ଦାରିଙ୍ଗବାଡ଼ି,୧ା୪ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍ଏନ୍ଏଲ ନେଟ୍ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ ମଧ୍ୟ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ ଗ୍ରାମବାସୀ ତାତିଛନ୍ତି। ଏନେଇ ବ୍ରାହ୍ମଣୀଗାଁ ଥାନାରେ ଗ୍ରାମବାସୀ ପକ୍ଷରୁ ତୁରନ୍ତ ଏହି ସେବା ଯୋଗାଇଦେବାକୁ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗପତ୍ର୍ରେ ଦାବି ଉଠାଇଥିବା ଜାତୀୟ ମାନବାଧିକାର କର୍ମୀ ବିକ୍ରମ ବସ୍ତରାୟ କହିଛନ୍ତି ସେ ଗ୍ରାମବାସୀଙ୍କ ଦ୍ୱାରା ପ୍ରତିନିଧି ଭାବେ ଥାନାରେ ପହଞ୍ଚି ଏହି ଅଭିଯୋଗପତ୍ର ଆଇଆଇସି ବିଜୟ କୁମାର ହାଇବୁରୁଙ୍କୁ ପ୍ରଦାନ କରିଥିବା କହିଛନ୍ତି।
ସେ ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବ୍ରାହ୍ମଣୀଗାଁ ସମେତ ଉକ୍ତ ଥାନା ଅଞ୍ଚଳର ଗଦାପୁର, ଝିଞ୍ଜିରୀଗୁଡା, କାଟିଙ୍ଗିଆ, କୁମ୍ଭାରୀଗାଁ ପଞ୍ଚାୟତ ଅଞ୍ଚଳରେ ଏହି ସେବା ଅଚଳ ହୋଇପଡ଼ିଛି। ବିଏସ୍ଏନ୍ଏଲ୍ର ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ତୁରନ୍ତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଥାନାରେ ଦାବି କରାଯାଇଛି। ଏବେ ଅଞ୍ଚଳରେ ମୋବାଇଲ ସେବା ଓ ଇଣ୍ଟରନେଟ୍ ଅଚଳ ଯୋଗୁ ଉପଭୋକ୍ତାମାନେ ବହୁ ହଇରାଣର ସମ୍ମୁଖୀନ ଭୋଗୁଥିବା ଅଭିଯୋଗ କରାଯାଇଛି।