ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବ୍ରିଟେନ୍‌ର ସହଯୋଗ ରହିଆସିଛି: ଫ୍ଲେମିଂ

ପ୍ରଶ୍ନ: ଓଡ଼ିଶାର ରପ୍ତାନିକାରୀ ଓ କ୍ଷୁଦ୍ର ଉତ୍ପାଦକଙ୍କୁ ବ୍ରିଟେନ୍‌-ଭାରତ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) କିଭଳି ଲାଭ ଦେଇପାରିବ ?
ଉତ୍ତର: ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) କାର୍ଯ୍ୟକାରୀ ହେବା ପରେ ଓଡ଼ିଶାରୁ ବ୍ରିଟେନ୍‌ରେ କିଭଳି ଅଧିକ ବାଣିଜ୍ୟ ଓ ନିବେଶ ହୋଇପାରିବ ସେଥିନେଇ ମୋର ସକାରାତ୍ମକ ଦୃଷ୍ଟିକୋଣ ରହିଛି। ଓଡ଼ିଶାର ସାମୁଦ୍ରିକ ରପ୍ତାନିକୁ ଏକ ଉଦାହରଣ ଭାବେ ଦେଖାଯାଉ। ଚିଙ୍ଗୁଡ଼ି, ବଡ଼ ଚିଙ୍ଗୁଡ଼ି, ଟୁନା, ସାମୁଦ୍ରିକ ମାଛରୁ ଉତ୍ପାଦ ଖାଦ୍ୟ ଉପରେ ବ୍ରିଟେନର ଟାରିଫ୍‌ ୪.୨ ପ୍ରତିଶତରୁ ୮.୫ ପ୍ରତିଶତ ମଧ୍ୟରେ ରହୁଛି। ଆଶା କରାଯାଉଥିବା ଟାରିଫ୍‌ ହ୍ରାସ ଘଟିଲେ ତାହା ଓଡ଼ିଶାରୁ ବ୍ରିଟେନକୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ପରିମାଣ ବୃଦ୍ଧି ପାଇବ। ମୋ ମତରେ ସବୁ କ୍ଷେତ୍ରରେ ଓଡ଼ିଶାରେ ଥିବା ରପ୍ତାନିକାରୀ ଓ କ୍ଷୁଦ୍ର ଉତ୍ପାଦନକାରୀ ବ୍ରିଟେନକୁ କେବଳ ଏକ ରପ୍ତାନିସ୍ଥଳ ଭାବେ ନୁହେଁ, ବରଂ ବ୍ୟାପକ ଅନ୍ତର୍ଜାତୀୟ ବଜାର ଉପଲବ୍ଧତାର ଏକ ରଣନୀତିକ ଆଧାର ଭାବେ ଦେଖିବା ଦରକାର।
ପ୍ରଶ୍ନ: ବ୍ରିଟେନରୁ ଅଧିକ ନିବେଶକୁ ଆକର୍ଷିତ କରିବା ଲାଗି ଓଡ଼ିଶା ନୀତି ନିର୍ଦ୍ଧାରକମାନେ ବର୍ତ୍ତମାନ କ’ଣ ଗୋଟେ ବାସ୍ତବବାଦୀ ପଦକ୍ଷେପ ନେବା ଦରକାର ବୋଲି ଭାବୁଛନ୍ତି ?
