିପରି ଚଳିତ ବର୍ଷ ବଜେଟରେ କେଜ୍‌ରିଓ୍ବାଲ ସରକାର ଏମ୍‌ସିଡି ଉପରେ ବିଶେଷ ଧ୍ୟାନ ଦେଇପାରନ୍ତି। କାରଣ ଏମ୍‌ସିଡିରେ କ୍ଷମତା ହାସଲ କରିବା ପରେ ଅରବିନ୍ଦ କେଜ୍‌ରିିୱାଲ ଏବଂ ତାଙ୍କ ସରକାରଙ୍କ ଫୋକସ୍‌ରେ ଏମ୍‌ସିଡିର ସ୍କୁଲ ଏବଂ ଡାକ୍ତରଖାନା ଠିକ୍‌ କରିବା ସହିତ ଅଳିଆ ଆବର୍ଜନାକୁ ଦୂର କରିବା ଉପରେ ରହିବ। ସୂଚନା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ଅରବିନ୍ଦ କେଜ୍‌ରିୱାଲ ସରକାର ଗଠନ ହେବା ପରଠାରୁ ମନୀଷ ସିସୋଡିଆ ଲଗାତାର ୮ବର୍ଷ ଧରି ଅର୍ଥମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ କରିଆସୁଥିଲେ। ହେଲେ ଫେବୃଆରୀ ୨୬ରେ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ମନୀଷ ସିସୋଡିଆ ଫେବୃଆରୀ ୨୮ରେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଅର୍ଥ ବିଭାଗର ଦାୟିତ୍ୱ କୈଳାଶ ଗେହଲଟଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଦିଲ୍ଲୀ ସରକାରଙ୍କ ଅନୁଯାୟୀ ମନୀଷ ସିସୋଡିଆଙ୍କ ନେତୃତ୍ୱରେ ଏହି ବଜେଟର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯାଇଛି। ଜେଲ ଯିବା ପୂର୍ବରୁ ସିସୋଡିଆ ଏହି ବଜେଟ ସମ୍ବନ୍ଧରେ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri