Posted inଜାତୀୟ

ମୁଁ ଦଳଠାରୁ ବଡ଼ ନୁହେଁ: ବ୍ରଜଭୂଷଣ

ନୂଆଦିଲ୍ଲୀ,୨୩।୧: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ନାଁରେ ଯୌନ ଉତ୍ପୀଡ଼ନ ସମେତ ଅନେକ ଅଭିଯୋଗ ଆସିଛି। ଏହି ବିବାଦ ମଧ୍ୟରେ ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ପୋଷ୍ଟ ନ କରିବାକୁ ସେ ତାଙ୍କ ସମର୍ଥକ ତଥା ଶୁଭେଚ୍ଛୁମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏଭଳି ପୋଷ୍ଟରେ ମୁଁ ସହମତ ନୁହେଁ। ମୁଁ ଦଳଠାରୁ ବଡ ନୁହେଁ।
ଉତ୍ତରପ୍ରଦେଶର ଗୋଣ୍ଡାଠାରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଜରୁରୀକାଳୀନ ସାଧାରଣ ପରିଷଦ ବୈଠକ ଘୁଞ୍ଚତ୍ବାର କିଛି ଘଣ୍ଟା ପରେ ବ୍ରଜଭୂଷଣ ସମର୍ଥକଙ୍କ ନିକଟରେ ଏପରି ନିବେଦନ କରିଛନ୍ତି।
ବ୍ରଜଭୂଷଣ ଟୁଇଟ୍‌ କରି କହିଛନ୍ତି, ଅନୁରୋଧ, ସୋସିଆଲ ମିଡିଆରେ କିଛି ଆପତ୍ତିଜନକ ସ୍ଲୋଗାନ, ଗ୍ରାଫିକ୍ସ, ହ୍ୟାସଟ୍ୟାଗ ରିପୋର୍ଟ କରାଯାଇଛି। କୌଣସି ରାଜନୈତିକ ଦଳ, ସାମାଜିକ ସଂଗଠନ, ସମ୍ପ୍ରଦାୟ କିମ୍ବା ଜାତି-ଧର୍ମର ସମ୍ମାନକୁ କ୍ଷତି ପହଞ୍ଚାଉଥିବାରୁ ମୁଁ ଏଥିରେ ସହମତ ନୁହେଁ।
ମୁଁ ଏଭଳି ପୋଷ୍ଟ ଏବଂ ଟ୍ରେଣ୍ଡକୁ ଖଣ୍ଡନ କରୁଛି। ମୁଁ ଦଳଠାରୁ ବଡ ନୁହେଁ, ମୋର ଉତ୍ସର୍ଗୀକୃତ, ମୋର ବିଶ୍ୱସ୍ତତା ପ୍ରାମାଣିକ ଅଟେ। ମୋର ଶୁଭେଚ୍ଛୁ ଏବଂ ସମର୍ଥକମାନେ ଦୟାକରି ଏହିପରି ପୋଷ୍ଟଗୁଡିକ ଠାରୁ ଦୂରରେ ରୁହନ୍ତୁ, ଆପଣ ଚାହିଁଲେ ମଧ୍ୟ ମନ୍ତବ୍ୟ ଦିଅନ୍ତୁ ନାହିଁ।
ସୂଚନାଯୋଗ୍ୟ, ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସମେତ ବହୁ ସଂଖ୍ୟକ ରେସଲର୍‌ ବ୍ରଜଭୂଷଣଙ୍କ ନାଁରେ ଯୌନ ଉତ୍ପୀଡ଼ନ ଆଣି ଦିଲ୍ଲୀରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାମଲା ବଢିବା ସହିତ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ରେସ୍‌ଲରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବ୍ରଜଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri