ଗ୍ରାହକଙ୍କୁ ଅସୀମିତ କଲ୍‌ ସାଙ୍ଗକୁ ଦିନକୁ ୫ ଜିବି ଡାଟା ଦେଉଛି ବିଏସ୍‌ଏନ୍‌ଏଲ୍‌ର ଏହି ନୂଆ ପ୍ଲାନ; ଜାଣନ୍ତୁ..

ନୂଆଦିଲ୍ଲୀ,୭।୭: ବିଏସ୍‌ଏନ୍‌ଏଲ୍‌ ଆଣିଛି ନୂଆ ପ୍ଲାନ। ମାତ୍ର ୫୯୯ ଟଙ୍କାରେ ଗ୍ରାହକମାନେ ପାଇବେ ଅନ୍‌ଲିମିଟେଡ୍‌(ଅସୀମିତ)  ଭଏସ୍‌ କଲିଂ ସହ ପ୍ରତିଦିନ ୫ ଜିବି ହାଇସ୍ପିଡ୍‌ ଡାଟା। ଏହାର ଭାଲିଡିଟି ୯୦ ଦିନ ରହିବ। ପ୍ଲାନକୁ ଓ୍ବାର୍କ ଫ୍ରମ ହୋମ୍‌ ପ୍ଲାନ୍‌ ଭାବେ କମ୍ପାନୀ ଛାଡ଼ିଛି। ଏଥିରେ ଗ୍ରାହକଙ୍କୁ ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ବି ମିଳିବ।

କେବଳ ଆଣ୍ଡାମାନ-ନିକୋବର ଏବଂ ଜମ୍ମୁ-କଶ୍ମୀରକୁ ଛାଡ଼ି ବାକି ସବୁ ସ୍ଥାନରେ ଏହି ପ୍ୟାକ୍‌ର ସୁବିଧା ଗ୍ରାହକ ଉଠାଇପାରିବେ। ବିଏସ୍‌ଏନ୍‌ଏଲ୍‌ର ଏହି ପ୍ରିପେଡ୍‌ ପ୍ଲାନରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍‌ ଲୋକାଲ, ଏସ୍‌ଟିଡି ଏବଂ ରୋମିଂ କଲ୍‌ ମିଳିବ। କେବଳ ୨୫୦ ମିନିଟ୍‌ ଆଉଟଗୋଇଙ୍ଗ ଲିମିଟ୍‌ ରହିବ। କଲିଂ ବ୍ୟତିତ ଗ୍ରାହକମାନେ ଡାଟା ଏବଂ ଏସ୍‌ଏମ୍‌ଏସ୍‌ର ସୁବିଧା ମଧ୍ୟ ପାଇପାରିବେ।

ଏହି ପ୍ୟାକ୍‌କୁ ଆକ୍ଟିଭେଟ୍‌ କରିବା ପାଇଁ ଗ୍ରାହକ ବିଏସ୍‌ଏନ୍‌ଏଲ୍‌ର ଓ୍ବେବ୍‌ସାଇଟ୍‌ ଯାଇପାରିବେ। ନଚେତ ଏସ୍‌ଟିଭି କମ୍ବୋ୫୦୦(STV COMBO୫୯୯) ଲେଖି ୧୨୩କୁ ମେସେଜ୍‌ କରିପାରିବେ। ଏହାଦ୍ୱାରା ସ୍ବତଃପ୍ରବୃତ ଭାବେ ରିଚାର୍ଜ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ରୋଜଗାର ହରାଇବେ ୧୬୦ କୋଟି: ଆଇଏଲ୍‌ଓ

ଜେନେଭା,୩୦।୪: କରୋନା ସଂକ୍ରମଣର ପ୍ରଭାବ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼ିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି।...

ଅତିରିକ୍ତ ଋଣ ଉଠାଇବେ ୫ ରାଜ୍ୟ

ନୂଆଦିଲ୍ଲୀ: ଖୋଲା ବଜାରରୁ ୫ ରାଜ୍ୟ ଅତିରିକ୍ତ ଋଣ ଉଠାଇବେ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ତେଲଙ୍ଗାନା ରହିଛନ୍ତି। ୧୬,୭୨୮...

ଆମାଜନରୁ କିଣିହେବ ଫାଷ୍ଟାଗ୍‌

ନୂଆଦିଲ୍ଲୀ,୩୧-୫: ଫାଷ୍ଟାଗ୍‌ ଏବେ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଉପଲବ୍ଧ ହେବ। ଟୋଲ ପ୍ଲାଜାଗୁଡ଼ିକରେ ଟୋଲ୍‌ ଟିକସ ଦେବା ସମୟରେ ଲମ୍ବା ଲାଇନର ସମ୍ମୁଖୀନ ହେଉଥିବା ଗାଡ଼ିଗୁଡ଼ିକ...

କଲ୍ୟାଣକୁମାର ଜେଏସ୍‌ଏଲ୍‌ର ନୂଆ ସିଏସ୍‌ଓ

ନୂଆଦିଲ୍ଲୀ,୧୦।୧: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ନୂଆ ଚିଫ ସଷ୍ଟେନବିଲିଟି ଅଫିସର (ସିଏସଓ) ଭାବେ କଲ୍ୟାଣ କୁମାର ଭଟ୍ଟାଚାର୍ଜୀ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ...

ପାକିସ୍ତାନ ଭାତଥାଳିରୁ ଡାଲି ଅଦୃଶ୍ୟ,ବନ୍ଦରରେ ପଡ଼ି ରହିଛି ୬ ହଜାରରୁ ଅଧିକ କଣ୍ଟେନର…

ଇସଲାମାବାଦ,୧୪।୧ : ଅନ୍ୟ ଏକ ଅତ୍ୟାବଶ୍ୟକ ରୋଷେଇ ସାମଗ୍ରୀ ପାକିସ୍ତାନରେ ମୁଦ୍ରାସ୍ଫୀତି ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ମହଙ୍ଗା ହେବା ଆରମ୍ଭ କରିଛି। ଡନ ଖବରକାଗଜ...

ମହଙ୍ଗା ହେବ ମୋବାଇଲ ହ୍ୟାଣ୍ଡସେଟ୍‌

ନୂଆଦିଲ୍ଲୀ,୧୫।୩: ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋବାଇଲ ଫୋନ୍‌ ଉପରେ ଜିଏସ୍‌ଟି...

ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧି ରୋକିଲା;ଜୁନ୍‌ ତ୍ରୈମାସରେ ବିକାଶ ହାର ୫%

ନୂଆଦିଲ୍ଲୀ,୩୧-୮: ମାନ୍ଦାବସ୍ଥା କାରଣରୁ ଦେଶର ଆର୍ଥିକ ଅଭିବୃଦ୍ଧି ବଢ଼ିବା ପରିବର୍ତ୍ତେ କମିଛି। ଦେଶର ବିକାଶ ହାର ଜୁନ୍‌ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୫%କୁ ହ୍ରାସ ପାଇଛି, ଯାହା କି...

ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ: ଋଣ ଜାଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ,୧।୮: ଦେଶର ପ୍ରଖ୍ୟାତ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି,...

Advertisement
Archives

Model This Week