ସାକ୍ଷୀଗୋପାଳ,୨୬ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ପୋଲିସ ପକ୍ଷରୁ ଅପରେଶନ ଚକ୍ର ଆଧାରରେ ନିଶା କାରବାର ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ଆଉ ଏକ ସଫଳତା ମିଳିଛି। ବେଆଇନ ନିଶା କାରବାର ଚଳାଉଥିବା ଖବରପାଇ ସତ୍ୟବାଦୀ ଥାନା ପୋଲିସ ସାକ୍ଷୀଗୋପାଳ କଲେଜ ଛକଠାରୁ ଅହମ୍ମଦପୁର ଓ ବାସୁକେରା ରାସ୍ତାରେ ବୁଧବାର ଚଢ଼ାଉ କରିଥିଲା। ସନ୍ଦେହ ଜନକ ଭାବରେ ବୁଲୁଥିବା ସ୍ଥାନୀୟ ଅହମ୍ମଦପୁର ଗ୍ରାମର ସେଖ ସଜ୍ଜିଦଙ୍କୁ ସବ୍ ଇନ୍ସପେକ୍ଟର ସୁକାନ୍ତି ମୁର୍ମୁ ପଚରାଉଚରା କରି ଥାନାକୁ ଉଠାଇ ଆଣିଥିଲେ।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲାସି କାରାଯାଇ ତାଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜାହାର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ। ନଗଦ ଟଙ୍କା ୨୩୫୦ ଏବଂ ବ୍ରାଉନସୁଗାର ପୁଡ଼ିଆ ପ୍ରସ୍ତୁତ କରିବାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ସତ୍ୟବାଦୀ ଥାନା କେସ୍ ନଂ ୪୧୬/ ୨୫ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ବୋଲି ଆଇଆଇସି ବିଜୟ କେତନ ବେହେରା କହିଛନ୍ତି। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ନିଶା କାରବାର ବିରୋଧରେ ଚାଲିଥିବା ଚଢ଼ାଉ ଜୋରଦାର କରାଯିବା ନେଇ ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି।