ବଢିଲା OTET ୨୦୨୫ ଫର୍ମ ପୂରଣ ସମୟସୀମା, ଏହିଦିନ ଯାଏ ମିଳିଲା ସୁଯୋଗ

ଭୁବନେଶ୍ୱର,୨୪ା୧୧: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ସୋମବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୫ ପାଇଁ ଫର୍ମ ପୂରଣର ସମୟସୀମାକୁ ବୃଦ୍ଧି କରିଛନ୍ତି। BSE ଓଡ଼ିଶା ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଓଟିଇଟି ପରୀକ୍ଷା ୨୦୨୫ ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖକୁ ନଭେମ୍ବର ୨୭, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

“ରାଜ୍ୟର ବିଭିନ୍ନ ପ୍ରାର୍ଥୀଙ୍କ ଅନୁରୋଧକୁ ବିଚାରକୁ ନେଇ ଓଟିଇଟି ପରୀକ୍ଷା, ୨୦୨୫ ପାଇଁ ଫର୍ମ ପୂରଣର ଶେଷ ତାରିଖକୁ ୨୭.୧୧.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ୨୭.୧୧.୨୦୨୫ ପରେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ,” ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ପୂର୍ବରୁ ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର ୨୫ ଥିଲା। ଆଶାୟୀମାନେ ଅଫିସିଆଲ ୱେବସାଇଟ୍ www.bseodisha.ac.in ରେ ଯାଇ ଫର୍ମ ପୂରଣ କରିପାରିବେ।

ଓଟିଇଟି ୨୦୨୫ ପରୀକ୍ଷା ଡିସେମ୍ବର ୧୭, ୨୦୨୫ ତାରିଖରେ ଅନୁଷ୍ଠିତ ହେବ। ପେପର-୧ ସକାଳ ୯ ଟାରୁ ୧୧.୩୦ ପର୍ଯ୍ୟନ୍ତ। ପେପର-୨ ଅପରାହ୍ନ ୨ ଟାରୁ ୪.୩୦ ପର୍ଯ୍ୟନ୍ତ।ପ୍ରାର୍ଥୀମାନେ ଡିସେମ୍ବର ୧୦, ୨୦୨୫ ଠାରୁ ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

Share