ତଦିନେ ବ୍ରୋକଲି ଅତି ସହଜରେ ବଜାରରେ ମିଳିଯାଇଥାଏ। କେହି କେହି ଏହାକୁ ଗ୍ରୀନ କୋବି ବୋଲି ମଧ୍ୟ କହି ଥାଆନ୍ତି। ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ।
*ଏଥିରେ ରହିଛି ଭିଟାମିନ୍ସ, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟସ୍।
*ଏଥିରେ ଫାଇବରର ପରିମାଣ ଅଧିକ ଥିବାରୁ ଏହା ହଜମ କରିବାରେ ଅଧିକ ସହାୟକ ହୋଇଥାଏ।
*ଏଥିରେ ପୋଟାସିୟମ ଓ ଫାଇଟୋନ୍ୟୁଟ୍ରେଟ୍ସ ଥିବାରୁ ଏହା ହାର୍ଟ ବା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
*କୋଲେଷ୍ଟ୍ରଲ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ବ୍ରୋକଲି ଅଧିକ ସାହାଯ୍ୟ କରିଥାଏ।


