Posted inଜାତୀୟ

ସୈଫ୍‌ଙ୍କ ଆକ୍ରମଣକାରୀ ଭାବେ ଫଟୋ ଭାଇରାଲ ହେବା ପରେ ଅଡୁଆରେ ଯୁବକ, ଭାଙ୍ଗିଲା ବାହାଘର

ମୁମ୍ବାଇ, ୧ା୨: ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କୁ ଆକ୍ରମଣ ଘଟଣାରେ କିଛି ଦିନ ତଳେ ମୁମ୍ବାଇ ପୋଲିସ ଛତିଶଗଡ଼ର ଦୁର୍ଗରୁ ୩୧ ବର୍ଷୀୟ ଆକାଶ କନୋଜିଆଙ୍କୁ ସନ୍ଦିଗ୍ଧ ଭାବି ଅଟକ ରଖିବା ସହ ପଚରାଉଚରା କରିଥିଲା। ତେବେ ଏହାର ଦିନକ ପରେ ସୈଫ୍‌ଙ୍କୁ ଆକ୍ରମଣରେ ଆକାଶଙ୍କ ଭୂମିକା ନ ଥିବା ସ୍ପଷ୍ଟ ହେବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା। ମୁମ୍ବାଇ ପୋଲିସର ଏହି ଭୁଲ୍‌ ତାଙ୍କ ଜୀବନକୁ ପ୍ରଭାବିତ କରିଛି ବୋଲି ଗୁରୁବାର ଆକାଶ କହିଛନ୍ତି। ପୋଲିସର ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନ ଯୋଗୁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିବା ସହ ତାଙ୍କ ବିବାହ ପ୍ରସ୍ତାବ ମଧ୍ୟ ଭାଙ୍ଗିଯାଇଥିବା ଆକାଶ କହିଛନ୍ତି। ସୈଫ୍‌ଙ୍କୁ ଛୁରାମାଡ଼ ଘଟଣାରେ ସମ୍ପୃକ୍ତି ନ ଥାଇ ମଧ୍ୟ ପୋଲିସ ତାଙ୍କ ଫଟୋକୁ ଗଣମାଧ୍ୟମକୁ ଦେଇଥିଲା। ଫଳରେ ତାଙ୍କ ଫଟୋ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଓ ଗଣମାଧ୍ୟମରେ ସୈଫଙ୍କ ଆକ୍ରମଣକାରୀ ଭାବେ ଭାଇରାଲ ହେବାରେ ଲାଗିଥିଲା। ସେ ପୂର୍ବରୁ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତେବେ ଏହି ଘଟଣା ପରେ ତାଙ୍କ ଚାକିରି ଚାଲିଯାଇଥିବା ଆକାଶ କହିଛନ୍ତି। ସେହିପରି ଘଟଣା ପୂର୍ବରୁ ତାଙ୍କର ବିବାହ ଠିକ୍‌ ହୋଇଯାଇଥିଲା। ସୈଫ୍‌ଙ୍କ ଆକ୍ରମଣକାରୀ ହୋଇଥିବା ନେଇ ବହୁଳ ଭାବରେ ପ୍ରଚାରପ୍ରସାର ହେବାରୁ କନ୍ୟା ପକ୍ଷ ପରେ ଉକ୍ତ ବିବାହ ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ। ସେହିପରି ଉକ୍ତ ଘଟଣା ପରେ ବନ୍ଧୁ ଓ ସମ୍ପର୍କୀୟମାନେ ମଧ୍ୟ ତାଙ୍କ ସହ କଥା ହେବାକୁ ଓ ମିଶିବାକୁ ଦ୍ୱିଧା ପ୍ରକାଶ କରୁଥିବା ଆକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri