ଦଲାଲ ସକ୍ରିୟ, ପନିପରିବା ଚାଷୀ ନିରାଶ, ୧୨୦ରୁ ଖସୁନି ଦର

ଦାରିଙ୍ଗବାଡ଼ି,୨୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ପନିପରିବା ଚାଷୀଙ୍କୁ ଦାଉ ସାଧିଛି। ଚଳିତ ବର୍ଷ ଅଦିନିଆ ବର୍ଷାରୁ ଆରମ୍ଭ ପରେ ମୌସମୀ ବର୍ଷା ଓ ବାରମ୍ବାର ଏକାଧିକ ଥର ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ହତାଶ କରିଛି। ଆବଶ୍ୟକତା ଠାରୁ ଅଧିକ ବର୍ଷା କ୍ଷତି ପହଞ୍ଚାଇଛି। ଚାଷୀଙ୍କୁ ବିନ୍‌ ଚାଷଠାରୁ ଆରମ୍ଭ କରି ବନ୍ଧା ଓ ଫୁଲ କୋବି, ବାଇଗଣ, ଟମାଟ, କଞ୍ଚାଲଙ୍କା, ଅଲଡି,ପୋଟଳ, ଆଳୁ, ପିଆଜ ଚାଷ ନଷ୍ଟ ହୋଇଛି ଝର ପାଣି ସମସ୍ତ ପନିପରିବା ଚାଷୀଙ୍କ ପନିପରିବା ଗଛରେ ମୂଳ ସଢା, ରୋଗପୋକ ଆଦି ନଷ୍ଟ କରିଦେଉଛି।

ସମୁଦ୍ର ପତ୍ତନ ଠାରୁ ୩୨ ସହ ଫୁଟ ଉଚ୍ଚତାରେ ରହିଛି ଦାରିଙ୍ଗବାଡ଼ି। ପନିପରିବା ଚାଷ ବର୍ଷା ଉପରେ ନିର୍ଭର କରିଥାଏ ବର୍ଷା ପରେ ଶୀତ ଦିନ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ି ଅଞ୍ଚଳରେ ପନିପରିବା ଚାଷ ଭଲ ହୁଏ ବ୍ରହ୍ମପୁର, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର ଆଦି ସହରକୁ ଯୋଗାଉଥିବା ଚାଷୀ ଏବେ ଗଞ୍ଜାମରୁ ପନିପରିବା ଦାରିଙ୍ଗବାଡ଼ିକୁ ଆସିଲେ ପରିବା ମିଳୁଛି। ସ୍ଥାନୀୟ ଅଞ୍ଚଳରେ କାଁ ଭାଁ ପନିପରିବା ଅମଳ ହେଉଥିବାରୁ ବିନ୍‌ କିଲୋ ୧ ଶହରୁ ୧୨୦ ଟଙ୍କା ରହିଛି।

ସେହିପରି ଅନ୍ୟ ପନିପରିବା ୫୦ଟଙ୍କା ଉପରେ ରହିଛି। ଫଳରେ ଉପଭୋକ୍ତା ଉଚ୍ଚ ଦରରେ ପନିପରିବା କିଣି ଖାଇବା ମୁସ୍କିଲ ହୋଇପଡ଼ିଛ। ଗଞ୍ଜାମ ସୋରଡ଼ା ଏବଂ ହିଞ୍ଜିଳିକାଟୁ, ସାଉଁଳେଇ ଆଦି ଅଞ୍ଚଳରୁ ଦୈନିକ ପନିପରିବା ଦାରିଙ୍ଗବାଡ଼ିକୁ ଆସିଲେ ପରିବା ମିଳୁଛି। ନ ହେଲେ ଆଳୁ ଭରସା ବୋଲି ସାଧାରଣରେ କୁହାଯାଉଛି। ଏବେ କାର୍ତ୍ତିକ ମାସ ରହିଥିବାରୁ ଲୋକମାନେ ଅଧିକାଂଶ ଆମିଷ ଭୋଜନ ଛାଡ଼ି ସାଦା ଭୋଜନ ଖାଉଥିବାରୁ ପନିପରିବା ଦର ଆହୁରି ବଢ଼ି ବଢ଼ି ଚାଲିଛି। ଫଳରେ ଗ୍ରାହକ ମହଲରେ ଚିନ୍ତା ବଢ଼ିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri