ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ୩ ମନଲୋଭା ପ୍ଲାନ: ଅନଲିମିଟେଡ୍‌ କଲିଂ ସହ ୭୫ଜିବିରୁ ଅଧିକ ଡାଟା ପାଇବେ ଗ୍ରାହକ !

ନୂଆଦିଲ୍ଲୀ,୩।୧୨: ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ପାଇଁ ୩ ନୂଆ ପୋଷ୍ଟପେଡ୍‌ ପ୍ଲ୍‌ାନ ବଜାରକୁ ଆସିଛି। କମ୍ପାନୀ ପକ୍ଷରୁ ଏହାର ଦାମ ଯଥାକ୍ରମେ ୧୯୯,୭୯୮,୯୯୯ ରଖାଯାଇଛି। ଏହି ପ୍ଲାନରେ ଗ୍ରାହକଙ୍କୁ ଅସୀମିତ କଲ୍‌ର ସୁବିଧା ସହ ଅନ୍ୟ ଲାଭ ମିଳିବ।

୧୯୯ ଟଙ୍କାର ପ୍ଲାନରେ ବିଏସ୍‌ଏନ୍‌ଏଲ୍‌ରୁ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବାର୍କକୁ ମାଗଣା କଲ୍‌ର ସୁବିଧା ମିଳିବ। ଏହାଛଡ଼ା ଅନ୍ୟ ନେଟଓ୍ବାର୍କ ପାଇଁ ୩୦୦ ମିନିଟ୍‌ ରହିବ। ପ୍ଲାନରେ ୨୫ ଜିବି ଡାଟା, ୧୦୦ ମେସେଜର ସୁବିଧା ଗ୍ରାହକ ପାଇବେ। ଡାଟା ଶେଷ ହେବା ପରେ ବ୍ୟବହାରକାରୀ ପ୍ରତି ଜିବିକୁ ୧୦.୨୪ ଟଙ୍କା ଦେବାକୁ ହେବ।

୭୯୮ଟଙ୍କାର ପ୍ଲାନରେ ଅନ୍‌ଲିମିଟେଡ୍‌ କଲିଂ, ୫୦ ଜିବି ହାଇସ୍ପିଡ୍‌ ଡାଟା, ୧୫୦ ଜିବି ଡାଟା ରୋଲ ଓଭର, ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ରହିଛି। ଏହାଛଡ଼ା ଏଥିରେ ଗ୍ରାହକଙ୍କୁ ୨ ଫାମିଲି କନେକ୍ସନ ମଧ୍ୟ ଦିଆଯାଉଛି। ଏଥିରେ ଅନଲିମିଟେଡ୍‌ କଲର ସୁବିଧା, ୫୦ଜିବି ଡାଟା ଏବଂ ୧୦୦ ମେସେଜ ରହିଛି। ସେହିଭଳି ୯୯୯ ଟଙ୍କିଆ ପ୍ଲାନରେ ଅନ୍‌ଲିମିଟେଡ୍‌ କଲିଂ, ୭୫ଜିବି ଡାଟା, ୨୨୫ ଜିବି ପର୍ଯ୍ୟନ୍ତ ରୋଲ ଓଭର, ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ। ଏଥିରେ ୩ ଫାମିଲି କନେକ୍ସନ ମଧ୍ୟ ଗ୍ରାହକ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଦାବିଦାରହୀନ ଜମା; ସ୍ବିସ୍‌ ସରକାରଙ୍କୁ ହସ୍ତାନ୍ତର ହୋଇପାରେ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲ୍ୟାଣ୍ଡର ବିଭିନ୍ନ ବ୍ୟାଙ୍କରେ ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ଦେଶର ଲୋକଙ୍କ ଦାବିଦାରହୀନ ଜମା ସେଠାକାର ସରକାରଙ୍କ ହସ୍ତାନ୍ତର ହୋଇପାରେ। ଏଭଳି ଭାବେ ଭାରତ...

କମିପାରେ ଖାଇବା ତେଲ ମୂଲ୍ୟ

ନୂଆଦିଲ୍ଲୀ,୧୨।୯: ଗତ ୧୪ ମାସ ମଧ୍ୟରେ ଭାରତୀୟ ବଜାରର ଖୁଚୁରା ଖାଇବା ତେଲ ମୂଲ୍ୟ ପ୍ରାୟ ୭୦% ବୃଦ୍ଧି ଘଟିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା...

ରାଜ୍ୟରେ ୩ ଶହ କୋଟିର କାରବାର ପ୍ରଭାବିତ

ଭୁବନେଶ୍ୱର,୧୬ ।୩ ଗତ ମାସରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ସରକାରଙ୍କ ବିନିଯୋଗ ଯୋଜନାର ଏକ ଅଂଶ ଭାବରେ ଦୁଇଟି...

ମେ’ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୨-୬: ମେ’ରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ବର୍ଷ ଏହି ସମୟରେ ଏହା ୯୪,୦୧୬ କୋଟି...

କୋହଳ ହେଲା ନିୟମ: ହେଲେ କେଉଁ ଦୋକାନ ଖୋଲିବ ତାହା ନିଷ୍ପତ୍ତି ନେବେ ଜିଲାପାଳ, କମିଶନର

ଭୁବନେଶ୍ୱର,୨୫।୪(ବ୍ୟୁରୋ): କୋହଳ ହୋଇଛି ଦୋକାନ ଖୋଲିବା ନିୟମ। ପୂର୍ବରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିୟମ ଥିବା ବେଳେ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ...

ଅକ୍ଟୋବର ପହିଲାରୁ ସମସ୍ତ ପ୍ରକାର ଋଣ ଶସ୍ତା କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୯:ଦେଶର ସର୍ବବୃହତ୍‌ ବ୍ୟାଙ୍କ କୁହାଯାଉଥିବା ଏସ୍‌ବିଆଇ ପାର୍ବଣ ପୂର୍ବରୁ ନିଜର ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅକ୍ଟୋବର ପହିଲାରୁ ସମସ୍ତ ଫ୍ଲୋଟିଂ...

୮ କମ୍ପାନୀ, ୩ ବ୍ୟାଙ୍କର ରେଟିଂ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୩।୬: ରେଟିଂ ଏଜେନ୍ସି ମୁଡିସ୍‌ ମଙ୍ଗଳବାର ୮ କମ୍ପାନୀ, ୩ ବ୍ୟାଙ୍କ ଏବଂ ୭ ଭିତ୍ତିଭୂମି କମ୍ପାନୀର ରେଟିଂକୁ ଖସାଇ ଦେଇଛି। ସେହିଭଳି ୭ ଅଣ...

ସାମ୍‌ସଙ୍ଗ୍‌ ସ୍ମାର୍ଟଫୋନ୍‌ରେ ନୂଆ ସୁରକ୍ଷା ଫିଚର

ନୂଆଦିଲ୍ଳୀ: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାମ୍‌ସଙ୍ଗ୍‌ ପକ୍ଷରୁ ଫୋନ୍‌ର ପ୍ରିଭେସି ଓ ସୁରକ୍ଷା ବୃଦ୍ଧି ଲାଗି ଏକ ନୂଆ ଫିଚର ଆଲଟ୍‌ଜେଡ୍‌ ଲାଇଫ ପ୍ରାଇଭେଟ ମୋଡ୍‌ର...

Advertisement
Archives

Model This Week