Posted inଜାତୀୟ

ରାଜ୍ୟପାଳ ଆରିଫଙ୍କୁ ବ୍ରିନ୍ଦା କରାତଙ୍କ ଚ୍ୟାଲେଞ୍ଜ: ଯଦି ସାହସ ଅଛି ଲୋକସଭା ନିର୍ବାଚନ ଲଢନ୍ତୁ…

ନୂଆଦିଲ୍ଲୀ,୨।୧ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ନେତାଙ୍କ ମଧ୍ୟରେ ପରସ୍ପର ଉପରେ କାଦୁଅ ଫିଙ୍ଗା ତୀବ୍ର ହୋଇଛି। ଏହି ସମୟରେ ସିପିଆଇ (ଏମ) ନେତା ବ୍ରିନ୍ଦା କରାତ ମଙ୍ଗଳବାର କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆରିଫଙ୍କର ଯଦି ସାହାସ ଅଛି ତେବେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। କରାତ କହିଛନ୍ତି ସେ ନିଜ ଦଳର ଲାଇନକୁ ଆଗେଇ ନେଇ ନିର୍ବାଚନ ମାଧ୍ୟମରେ ସିଧାସଳଖ ରାଜନୀତିରେ ପ୍ରବେଶ କରିବା ଆବଶ୍ୟକ। ଏହା ଦ୍ୱାରା ସେ ନିଜର ସ୍ଥିତି ସହଜରେ ଜାଣି ପାରିବେ।

ଯଦି ରାଜ୍ୟପାଳ ସିଧାସଳଖ ରାଜନୀତିରେ ପ୍ରବେଶ କରିବାକୁ ଚାହାନ୍ତି, ତେବେ ସେ ଏପରି କରିବା ଉଚିତ। ନିଜର ରାଜନୈତିକ ସ୍ଥିତି ମାପିବାକୁ ଚାହୁଁଛନ୍ତି ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ।
କେରଳର ରାଜ୍ୟପାଳ ସିଧାସଳଖ ନିର୍ବାଚନ ରାଜନୀତିରେ ପ୍ରବେଶ କରିବା ଅଧିକ ଉପଯୁକ୍ତ ହେବ। କେରଳର ଯେକୌଣସି ଆସନରେ ଭାଜପା ଟିକେଟ ନିଅନ୍ତୁ ଏବଂ ନିର୍ବାଚନ ଲଢ଼ନ୍ତୁ। ଏହା ଦ୍ୱାରା ସେ ନିଜର ସ୍ଥିତି ଜାଣି ପାରିବେ। ରାଜ୍ୟପାଳ ପ୍ରତି ଦିନ ସର୍ବସାଧାରଣରେ ବିବୃତ୍ତି ଦେଇ ତାଙ୍କ ସ୍ଥିତି ହ୍ରାସ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ମତଭେଦ ସମାଧାନ କରିବା ଆବଶ୍ୟକ।

କେରଳ ବିଧାନସଭା ଦ୍ୱାରା ପାରିତ ହୋଇଥିବା ବିଲକୁ ସ୍ବୀକୃତି ନ ଦେବା ଯୋଗୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସରକାରଙ୍କ ସହ ରାଜ୍ୟପାଳ ଆରିଫଙ୍କର ବିବାଦ ବଢ଼ିବାରେ ଲାଗିଛି। ସେ ଦାବି କରିଛନ୍ତି ଏହା ମନି ବିଲ ହୋଇଥିବାରୁ ରାଜ୍ୟପାଳଙ୍କ ସହମତି ବିନା ବିଧାନସଭା ପାରିତ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri