ଟ୍ରକ୍‌ ଧକ୍କାରେ ଭାଇ ମୃତ, ଭଉଣୀ ଗୁରୁତର

ବଅଁରପାଳ, ୨୮ା୧ (ଡି.ଏନ.ଏ.): ସମ୍ପର୍କୀୟ ଭାଇଙ୍କ ମଙ୍ଗନ ଉତ୍ସବରୁ ଫେରୁଥିବା ବେଳେ ଏକ ଟ୍ରକ୍‌ ଧକ୍କାରେ ଭାଇଙ୍କ ମୃତ୍ୟୁ ହୋଇଛି। ତାଙ୍କ ସହ ସ୍କୁଟିରେ ଥିବା ଦାଦା ଝିଅ ଭଉଣୀ ଗୁରୁତର ହୋଇଛନ୍ତି। ଅନୁଗୋଳ ଜିଲା ବଅଁରପାଳ ଥାନା ନିକଟରେ ଶୁକ୍ରବାର ଅପରାହ୍ନ ୪ଟାରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ବଉଳିଗଡ ଗ୍ରାମର ସୁଧାଂଶୁ ଶେଖର ସାହୁ (୨୦)। ଗୁରୁତର ହୋଇଥିବା ଭଉଣୀ ହେଲେ ମିକି ସାହୁ (୧୮)।
ସୂଚନା ଅନୁଯାୟୀ, ବଅଁରପାଳ ବଉଳିଗଡ ଗ୍ରାମର ଅବନୀ ସାହୁଙ୍କ ଝିଅ ମିକି ଓ ଶ୍ରୀକାନ୍ତ ସାହୁଙ୍କ ପୁଅ ସୁଧାଂଶୁ ଶେଖର ଅପା ପୁଅ ଭାଇଙ୍କ ମଙ୍ଗନ ଉତ୍ସବରେ ଯୋଗଦେଇ ତାଳଚେରରୁ ଫେରୁଥିଲେ। ଉଭୟ ସ୍କୁଟି (ନଂ. ଓଡି୧୯ଭି- ୫୧୧୬)ରେ ବଅଁରପାଳ ଥାନା ନିକଟରେ ହୋଇଥିବା ବେଳେ ତାଳଚେର ପାର୍ଶ୍ୱରୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍‌ (ନଂ. ଓଡି ୦୯କେ- ୮୦୪୫) ସେମାନଙ୍କୁ ଧକ୍କା ଦେଇଥିଲା। ଖବରପାଇ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଡାକ୍ତର କଟକ ରେଫର କରିଥିଲେ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁଧାଂଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବଅଁରପାଳ ଥାନା ଅଧିକାରୀ ନରେଶ ସାହୁ କହିଛନ୍ତି, ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ନଂ. ୪୩/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

Weight Loss Tips: ରାତିରେ ଖାଆନ୍ତୁ ଏହି ୫ ଜିନିଷ, ଶୀଘ୍ର କମିଯିବ ପେଟର ଚର୍ବି

ଆଜିର ଦ୍ରୁତ ଗତି ଜୀବନରେ, କାମର ଚାପ ଏବଂ ପରିବର୍ତ୍ତନଶୀଳ ଅଭ୍ୟାସ ସିଧାସଳଖ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ସମୟ ଅଭାବରୁ ଲୋକମାନେ ସଠିକ ସମୟରେ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

୫୦ ଲକ୍ଷ ଟଙ୍କାର ଚାକିରି ଛାଡିଲେ, ଏବେ ମୋମୋ ବିକ୍ରି କରି ରୋଜଗାର କରୁଛନ୍ତି ୫ କୋଟି, ଏହି ବ୍ୟକ୍ତିଙ୍କ କାହାଣୀ…

ନୂଆଦିଲ୍ଲୀ,୧୦।୨: ଗୁରଗାଓଁର ଜଣେ ଯୁବ ଉଦ୍ୟୋଗୀ ସାକେତ ସୌରଭଙ୍କ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ର୍ଚ୍ଚାରେ ଅଛି। ସାକେତ ୨୦୨୩ରେ ତାଙ୍କର ବାର୍ଷିକ ୫୨ ଲକ୍ଷ ଲାଭଜନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri