ଦଲାଲ ସକ୍ରିୟ, ପନିପରିବା ଚାଷୀ ନିରାଶ, ୧୨୦ରୁ ଖସୁନି ଦର

ଦାରିଙ୍ଗବାଡ଼ି,୨୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ପନିପରିବା ଚାଷୀଙ୍କୁ ଦାଉ ସାଧିଛି। ଚଳିତ ବର୍ଷ ଅଦିନିଆ ବର୍ଷାରୁ ଆରମ୍ଭ ପରେ ମୌସମୀ ବର୍ଷା ଓ ବାରମ୍ବାର ଏକାଧିକ ଥର ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ହତାଶ କରିଛି। ଆବଶ୍ୟକତା ଠାରୁ ଅଧିକ ବର୍ଷା କ୍ଷତି ପହଞ୍ଚାଇଛି। ଚାଷୀଙ୍କୁ ବିନ୍‌ ଚାଷଠାରୁ ଆରମ୍ଭ କରି ବନ୍ଧା ଓ ଫୁଲ କୋବି, ବାଇଗଣ, ଟମାଟ, କଞ୍ଚାଲଙ୍କା, ଅଲଡି,ପୋଟଳ, ଆଳୁ, ପିଆଜ ଚାଷ ନଷ୍ଟ ହୋଇଛି ଝର ପାଣି ସମସ୍ତ ପନିପରିବା ଚାଷୀଙ୍କ ପନିପରିବା ଗଛରେ ମୂଳ ସଢା, ରୋଗପୋକ ଆଦି ନଷ୍ଟ କରିଦେଉଛି।

ସମୁଦ୍ର ପତ୍ତନ ଠାରୁ ୩୨ ସହ ଫୁଟ ଉଚ୍ଚତାରେ ରହିଛି ଦାରିଙ୍ଗବାଡ଼ି। ପନିପରିବା ଚାଷ ବର୍ଷା ଉପରେ ନିର୍ଭର କରିଥାଏ ବର୍ଷା ପରେ ଶୀତ ଦିନ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ି ଅଞ୍ଚଳରେ ପନିପରିବା ଚାଷ ଭଲ ହୁଏ ବ୍ରହ୍ମପୁର, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର ଆଦି ସହରକୁ ଯୋଗାଉଥିବା ଚାଷୀ ଏବେ ଗଞ୍ଜାମରୁ ପନିପରିବା ଦାରିଙ୍ଗବାଡ଼ିକୁ ଆସିଲେ ପରିବା ମିଳୁଛି। ସ୍ଥାନୀୟ ଅଞ୍ଚଳରେ କାଁ ଭାଁ ପନିପରିବା ଅମଳ ହେଉଥିବାରୁ ବିନ୍‌ କିଲୋ ୧ ଶହରୁ ୧୨୦ ଟଙ୍କା ରହିଛି।

ସେହିପରି ଅନ୍ୟ ପନିପରିବା ୫୦ଟଙ୍କା ଉପରେ ରହିଛି। ଫଳରେ ଉପଭୋକ୍ତା ଉଚ୍ଚ ଦରରେ ପନିପରିବା କିଣି ଖାଇବା ମୁସ୍କିଲ ହୋଇପଡ଼ିଛ। ଗଞ୍ଜାମ ସୋରଡ଼ା ଏବଂ ହିଞ୍ଜିଳିକାଟୁ, ସାଉଁଳେଇ ଆଦି ଅଞ୍ଚଳରୁ ଦୈନିକ ପନିପରିବା ଦାରିଙ୍ଗବାଡ଼ିକୁ ଆସିଲେ ପରିବା ମିଳୁଛି। ନ ହେଲେ ଆଳୁ ଭରସା ବୋଲି ସାଧାରଣରେ କୁହାଯାଉଛି। ଏବେ କାର୍ତ୍ତିକ ମାସ ରହିଥିବାରୁ ଲୋକମାନେ ଅଧିକାଂଶ ଆମିଷ ଭୋଜନ ଛାଡ଼ି ସାଦା ଭୋଜନ ଖାଉଥିବାରୁ ପନିପରିବା ଦର ଆହୁରି ବଢ଼ି ବଢ଼ି ଚାଲିଛି। ଫଳରେ ଗ୍ରାହକ ମହଲରେ ଚିନ୍ତା ବଢ଼ିଛି।

Dharitri – The Largest & Most Trusted Odia Daily

Share