ଉତ୍ତର: ରାଜ୍ୟରେ ଥିବା ନିବେଶ ସୁଯୋଗ ବିଷୟରେ ଠିକ୍‌ ଭାବେ ସମ୍ଭାବ୍ୟ ନିବେଶକଙ୍କୁ ସହଜରେ ସୂଚନା ଦିଆଯାଇପାରିଲେ ଓଡ଼ିଶାରେ ବ୍ରିଟେନର ନିବେଶ ପରିମାଣ ଅତ୍ୟଧିକ ମାତ୍ରାରେ ବଢ଼ିପାରିବ। ଏଠାକାର ନିବେଶ ସମ୍ବନ୍ଧରେ ସବିଶେଷ ସୂଚନା ସହିତ ଆଗକୁ ମାର୍ଗଦର୍ଶନ ଦେଇପାରୁଥିବା ଅଧିକାରୀମାନଙ୍କ ଯୋଗାଯୋଗ ବିବରଣୀ ଯଦି ବ୍ରିଟେନ ନିବେଶକମାନେ ସହଜରେ ପାଇପାରିବେ, ତେବେ ସେମାନେ ଓଡ଼ିଶାରେ ନିବେଶ କରିବାକୁ ଆଗଭର ହେବେ। ଏକ ନିବେଶସ୍ଥଳୀ ଭାବେ ଓଡ଼ିଶାର ଆକର୍ଷଣ ରହିଛି। ସେଥିଲାଗି ମଧ୍ୟ ବ୍ୟାପକ ସୂଚନା ଉପଲବ୍ଧ ହେଉଛି। ଏହା ସହ ଉନ୍ମୁକ୍ତ ଏକକ ବାତାୟନ ପୋର୍ଟାଲ ଓ ନିବେଶ ପରବର୍ତ୍ତୀ ସେବା, ନିର୍ଦ୍ଦିଷ୍ଟ ନିବେଶ ସମ୍ପର୍କିତ ସୂଚନା ଭଳି ଓଡ଼ିଶାର ପଦକ୍ଷେପ ପ୍ରକୃତରେ ବ୍ରିଟେନ ନିବେଶକଙ୍କ ମନରେ ବିଶ୍ୱାସ ଜନ୍ମାଇପାରିବ। ଏଥିସହିତ ରୋଡ୍‌ ଶୋ ଓ ବାଣିଜି୍ୟକ ମିଶନ ଜରିଆରେ ବ୍ରିଟେନର ବ୍ୟବସାୟୀମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ସକ୍ରିୟ ଭାବେ ତା’ର ସ୍ବାତନ୍ତ୍ର୍ୟ ପ୍ରଦର୍ଶନ କରିବା ଉଚିତ।
ପ୍ରଶ୍ନ: ବ୍ରିଟେନ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଥିବା ସହବନ୍ଧିତା ରାଜ୍ୟ ଛାଡ଼ିବାକୁ ଚାହୁଁ ନ ଥିବା ଛାତ୍ରୀଛାତ୍ରଙ୍କ ପାଇଁ କେଉଁ ପ୍ରକାରର ସୁଯୋଗ ସୃଷ୍ଟି କରୁଛି ?
ଉତ୍ତର: ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ବ୍ରିଟେନ ସହଯୋଗ ଦ୍ରୁତଗତିରେ ବୃଦ୍ଧି ପାଉଛି। ରାଜ୍ୟ ନ ଛାଡ଼ି ଛାତ୍ରୀଛାତ୍ରମାନେ ଏହିଠାରେ ବିଶ୍ୱସ୍ତରୀୟ ଗୁଣାତ୍ମକ ଶିକ୍ଷା କିପରି ପାଇପାରିବେ ସେଭଳି ସୁଯୋଗ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ ଅଛି। ୨୦୨୫ ମାର୍ଚ୍ଚରେ ଓଡ଼ିଶାରେ କରାଯାଇଥିବା ବ୍ରିଟେନ କୌଶଳ ମିଶନ ଜରିଆରେ ବ୍ରିଟେନର ଚାର୍ଟାର୍ଡ ସଂସ୍ଥା, ଡିଗ୍ରୀ ପ୍ରଦାନକାରୀ ସଂସ୍ଥା ଏବଂ ଦକ୍ଷତା ବିକାଶ ସଙ୍ଗଠନର ପ୍ରତିନିଧିମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅନେକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପରିଦର୍ଶନକରି ସହବନ୍ଧିତାର ସୁଯୋଗ ଅନ୍ବେଷଣ କରିଥିଲେ। ବିଶ୍ୱବିଦ୍ୟାଳୟ ଉଚ୍ଚପଦାଧିକାରୀ, ରାଜ୍ୟ ଶିକ୍ଷା ଅଧିକାରୀ ଏବଂ ପ୍ରଶିକ୍ଷଣ ଯୋଗାଉଥିବା ସଂସ୍ଥାଗୁଡ଼ିକ ସହ ପ୍ରାୟ ଏକ ଡଜନ୍‌ରୁ ଅଧିକ ବୈଠକ କରାଯାଇଥିଲା। ବ୍ରିଟେନର ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତ ପାଠ୍ୟକ୍ରମ ସହ ଓଡ଼ିଶାର ପାଠ୍ୟକ୍ରମର ସମନ୍ବୟ ଆଣିବା ଲାଗି ଏଭଳି ବୈଠକର ଆୟୋଜନ କରାଯାଇଥିଲା। ଆଗାମୀ ମାସଗୁଡ଼ିକରୁ ଆରମ୍ଭ କରି ଆସନ୍ତା ବର୍ଷ ଯାଏ ଶିକ୍ଷା କ୍ଷେତ୍ରରେ ଏଭଳି ସହଭାଗିତା ଫଳପ୍ରଦ ହେବ ବୋଲି ଆଶା କରୁଛୁ। ଏସବୁ ମାଧ୍ୟମରେ ଛାତ୍ରୀଛାତ୍ରମାନେ ଓଡ଼ିଶାରେ ବ୍ରିଟିଶ ସ୍ବୀକୃତିପ୍ରାପ୍ତ ପାଠ୍ୟକ୍ରମ ପଢ଼ିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ପାଇପାରିବେ। ଫଳରେ ସେମାନେ ଉନ୍ନତ ଶୈକ୍ଷିକ ପଦ୍ଧତି ଅନୁସରଣ କରିବା ସହ ଡିଜିଟାଲ ସୁବିଧା ହାସଲ କରିପାରିବେ। ଏହିଠାରେ ରହି ସେମାନେ ମଧ୍ୟ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ ପାଇ ଆଗକୁ ବଢ଼ିପାରିବେ।
ଏହିସବୁ ସହଯୋଗରୁ ଓଡ଼ିଶାର ଛାତ୍ରୀଛାତ୍ର ବ୍ରିଟେନରେ ଉପଲବ୍ଧ ବିଶ୍ୱସ୍ତରୀୟ ଶିକ୍ଷା ଓ ଦକ୍ଷତା ବିକାଶ ବ୍ୟବସ୍ଥାରୁ ଢେର ଲାଭ ପାଇପାରିବେ। ବିଦେଶରେ ବ୍ୟକ୍ତିଗତ ଓ ଆର୍ଥିକ ଆହ୍ବାନର ସମ୍ମୁଖୀନ ହେବା ପରିବର୍ତ୍ତେ ଏମାନେ ଏଠାରେ ନିଜର ନିଯୁକ୍ତି ଦକ୍ଷତା ବଢ଼ାଇବାକୁ ସକ୍ଷମ ହେବେ। ଏହି ମଡେଲ ଓଡ଼ିଶାକୁ ବିଶ୍ୱସ୍ତରୀୟ ମେଧା ନେଟ୍‌ଓ୍ବର୍କ ସହିତ ଅଧିକ ଯୋଡ଼ିବା ସହ ରାଜ୍ୟରେ ମେଧାବୀମାନଙ୍କୁ ଧରିରଖିବାରେ ସହାୟକ ହେବ।
ପ୍ରଶ୍ନ: ଓଡ଼ିଶାର ଉପକୂଳ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ଓ ବିପର୍ଯ୍ୟୟ ପରିଚାଳନା ସକାଶେ ବ୍ରିଟେନ ବୈଷୟିକ ସହଯୋଗ ଦେଇପାରିବ କି?
ଉତ୍ତର: ଓଡ଼ିଶାର ଜଳବାୟୁ ପରିବର୍ତ୍ତନ ପାଇଁ ନିଆଯାଉଥିବା ପଦକ୍ଷେପରେ ବ୍ରିଟେନ ସରକାର ଦୀର୍ଘ ସମୟରୁ ଜଡ଼ିତ ରହିଆସିଛି। ଅତୀତରେ ଆମେ ଜଳବାୟୁ ବିପଦ ପରିଚାଳନା ସହ ସଂସାଧନର ସୁବ୍ୟବହାର କରି ଜଳ ସଂରକ୍ଷଣ, ମରୁଡ଼ି ମୁକାବିଲା, ବନ୍ୟା ନିୟନ୍ତ୍ରଣ ଭଳି ପ୍ରାକୃତିକ ସମ୍ବଳ ପରିଚାଳନାରେ ସାହାଯ୍ୟ କରୁଥିବା କ୍ଷୁଦ୍ର ଭିତ୍ତିଭୂମିଗୁଡ଼ିକୁ ଯୋଡ଼ିବା ଉପରେ କାର୍ଯ୍ୟ କରିଛୁ। ଏହାଦ୍ୱାରା ବର୍ଷାଭିତ୍ତିକ କୃଷି ଉପରେ ନିର୍ଭରଶୀଳ ସମୁଦାୟଗୁଡ଼ିକୁ ଜଳବାୟୁ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଜରିଆରେ ସେମାନଙ୍କୁ ଜୀବିକା ଯୋଗାଇ ଦେଇପାରିଛୁ। ଏଭଳି ପଦକ୍ଷେପ ନେଇଥିବା ଜିଲା ମଧ୍ୟରେ କେନ୍ଦୁଝର ଅନ୍ୟତମ। ଆମର କାର୍ଯ୍ୟ ସହର ଭିତ୍ତିଭୂମି ବିକାଶ, ଶକ୍ତି କ୍ଷେତ୍ରର ସଂସ୍କାର ଓ ଅଭିନବତ୍ୱ ଆଣିବାରେ ମଧ୍ୟ ସାହାଯ୍ୟ କରିଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା ଉପରେ ଓଡ଼ିଶାର ରାଜ୍ୟ ସ୍ତରୀୟ କାର୍ଯ୍ୟାନ୍ବୟନ ଯୋଜନାର ଅଂଶ ଭାବେ ଆମେ ଜଳବାୟୁ ପରିବର୍ତ୍ତନ ପରବର୍ତ୍ତୀ ପୁନର୍ଗଠନ କ୍ଷେତ୍ରରେ ଅତୀତରେ କାମ କରିଛୁ।
ଭୁବନେଶ୍ୱରରେ ମୁଖ୍ୟତଃ ପରିବହନ କ୍ଷେତ୍ରରେ ଅଙ୍ଗାରକ ନିର୍ଗମନ ହ୍ରାସକୁ ଗୁରୁତ୍ୱ ଦେଉଥିବା ଓଡ଼ିଶାର ଶକ୍ତି ବିଭାଗର ନେଟ୍‌ ଜିରୋ ଭିଜନ ହାସଲ ଦିଗରେ ଆମେ କାର୍ଯ୍ୟ କରିଆସୁଛୁ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରକଳ୍ପ କାର୍ଯ୍ୟକାରିତା ସହଭାଗୀ-‘ଟେରି’କୁ ବ୍ରିଟେନର ସେନେକ୍ସ ଓ କୋଭେଣ୍ଟ୍ରି ସିଟି କାଉନ୍‌ସିଲ ଭଳି ଦୁଇଟି ପ୍ରତିଷ୍ଠିତ ସଂସ୍ଥା ସହଯୋଗ କରୁଛନ୍ତି।
ପ୍ରଶ୍ନ: ହେନ୍ତାଳ ବନ ପୁନରୁଦ୍ଧାର ଓ ଉପକୂଳରେ ଜଳବାୟୁ ସହନଶୀଳତା ଲାଗି ନିଆଯାଉଥିବା ପଦକ୍ଷେପ ପାଇଁ ବ୍ରିଟେନ ପକ୍ଷରୁ କିଛି ପାଣ୍ଠି କିମ୍ବା ବୈଷୟିକ ଭାଗୀଦାରି ବ୍ୟବସ୍ଥା ଅଛି କି?
ଉତ୍ତର: ଆମେ ଓଡ଼ିଶା ସରକାରଙ୍କ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ଓ ପିଲାଙ୍କ ପାଇଁ ଓଡ଼ିଆ ଭାଷାରେ ପରିବେଶ ଉପରେ ସ୍ବତନ୍ତ୍ର ଶିକ୍ଷା ଦିଆଯିବା କାର୍ଯ୍ୟକ୍ରମରେ ନିକଟରେ ସାମିଲ ହୋଇଛୁ। ପରିବେଶଗତ ପ୍ରସଙ୍ଗ ଓ ଚିଲିକା ହ୍ରଦରୁ ସାମୁଦ୍ରିକ ବର୍ଜ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଥିବା ଅଂଶୀଦାରଙ୍କ ସହିତ କାର୍ଯ୍ୟ କରୁଥିବାରୁ ଆମେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛୁ। ଜଳବାୟୁ ପରିବର୍ତ୍ତନ ଯୋଗୁ ବିପଦରେ ଥିବା ଉପକୂଳବର୍ତ୍ତୀ ସମ୍ପ୍ରଦାୟଗୁଡ଼ିକୁ ସୁରକ୍ଷା ଦେବା କ୍ଷେତ୍ରରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ହ୍ରାସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri