ମୌଳିକ ସୁବିଧା ପାଇଁ ବାଧକ ସାଜିଛି ସେତୁ

କେନ୍ଦ୍ରାପଡ଼ା,୧୯ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ମହକୁମାର ୪୮ କିଲୋମିଟର ଦୂରରେ ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ଅଛି ା ଏହି ପଞ୍ଚାୟତର ମାତ୍ର ୧୦ କିଲୋମିଟର ଦୂରରେ ଜଗତସିଂହପୁର ଜିଲାର ଶିଳ୍ପାଞ୍ଚଳ। ଗୋଟିଏ ପାର୍ଶ୍ୱରେ ପାଚୁର୍ଯ୍ୟ ରହିଥିବା ବେଳେ ଏପଟେ ବତୀଘର ପଞ୍ଚାୟତବାସୀ ସଦର ମହକୁମାକୁ ବେଳଅବେଳରେ ଧାଇଁଯିବା ସମ୍ଭବ ନୁହେଁ ା ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ଠାରୁ ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ୟାରେ ପଞ୍ଚାୟତର ପ୍ରାୟ ୫ ହଜାର ଅଧିବାସୀ ହନ୍ତସନ୍ତ ହେଉଛନ୍ତି ା ୮ଟି ରାଜସ୍ବ ଗ୍ରାମକୁ ନେଇ ପଞ୍ଚାୟତ ଗଠନ ହୋଇଥିବା ବେଳେ ଏଠାରେ ଥିବା ବତୀଘର ଓ ହୁକିଟୋଲାକୁ ୨୦୧୬ରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ମିଳିଛି। ଏସବୁ ସତ୍ତ୍ୱେ ସାମଗ୍ରିକ ବିକାଶରେ ବାଧକ ସାଜିଛି ଖରିନାସୀ ସେତୁ, ପ୍ରତି ଗ୍ରାମକୁ ରାସ୍ତା ଓ ବନାଞ୍ଚଳର ମାନ୍ୟତା ା ଉଦ୍‌ବେଗର ବିଷୟ, ଏହି ପଞ୍ଚାୟତରେ ସାକ୍ଷରତା ହାର ମାତ୍ର ୬୬.୧୨ ପ୍ରତିଶ।ା ପ୍ରାୟ ୭୫ ପ୍ରତିଶତ ସାକ୍ଷର ହୋଇଥିବା ବେଳେ ୩୪ ପ୍ରତିଶତ ମହିଳା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ୨୦୧୧ ଜନଗଣନା ସୂଚନାରୁ ତଥ୍ୟ ମିଳିଛି ା ଚାଷ ଓ ମାଛ ଏହି ଅଞ୍ଚଳବାସୀଙ୍କ ଜୀବିକା ା ବତୀଘର, ଫଲ୍‌ସ ପଏଣ୍ଟ, ହୁକିଟୋଲାକୁ ପର୍ଯ୍ୟଟନ ଭିତ୍ତିଭୂମି ଯୋଗାଇଲେ ଆର୍ଥିକ ବିକାଶ ହୋଇପାରିବ ା ସେହିପରି ଶିଳ୍ପକୁ ଅପେକ୍ଷା କରିଥିବା ଯୁବବର୍ଗଙ୍କୁ ଉପଯୁକ୍ତ ତାଲିମ, ବ୍ୟାଙ୍କ ଋଣ ଆଦି ସହଯୋଗ ଆବଶ୍ୟକତା ଅଛି ା ଜଗତ୍‌ସିଂହପୁର ଜିଲା ଶିଳ୍ପ ଦ୍ୱାରା ନଷ୍ଟ ହେଉଥିବା ପରିବେଶକୁ ସଜାଡିବା ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ା
ଏସମ୍ପର୍କରେ ମହାକାଳପଡ଼ାର ରବୀନ୍ଦ୍ର କୁମାର ଦାସ, ଜିଲା ଜନ ଅଧିକାର ଅଭିଯାନ ସଭାପତି ଭୁବନମୋହନ ଜେନା, ସାମାଜିକ କର୍ମୀ ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଦେଶ ସ୍ବାଧୀନ ହେବାର ୭୭ ବର୍ଷରେ ଅମୃତକାଳ ପାଳନ ହେଉଛି। ଏହି ସମୟରେ ବତୀଘର ପଞ୍ଚାୟତବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପରି ମୌଳିକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି। ପ୍ରାକୃତିକ ପରିବେଶରେ ଭରପୂର ଏହି ପଞ୍ଚାୟତବାସୀଙ୍କ ପାଠପଢ଼ା ଓ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ପଡ଼ୋଶୀ ଜଗତ୍‌ସିଂହପୁର ଜିଲା ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁ ନଦୀଜଳରେ ଛଡା ଯାଉଥିବା ବେଳେ ବାୟୁମଣ୍ଡଳ ଦୂଷିତ ହୋଇଛି ା ଚର୍ମରୋଗଠାରୁ ଆରମ୍ଭ କରି କର୍କଟ ରୋଗ ଏଠାରେ ଦେଖାଯାଉଛି। ପଞ୍ଚାୟତ ଅଧୀନରେ ହୁକିଟୋଲା, ବତୀଘର, ଫଲ୍‌ସ ପଏଣ୍ଟ ଇଂରେଜ ଶାସନ ଓ ନୌବାଣିଜ୍ୟର ସ୍ବାକ୍ଷର ବହନ କରିଛି ା ଖରିନାସୀ ନଦୀ କୂଳରେ ଥିବା ଏହି ବତୀଘର ୧୮୩୬ ଡିସେମ୍ବରରେ ନିର୍ମାଣ ଆରମ୍ଭ ହୋଇଥିଲା ା ୧୮୩୭ ଅକ୍ଟୋବର ୧୬ରେ ଏଠାରେ ପ୍ରଥମ ଥର ପାଇଁ ଆଲୋକ ପ୍ରଜ୍ୱଳନ କରାଯାଇଥିଲା ା ଯାହା ଅଦ୍ୟାବଧି କାର୍ଯ୍ୟକ୍ଷମ ଅଛି ା ୨୦୧୬ରୁ ଏହି ସ୍ଥାନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଏହା ଏବେ ବି ଅବହେଳିତ ହୋଇରହିଛି ା ୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବତୀଘର ପରିସରରେ ଖ୍ରୀଷ୍ଟିଆନ ଧର୍ମାଲମ୍ବୀଙ୍କ ପଥର ନିର୍ମିତ ପୁରାତନ କବର ଓ କୂଅ ଅଛି ା ଏହି ଐତିହ୍ୟସ୍ଥଳୀର ଭିତ୍ତିଭୂମି ସୁଦୃଢ଼ ସହିତ ଜିଲାର ଗ୍ରାମୀଣ ହସ୍ତ ଶିଳ୍ପ ଉପତ୍ାଦ ବିକ୍ରି ପାଇଁ ଏକ ସ୍ବତନ୍ତ୍ର ମଣ୍ଡି ଖୋଲାଗଲେ ପର୍ଯ୍ୟଟନ କ୍ଷେତ୍ରର ଶ୍ରୀବୃଦ୍ଧି ହେବ ା ତୁରନ୍ତ ସ୍ବାସ୍ଥ୍ୟସେବା ପାଇଁ ବୋଟ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ା ତେବେ ଏହା ପର୍ଯ୍ୟାପ୍ତ ନୁହେଁ ା ଖରିନାସୀ ସେତୁ ନିର୍ମାଣ ବିଳମ୍ବଜନିତ କାରଣରୁ ଏହି ପଞ୍ଚାୟତକୁ ଅଦ୍ୟାବଧି ଅଗ୍ନିଶମ ଗାଡ଼ି, ଆମ୍ବୁଲାନ୍ସ ଆସିପାରୁନାହିଁ ା ଶିକ୍ଷାକୁ ନେଇ ସଚେତନତା ନ ଥିବାରୁ ବାଲ୍ୟ ବିବାହ ଏଠାରେ ଦେଖିବାକୁ ମିଳୁଛି ା ସେହିପରି ବନାଞ୍ଚଳକୁ କେତେକ ଜବରଦଖଲ କରିଥିବାରୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ା ଉନ୍ନୟନ କାର୍ଯ୍ୟ ପାଇଁ ସାମଗ୍ରୀ ପରିବହନରେ ସେତୁ ହିଁ ବାଧକ ସାଜିଛି ା ସେହିପରି ପ୍ରତି ଗ୍ରାମକୁ ରାସ୍ତା, ତଟବନ୍ଧକୁ ଉଚ୍ଚା କରିବା, ହେନ୍ତାଳ ବଣର ସୁରକ୍ଷାକୁ ମତଦାତାମାନେ ଗୁରୁତ୍ୱ ଦେଇଛନ୍ତି ା ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଥିବା ଏହି ପଞ୍ଚାୟତ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଘେରରେ ଅଛି ା ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ନିରାକରଣ ବ୍ୟବସ୍ଥା ଜିଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଛି ା ଖରିନାସୀ ସେତୁ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଏଡିଏମ୍‌ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri