ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ବ୍ରାଉନସୁଗାର କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାନ୍ତିପଡ଼ାର ରାଜୁ ତାଣ୍ଡି (୪୬), ମାଷ୍ଟରଟିକ୍ରାର ଗୋପୀ ମହାନନ୍ଦ(୪୦) ଏବଂ ବିଶିପଡ଼ାର ଶ୍ରବଣ କୁମ୍ଭାର(୨୨)। ସେମାନଙ୍କ ପାଖରୁ ୧୬ ଗ୍ରାମ ବ୍ରାଉନସୁଗାର, ୨ଟି ମୋବାଇଲ ଏବଂ ନଗଦ ୨୨୫୦ ଟଙ୍କା ଜବତ ହୋଇଛି ବୋଲି ଶୁକ୍ରବାର ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ପଦରାବିନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି। ବରଗଡ଼ ସହର ଉପକଣ୍ଠ ବ୍ରହ୍ମଚାରୀ – କଟାପାଲି ରାସ୍ତାରେ ଏହି କାରବାର ଚାଲିଥିବା ବେଳେ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରାଯାଇଥିବା ଏସ୍‌ଡିପିଓ କହିଛନ୍ତି।

Dharitri – Odisha’s No.1 Odia Daily

Share