ବ୍ୟବସାୟରେ ନୂତନତ୍ୱ ଆଣେ ଆଗ୍ରହ

ଗୁପ୍ତା ପାଓ୍ବାର ଅପ୍ଟିକାଲ୍‌ ଫାଇବର କେବୁଲ ଏବଂ ଏଲ୍‌ଇଡି/ ସୋଲାର୍‌ ଲାଇଟ୍ସ, ଏଚ୍‌ଟିଏଲ୍‌ଏସ୍‌ କଣ୍ଡକ୍ଟର୍ସ, ରେଲ୍‌ଓ୍ବେ ସିଗ୍‌ନାଲିଂ କେବଲ୍ସ, କ୍ୟାଟେନାରି ଓ୍ବାୟର୍ସର ନିର୍ମାଣରେ ସ୍ବତନ୍ତ୍ରତା ଆଣିଛି। କେନ୍ଦ୍ର ସରକାର ଡିଜିଟାଲ୍‌ ଇଣ୍ଡିଆ ଉପରେ ଗୁରୁତ୍ୱ ଦେଉଥିବାରୁ ଦେଶରେ ଆଇଟି/ଆଇଟିସି/ଓଏଫ୍‌ସି ପ୍ରକଳ୍ପଗୁଡ଼ିକ ଆରମ୍ଭ ହେଉଛି। ଏଥିପାଇଁ କାନାଡାର ଆଇବିଆଇ ଗ୍ରୁପ୍‌ ସହିତ ଗୁପ୍ତା ପାଓ୍ବାର ହାତ ମିଳାଇଥିବା କହିଛନ୍ତି ଏହି ପ୍ରତିଷ୍ଠାନର ପରିଚାଳନା ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଗୁପ୍ତା।

ବ୍ୟବସାୟ ପ୍ରତି କିପରି ଆଗ୍ରହୀ ହେଲେ ?
ଏକ ବ୍ୟବସାୟୀ ପରିବାରରେ ମୋର ଜନ୍ମ। ପିତା ସ୍ବର୍ଗତ ଜଗଦୀଶ ରାୟଜୀ ଗୁପ୍ତା ମୋତେ ଏଦିଗରେ ପ୍ରେରଣା ଯୋଗାଇଥିଲେ। ମଁୁ ତାଙ୍କ ପଥ ଅନୁସରଣ କରି ବ୍ୟବସାୟ ପ୍ରତି ଆଗ୍ରହୀ ହୋଇଥିଲି। ପାଠ ପଢ଼ା ଶେଷ ପରେ ପରିବାରର ହ୍ବିଟ୍‌ ପ୍ରୋସେସିଂ ବ୍ୟବସାୟ ସମ୍ଭାଳୁଥିଲି। ୧୯୭୪ରେ ମୁଁ ଗୁପ୍ତା କେବୁଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ବର୍ତ୍ତମାନ ଗୁପ୍ତା ପାଓ୍ବାର୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ନାମରେ ପରିଚିତ)ର ଦାୟିତ୍ୱ ଗ୍ରହଣ କଲି।
ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଆପଣଙ୍କୁ କି ପ୍ରକାର ସୁଯୋଗ ମିଳିଥିଲା?
ମୁଁ କେବୁଲ୍‌ ବ୍ୟବସାୟରେ ଯୋଡ଼ିହେବା ସମୟରେ ଏହି ୟୁନିଟ୍‌ ଘରେ ବ୍ୟବହୃତ ତାର ଉତ୍ପାଦନ କରୁଥିଲା। ରାଜ୍ୟରେ ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଅଧିକ ପୁଞ୍ଜିନିବେଶ କରାଯାଉଥିଲା। ତେଣୁ ମୋତେ ‘କଣ୍ଡକ୍ଟର’ ନିର୍ମାଣର ସୁଯୋଗ ମିଳିଥିଲା। ସେଇଠୁ ପଛକୁ ଫେରି ଚାହିଁ ନ ଥିଲି। ଆମେ ସର୍ବଦା ଉତ୍ପାଦଗୁଡ଼ିକରେ ସୁଧାର ଆଣିବାକୁ ଚେଷ୍ଟା କରୁଛୁ।
କେଉଁ ଘଟଣାକୁ ଆପଣ ବଡ଼ ସଫଳତା ଭାବରେ ବିବେଚନା କରନ୍ତି ?
ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ କ୍ରମାଗତ ତିନିବର୍ଷ ‘ଶ୍ରେଷ୍ଠ ଉଦ୍ୟୋଗୀ’ ସମ୍ମାନରେ ସମ୍ମାନିତ ହେବା, ମୋର ଅନ୍ୟତମ ବଡ଼ ସଫଳତା। ଏହାଛଡ଼ା ମୋତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିଜ୍‌ନେସ୍‌ ଲିଡରଶିପ୍‌ ଆଓ୍ବାର୍ଡ’ ମଧ୍ୟ ପ୍ରଦାନ କରିଛନ୍ତି। କିଛିଦିନ ତଳେ ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିଃ ପକ୍ଷରୁ ଗୁପ୍ତା ପାଓ୍ବାରକୁ ‘ବେଷ୍ଟ ସପ୍ଲାୟର ଅଫ୍‌ ଏସ୍‌ସିଏସ୍‌ଆର୍‌ କଣ୍ଡକ୍ଟର’ ମାନ୍ୟତା ଦିଆଯାଇଛି। ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ଶ୍ରେଷ୍ଠ କମ୍ପାନୀ ଭାବରେ ରାଜ୍ୟ ସରକାରଙ୍କଠାରୁ ଆଓ୍ବାର୍ଡ ମିଳିଛି। ଏସବୁକୁ ଜୀବନର ବଡ଼ ସଫଳତା ବିବେଚନା କରେ।
ଜୀବନରେ ଚ୍ୟାଲେଞ୍ଜକୁ କିପରି ସାମ୍ନା କରିଥିଲେ ?
ବ୍ୟବସାୟରେ ପ୍ରତିଯୋଗିତା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ନିଜ ଉତ୍ପାଦର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଉଥିବାରୁ ସବୁ ଆହ୍ବାନକୁ ସହଜରେ ଅତିକ୍ରମ କରିପାରିଛି। ସମୟ ସହିତ ତାଳଦେଇ ମୁଁ ଏବଂ ମୋ ଟିମ୍‌ ଧାତୁ ନିରୀକ୍ଷଣ ପାଇଁ ଅତ୍ୟାଧୁନିକ ମାଇକ୍ରୋପ୍ରୋସେସର-ଆଧାରିତ ଉପକରଣ, ନିରୀକ୍ଷଣ ସ୍ଥାନ ଏବଂ କମ୍ପ୍ୟୁଟରୀକୃତ ସ୍ପେକ୍ଟ୍ରୋମିଟର ଅପ୍‌ଗ୍ରେଡ୍‌ କରିଛୁ।
କେଉଁ କାର୍ଯ୍ୟକୁ ସବୁଠୁ ଅଧିକ ପସନ୍ଦ କରନ୍ତି?
ମୁଁ ସର୍ବଦା ଗୁଣବତ୍ତାର ଉଚ୍ଚତମ ମାନକ ସ୍ଥାପନ ସହ ଆଗକୁ ବଢ଼ିବାକୁ ପ୍ରୟାସ କରେ। ନୂଆ ନୂଆ ଆହ୍ବାନ ଦେଇ ସେଗୁଡିକୁ ଅତିକ୍ରମ କରେ। କାର୍ଯ୍ୟ ପ୍ରତି ଆଗ୍ରହ ନିଜ ବ୍ୟବସାୟରେ ନୂତନତ୍ୱ ଆଣିବାକୁ ଖୋରାକ ଯୋଗାଏ।
ଆପଣଙ୍କ ପ୍ରମୁଖ ସପ୍ଲାୟର୍ସ ଓ ସହଯୋଗୀଙ୍କ ସହିତ ସମ୍ପର୍କ କିଭଳି ବଜାୟ ରଖନ୍ତି?
ବ୍ୟବସାୟିକ ବ୍ୟବସ୍ଥାର ସମସ୍ତ କ୍ଷେତ୍ର ସହିତ ସପ୍ଲାୟର୍ସ ଜଡ଼ିତ। ତେଣୁ ସପ୍ଲାୟର୍ସ ଏବଂ ଗ୍ରାହକଙ୍କ ପ୍ରତି ଆମର କର୍ତ୍ତବ୍ୟ ଉପରେ ଆମେ ସର୍ବଦା ସଜାଗ ରହିବା ଆବଶ୍ୟକ। ଏଥିସହିତ ସପ୍ଲାୟର୍ସଙ୍କ ସହ ଉତ୍ତମ ସମ୍ପର୍କ ଏବଂ ବୁଝାମଣା ରଖିବା ଦ୍ୱାରା ବ୍ୟବସାୟରେ ଲାଭ ହୋଇଥାଏ। ଉତ୍ପାଦର ମୂଲ୍ୟ, ଉତ୍ପାଦର ଗୁଣବତ୍ତା, ପେମେଣ୍ଟ ସର୍ତ୍ତ ଏବଂ ଚୁକ୍ତିନାମାର ଅବଧି ଉପରେ ବ୍ୟବସାୟୀ-ସପ୍ଲାୟର୍ସ ସମ୍ପର୍କ ନିର୍ଭର କରେ। ଆମେ ଓ୍ବେଲ୍‌-ଡକ୍ୟୁମେଣ୍ଟେଡ୍‌ ଚୁକ୍ତିନାମା ଭିତ୍ତିକ ସପ୍ଲାୟର୍ସଙ୍କ ସହିତ କାର୍ଯ୍ୟ କରୁ। ଫଳସ୍ବରୂପ ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଏବଂ ଉତ୍ତମ ବୁଝାମଣା ରହିଥାଏ।
ଆପଣ ନିଜ ନେତୃତ୍ୱ ଶୈଳୀକୁ କିପରି ବର୍ଣ୍ଣନା କରିବେ?
ମୁଁ ସଚ୍ଚୋଟତା ସହିତ କାର୍ଯ୍ୟ କରେ ଏବଂ ସର୍ବଦା ସତ୍ୟନିଷ୍ଠ, ବିଶ୍ୱାସ ତଥା ପାରଦର୍ଶିତା ପ୍ରତି ଦୃଢ଼ପରିକର। ଠିକ୍‌ ଭାବେ ନିଜର କାର୍ଯ୍ୟ କଲେ ବିଶ୍ୱାସ ଭାବ ବଢ଼େ ବୋଲି ମୁଁ ସବୁବେଳେ ନିଜ ଟିମ୍‌କୁ କୁହେ। ଗ୍ରାହକ ଓ ସହକର୍ମୀଙ୍କ ପ୍ରତି ସଚ୍ଚୋଟ ତଥା ସମ୍ମାନ ଭାବ ପ୍ରଦର୍ଶନ ଦ୍ୱାରା ବ୍ୟବସାୟର ଉତ୍ତରୋତ୍ତର ଉନ୍ନତି ଘଟେ। ଏହା ହିଁ ଜିପିଆଇଏଲ୍‌କୁ ୫ ଦଶନ୍ଧି ହେଲା ଆଗକୁ ବଢ଼ାଇଛି।
କୋଭିଡ୍‌ ମହାମାରୀ ଆପଣଙ୍କ ବ୍ୟବସାୟିକ ଯୋଜନାକୁ କେତେ ପ୍ରଭାବିତ କରିଛି?
ମହାମାରୀ ଉଦ୍ୟୋଗୀମାନଙ୍କ ଯୋଜନାଗୁଡ଼ିକୁ ଧୂଳିସାତ୍‌ କରିଦେଇଛି। କିନ୍ତୁ ଏହି ଅସୁବିଧା ହିଁ କିଛି କ୍ଷେତ୍ର ପାଇଁ ସୁଯୋଗ ସୃଷ୍ଟି କରିଛି। ପରିଣାମସ୍ବରୂପ ଟେଲିକମ୍‌ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଭିବୃଦ୍ଧି ଆସିଛି। ଅର୍ଥ ବ୍ୟବସ୍ଥାରେ ଅନେକ କ୍ଷତି ହେବା ସତ୍ତ୍ୱେ ଏହି ଦୁଇ ସେକ୍ଟର ଚାଲିଛି। ତେଣୁ ଏହି ସମୟରେ ଏଭଳି ଉଦ୍ୟୋଗ ସହିତ ଯୋଡ଼ିହେବାକୁ ମୁଁ ଯୋଜନା କରିଥିଲି ଏବଂ ଅପ୍ଟିକାଲ୍‌ ଫାଇବର୍ସ କେବୁଲ୍ସ ନିର୍ମାଣ ଆରମ୍ଭ କରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?