ବ୍ରିଟିଶ ରାଜକୁମାରୀ କେଟ ମିଡଲଟନଙ୍କ ମେଡିକାଲ ରିପୋର୍ଟ ଲିକକୁ ନେଇ ହଙ୍ଗାମା

ଲଣ୍ଡନ,୨୨।୩: ବ୍ରିଟେନରେ ନାଗରିକଙ୍କ ଗୋପନୀୟତା ରକ୍ଷା ପାଇଁ ସୂଚନା କମିଶନର୍‌ ଅଫିସ (ଆଇସିଓ) ବ୍ରିଟିଶ ରାଜ ପରିବାରର ବୋହୂ କେଟ ମିଡଲେଟନଙ୍କ ମେଡିକାଲ ରେକର୍ଡ ଲିକ ହୋଇଥିବା ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ସମୟରେ ବ୍ରିଟେନରେ ଏକ ପୁରୁଣା ଅନୁସନ୍ଧାନ ରିପୋର୍ଟ ଉପରେ ଆଲୋଚନା କରାଯାଉଛି ଯେଉଁଥିରେ କୁହାଯାଇଛି ଯେ ରୋଗୀର ଡାକ୍ତରୀ ରେକର୍ଡ ମେଡିକାଲ କର୍ମଚାରୀଙ୍କ ନିକଟରେ ସହଜରେ ଉପଲବ୍ଧ। ଏହି ରିପୋର୍ଟ ୨୦୨୧ରେ କେୟାର କ୍ୱାଲିଟି କମିଶନ ଦ୍ୱାରା ପ୍ରକାଶିତ ହୋଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁରୁଣା ରିପୋର୍ଟରେ କୁହାଯାଇଛି ଯେ ବଡ ଡାକ୍ତରଖାନାରେ ରୋଗୀ ରେକର୍ଡ ସୁରକ୍ଷିତ ରଖାଯାଏ, କିନ୍ତୁ ସେଗୁଡିକ ମେଡିକାଲ କର୍ମଚାରୀଙ୍କ ପାଇଁ ସହଜରେ ଉପଲବ୍ଧ। ଗତ ଜାନୁଆରୀରେ କେଟ ମିଡଲେଟନ ଅସ୍ତ୍ରୋପଚାର କରିଥିଲେ। ଏହି ଅସ୍ତ୍ରୋପଚାର ଲଣ୍ଡନର ଏକ ଡାକ୍ତରଖାନାରେ ହୋଇଥିଲା। ଦୁଇ ସପ୍ତାହ ହସ୍ପିଟାଲରେ ରହିବା ପରେ କେଟ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ନିକଟରେ ଅଭିଯୋଗ ହୋଇଥିଲା ଯେ ଡାକ୍ତରଖାନାରେ କେଟଙ୍କ ଡାକ୍ତରୀମାଇନା ରେକର୍ଡ ଲିକ ହୋଇଛି। ଏହି ପ୍ରସଙ୍ଗରେ ତିନି ଜଣ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ଅସ୍ତ୍ରୋପଚାର ପରଠାରୁ ସେ ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି। ଯେଉଁଥିପାଇଁ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୋସିଆଲ ମିଡିଆରେ ଆଲୋଚନା ଚାଲିଛି।
ହସ୍ପିଟାଲର ସିଇଓ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଯେଉଁମାନେ ଜାଣିଶୁଣି ରୋଗୀଙ୍କ ବିଶ୍ୱାସକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପାଇଁ ଆମ ଡାକ୍ତରଖାନାରେ କୌଣସି ସ୍ଥାନ ନାହିଁ। ରୋଗୀଙ୍କ ଦଲିଲ ସମୀକ୍ଷା କରିବା ପାଇଁ ଆମର ଏକ ଉତ୍ତମ ବ୍ୟବସ୍ଥା ଅଛି ଏବଂ ଯଦି ଏହାକୁ ଉଲ୍ଲଂଘନ କରାଯାଏ ତେବେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ବ୍ରିଟେନରେ ବିନା ଅନୁମତିରେ ରୋଗୀଙ୍କ ଡାକ୍ତରୀ ଦଲିଲ ଦେଖିବା ଅପରାଧ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri