ଖୋର୍ଦ୍ଧା,୧୪।୧: ଖୋର୍ଦ୍ଧା ପୋଲିସ ପକ୍ଷରୁ ନିଶାମୁକ୍ତି ଅଭିଯାନ ଜାରି ରହିଛି। ନିଶା କାରବାର ମାମଲାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ଫାଣ୍ଡି ନିକଟରେ ଚଢ଼ାଉ କରି ୫୨ ଗ୍ରାମ ବ୍ରାଉନ ସୁଗର, ଦେଶୀ ୭ ଏମଏମ୍ ବନ୍ଧୁକ, ୩ଟି ଜୀବନ୍ତ ଗୁଳି, ନଗଦ ୧୧ ହଜାର ଟଙ୍କା ଏବଂ ହୋଣ୍ଡା ବାଇକ ସହ ଏକ ମୋବାଇଲ ଫୋନ ଜବତ କରାଯାଇଛି।
ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକପୁର ଗାଁର ବୋଲି ଜଣାପଡ଼ିଛି। ଏହି ଘଟଣାରେ ବୋଲଗଡ଼ ଥାନାରେ ଏନ୍ଡିପିଏସ୍ ଆକ୍ଟ ଓ ଆମର୍ସ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ଖୋର୍ଦ୍ଧା ଜିଲାରେ ନିଶା କାରବାର ଉପରେ ପୋଲିସର କଡ଼ା ନଜର ରଖିଛି। ଆଗାମୀ ଦିନରେ ଏଭଳି ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ଅତିରିକ୍ତ ଏସ୍ପି ଶ୍ରୀନିବାସ ମହାନ୍ତି ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily