ବ୍ରିଟେନର ନୂଆ କ୍ୟାନ୍‌ସର ଟିକା, କମାଇବ ରୋଗୀଙ୍କ ଚିକିତ୍ସା ଅବଧି

ଲଣ୍ଡନ,୩୧।୮: ବ୍ରିଟେନ ସରକାର ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି, ଯାହା କ୍ୟାନସର ଚିକିତ୍ସାରେ ଅଧିକ ଫଳପ୍ରଦ ହେବ। ଏହି ଟିକା କ୍ୟାନସର ରୋଗୀଙ୍କ ଚିକିତ୍ସା ଅବଧିକୁ ପ୍ରାୟ ୩ ମାସ ହ୍ରାସ କରୁଛି। ଏହା ଇଂଲଣ୍ଡର ଔଷଧ ଓ ସ୍ବାସ୍ଥ୍ୟସେବା ଏଜେନ୍ସି ଦ୍ୱାରା ଅନୁମୋଦନ ହୋଇଛି। ଏନେଇ ଜାତୀୟ ସ୍ବାସ୍ଥ୍ୟସେବା ସଂସ୍ଥା ପକ୍ଷରୁ କୁହାଯାଇଛି, ପୂର୍ବରୁ କ୍ୟାନସର ରୋଗୀମାନେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ଯେଉଁ ଟିକା ନେଉଥିଲେ ତାହା ଏହି ରୋଗର ଚିକିତ୍ସା ଲାଗି ଅଧିକ ସମୟ ନେଉଥଲା। ଜାତୀୟ ସ୍ବାସ୍ଥ୍ୟ ସେବା ସଂସ୍ଥାର ପରାମର୍ଶଦାତା ଡ. ଆଲେକଜାଣ୍ଡାର ମାର୍ଟିନ କହିଛନ୍ତି ଏହି ଟିକା କମ୍‌ ସମୟରେ ଅଧିକ ଫଳପ୍ରଦ ହେଉଥିବାରୁ ଅଧିକ ସଂଖ୍ୟକ ରୋଗୀ ଏହି ରୋଗରୁ ଉପଶମ ପାଇପାରିବେ। ଇଂଲଣ୍ଡର ପ୍ରସ୍ତୁତ ଏହି ଟିକାର ନାମ ଟେକେନଟ୍ରିକ୍ୟୁ, ଯାହା ରୋଗୀଙ୍କ ଶରୀରରେ ଲଗାଇବାକୁ ପ୍ରାୟ ୭ ମିନିଟ୍‌ ସମୟ ନେବ। ପୂର୍ବରୁ ଯେଉଁ ଟିକା ଲଗାଯାଉଥିଲା ତାହା ରୋଗୀଙ୍କ ସ୍ନାୟୁରେ ଦିଆଯାଉଥିଲା। ଏଥିପାଇଁ ଅଧଘଣ୍ଟାରୁ ଏକଘଣ୍ଟା ଲାଗୁଥିଲା। କିନ୍ତୁ ଟେକେନଟ୍ରିକ୍ୟୁ ଟିକା ଲଗାଇବାକୁ ମାତ୍ର ୭ ମିନିଟ ସମୟ ଲାଗିବ ବୋଲି ଜାତୀୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମାରିୟୁସ ସ୍କୋଲଜ୍‌ କହିଛନ୍ତି। ଏହି ଟିକା ରୋଗୀଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କ୍ୟାନସରକାରକ ସେଲ୍‌ ଗୁଡ଼ିକୁ ନଷ୍ଟ କରୁଥିବା କୁହାଯାଉଛି। ବର୍ତ୍ତମାନ ଏହି ଟିକା ଫୁସ୍‌ଫୁସ୍‌, ସ୍ତନ, ଯକୃତ କ୍ୟାନସର ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଉଥିବା ନେଇ ଜାତୀୟ ସ୍ବାସ୍ଥ୍ୟସେବା ସଂସ୍ଥା ପକ୍ଷରୁ କୁହାଯାଇଛି। ଇଂଲଣ୍ଡର ଜାତୀୟ ସେବା ସଂସ୍ଥା ପକ୍ଷରୁ କୁହାଯାଇଛି, ପ୍ରତିବର୍ଷ ୩୬୦୦ ରୋଗୀଙ୍କୁ ଏହି ଟିକା ଦିଆଯିବ। ଫଳରେ ଏହା ରୋଗୀଙ୍କ ଚିକିତ୍ସା ଅବଧି କମାଇବା ସହ କମ୍‌ ସମୟ ମଧ୍ୟରେ ଅଧିକ ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ। ସେହିପରି ରୋଗୀମାନେ କେମୋଥେରାପି ସହ ଏହି ଟିକା ନେଇ ପାରିବେ ବୋଲି କୁହାଯାଇଛି। କ୍ୟାନସର ପାଇଁ ନିଯୁକ୍ତ ଇଂଲଣ୍ଡର ଜାତୀୟ ନିର୍ଦ୍ଦେଶକ ପ୍ରଫେସର ପିଟର୍‌ ଜନସନ୍‌ କହିଛନ୍ତି, କ୍ୟାନସର ରୋଗୀଙ୍କୁ ଆଧୁନିକ ସେବା ଯୋଗାଇବା ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ବେପରୁଆ ବୟାନ ଦେଲେଣି ଟ୍ରମ୍ପ, ଇରାନକୁ ନେଇ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୩।୪: ଇସଲାମାବାଦରେ ଆଲୋଚନା ଭାଙ୍ଗିବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଇରାନ ପରମାଣୁ ଅସ୍ତ୍ର ରଖିବା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ ଆସିଲା ଏହି ବ୍ୟକ୍ତିଙ୍କର ଗୋଟିଏ ଫୋନ କଲ୍‌, ସବୁ ହୋଇଗଲା ଓଲଟପାଲଟ!

ଇସଲାମାବାଦ,୧୩।୪: ଇରାନ ଦାବି କରିଛି ଯେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦ୍ୱାରା ଆମେରିକାର ଉପରାଷ୍ଟ୍ରପତି…

Video: ହର୍ମୁଜକୁ ନେଇ ହେବ ଯୁଦ୍ଧ? ଇରାନ ଜାରି କଲା ୬୦ ସେକେଣ୍ଡର ଭିଡ଼ିଓ, ଆମେରିକାକୁ ଦେଲା ସିଧା ଚେତାବନୀ

ତେହରାନ,୧୩।୪: ଯେଉଁଦିନ ଇରାନ-ଆମେରିକା ମଧ୍ୟସ୍ଥତା ନେତୃତ୍ୱାଧୀନ ଶାନ୍ତି ଆଲୋଚନା ଭାଙ୍ଗି ଯାଇଥିଲା, ସେହି ଦିନ ଇରାନ ଏକ ଭିଡିଓ ଫୁଟେଜ ଜାରି କରିଥିଲା। ଏହା ଦୁଇ ଦେଶ…

ସୁନ୍ଦରୀ ସ୍ତ୍ରୀ, ୧ ବିଲିୟନ ଡଲାର

କାମ୍ପାଲା,୧୩ା୪: ଉଗାଣ୍ଡା ସେନାମୁଖ୍ୟ ଜେନେରାଲ ମୁହୁଜି କେଇନେରୁଗାବା ତୁର୍କୀ ନିକଟରେ ୨ଟି ବିଚିତ୍ର ଦାବି କରିଛନ୍ତି। ତାଙ୍କର ପ୍ରଥମ ଦାବି ହେଲା ସୋମାଲିଆର ଆତଙ୍କବାଦୀଙ୍କ ବିରୋଧରେ ଦୀର୍ଘବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri