ରାଇକିଆ,୧୭ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମାଣିକେଶ୍ୱେର ପଞ୍ଚାୟତବାସୀ ବିଏସ୍ଏନ୍ଏଲ ସେବାରୁ ବଞ୍ଚିତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଟାଓ୍ବାର ସ୍ଥାପନ ହେଇଥିଲେ ମଧ୍ୟ ସେବା ମିଳି ପାରିନାହିଁ। ଇଣ୍ଟରନେଟ୍ ଯୁଗରେ ଲୋକେ ମୋବାଇଲ ଭଳି ସାଧାରଣ ସୁବିଧା ପାଇ ପାରିନାହାନ୍ତି। ଏହାର ପ୍ରତିବାଦରେ ସୋମବାର ମାଣିକେଶ୍ବର ପଞ୍ଚାୟତବାସୀ ରାସ୍ତାରୋକୋ କରିବା ସହ ଆନ୍ଦୋଳନ କରିଥିଲେ। ଖବର ପାଇ ଜି.ଉଦୟଗିରି ଏସ୍ଡିପିଓ ବିଜୟ କୁମାର ବିଶି ଏବଂ କନ୍ଧମାଳ ଏମ୍ପିଙ୍କ ପ୍ରତିନିଧି ତଥା ଟେଲିଫୋନ ଆଡଭାଇଜର କମିଟି ସଦସ୍ୟ ସନ୍ତୋଷ ଲେଙ୍କା ପହଞ୍ଚି ଲୋକଙ୍କୁ ବୁଝାଇବା ସହ ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ପରେ ପଞ୍ଚାୟତବାସୀ ଆନ୍ଦୋଳନରୁ ଓହରିଥିଲେ। ମାଣିକେଶ୍ୱରଠାରେ ତୁରନ୍ତ ସେବା ଆରମ୍ଭ ହେଇଥିବା ବେଳେ ବରେପାଙ୍ଗାରେ ମଧ୍ୟ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଲେଙ୍କା କହିଛନ୍ତି।