ଶିକ୍ଷା ବଜେଟ: ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୧-୨୨ରେ ଶିକ୍ଷାକୁ ନେଇ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ନ୍ୟାଶନାଲ ଏଜୁକେଶନ ପଲିସକୁ ସ୍ୱାଗତ କରାଯାଇଛି । ଏହି ଆଧାରରେ ଆଗାମୀ ଦିନରେ ୧୦୦ ସୈନିକ ସ୍କୁଲ ଖୋଲାଯିବ । ଏଥିପାଇଁ ଘରୋଇ କ୍ଷେତ୍ରର ସାହାଯ୍ୟ ନିଆଯିବ । ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ । ଏଥିପାଇଁ ଆଇନରେ ସଂଶୋଧନ କରାଯିବ । ଆଦିବାସୀ ଅଞ୍ଚଳରେ ୭୫୮ ଏକ୍ସକ୍ଲୁସିଭ ସ୍କୁଲ ନିର୍ମାଣ କରାଯିବ । ଏଥିପାଇଁ ଗୋଟିଏ ବିଦ୍ୟାଳୟରେ ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ତେବେ ଅନୁସୂଚିତ ଜାତି ପାଇଁ ୩୫ ହଜାର କୋଟି ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ୪୦ ନିୟୁତ ଶିକ୍ଷାର୍ଥୀ ଉପକୃତ ହୋଇ ପାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଘୃଣା, ହିଂସା ବିକାଶର ଶତ୍ରୁ’

ନୂଆଦିଲ୍ଲୀ,୫ା୩(ପି.ଟି.): ଘୃଣା ଓ ହିଂସା ବିକାଶର ଶତ୍ରୁ। ଦେଶରେ ବିସ୍ତାର କରାଯାଉଥିବା ବିଭାଜନବାଦୀ ନୀତିରୁ ‘ଭାରତମାତା’ର କ୍ଷତି ସାଧିତ ହେବ ବୋଲି ବୁଧବାର କଂଗ୍ରେସ ନେତା...

କୃଷି ଆଇନ ବିରୋଧରେ କୃଷକଙ୍କ ଭାରତ ବନ୍ଦ ଡାକରା, ୧୦ ମାସ ପୂରଣ ହେଲେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୭ ।୯: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ସୋମବାର ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି...

ହେଲ୍‌ମେଟ ପିନ୍ଧି ପିଆଜ ବିକିଲେ ସମବାୟ ସମିତି କର୍ମଚାରୀ

ପାଟନା,୩୦।୧୧: ପିଆଜର ଦର ଏତେ ବଢି ଯାଇଛି ଯେ ଏହାକୁ କିଣିବାକୁ ଗ୍ରାହକ ଭୟ କରୁଥିବା ବେଳେ ଏହାକୁ ବିକ୍ରି କରିବାକୁ ମଧ୍ୟ ଲୋକେ ଡରୁଛନ୍ତି।...

ପଦ୍ମ ଧରିଲେ ଅଭିନେତା ସନ୍ନି

ନୂଆଦିଲ୍ଲୀ,୨୩।୪: ଚଳିତ ଲୋକ ସଭା ନିର୍ବାଚନ ଅବସରରେ କେତେଜଣ ବଲିଉଡ୍‌ ତାରକା ରାଜନୀତିରେ ପାଦ ରଖିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଦ୍ମ ଧରିଛନ୍ତି ବଲିଉଡ୍‌ ଅଭିନେତା...

ବେକାରୀ ସମସ୍ୟାକୁ ନେଇ ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ

ବେଙ୍ଗାଲୁରୁ,୨୦।୯: କର୍ନାଟକରେ ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ୍‌ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ)ଦ୍ୱାରା ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରମାନେ ବସ୍‌ ଷ୍ଟାଣ୍ଡରେ...

୪୪ ଡିଗ୍ରୀ ତାପମାତ୍ରାରେ ସିଝୁଛି ରାଜଧାନୀ

ନୂଆଦିଲ୍ଲୀ,୨୪।୫: ରାଜଧାନୀ ଦିଲ୍ଲୀର ତାପମାତ୍ରା ଏବେ ୪୪ ଡିଗ୍ରୀ ଉପରେ ରହୁଥିବା ବେଳେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଛି। ଗୋଟିଏ ପଟେ କରୋନା ସଂକ୍ରମଣ...

‘ଜୟ ଶ୍ରୀରାମ’ ସ୍ଲୋଗାନ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି: ଅମର୍ତ୍ତ୍ୟ ସେନ୍‌

କୋଲକାତା,୬।୭: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ ଶୁକ୍ରବାର କହିଛନ୍ତି, ଏବେ ‘ଜୟ ଶ୍ରୀରାମ’ ସ୍ଲୋଗାନ କେବଳ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି।...

ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ର ପୁନରୁଜ୍ଜୀବନ ଯୋଜନାକୁ ପିଏମ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୨୫-୮: କେନ୍ଦ୍ର ସରକାର କ୍ଷତିରେ ଚାଲୁଥିବା ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିକମ୍‌ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ମିଶାଇବେ ନାହିଁ। ଏହି...

Advertisement


Archives

Model This Week