ମୌଳିକ ସୁବିଧା ପାଇଁ ବାଧକ ସାଜିଛି ସେତୁ

କେନ୍ଦ୍ରାପଡ଼ା,୧୯ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ମହକୁମାର ୪୮ କିଲୋମିଟର ଦୂରରେ ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ଅଛି ା ଏହି ପଞ୍ଚାୟତର ମାତ୍ର ୧୦ କିଲୋମିଟର ଦୂରରେ ଜଗତସିଂହପୁର ଜିଲାର ଶିଳ୍ପାଞ୍ଚଳ। ଗୋଟିଏ ପାର୍ଶ୍ୱରେ ପାଚୁର୍ଯ୍ୟ ରହିଥିବା ବେଳେ ଏପଟେ ବତୀଘର ପଞ୍ଚାୟତବାସୀ ସଦର ମହକୁମାକୁ ବେଳଅବେଳରେ ଧାଇଁଯିବା ସମ୍ଭବ ନୁହେଁ ା ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ଠାରୁ ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ୟାରେ ପଞ୍ଚାୟତର ପ୍ରାୟ ୫ ହଜାର ଅଧିବାସୀ ହନ୍ତସନ୍ତ ହେଉଛନ୍ତି ା ୮ଟି ରାଜସ୍ବ ଗ୍ରାମକୁ ନେଇ ପଞ୍ଚାୟତ ଗଠନ ହୋଇଥିବା ବେଳେ ଏଠାରେ ଥିବା ବତୀଘର ଓ ହୁକିଟୋଲାକୁ ୨୦୧୬ରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ମିଳିଛି। ଏସବୁ ସତ୍ତ୍ୱେ ସାମଗ୍ରିକ ବିକାଶରେ ବାଧକ ସାଜିଛି ଖରିନାସୀ ସେତୁ, ପ୍ରତି ଗ୍ରାମକୁ ରାସ୍ତା ଓ ବନାଞ୍ଚଳର ମାନ୍ୟତା ା ଉଦ୍‌ବେଗର ବିଷୟ, ଏହି ପଞ୍ଚାୟତରେ ସାକ୍ଷରତା ହାର ମାତ୍ର ୬୬.୧୨ ପ୍ରତିଶ।ା ପ୍ରାୟ ୭୫ ପ୍ରତିଶତ ସାକ୍ଷର ହୋଇଥିବା ବେଳେ ୩୪ ପ୍ରତିଶତ ମହିଳା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ୨୦୧୧ ଜନଗଣନା ସୂଚନାରୁ ତଥ୍ୟ ମିଳିଛି ା ଚାଷ ଓ ମାଛ ଏହି ଅଞ୍ଚଳବାସୀଙ୍କ ଜୀବିକା ା ବତୀଘର, ଫଲ୍‌ସ ପଏଣ୍ଟ, ହୁକିଟୋଲାକୁ ପର୍ଯ୍ୟଟନ ଭିତ୍ତିଭୂମି ଯୋଗାଇଲେ ଆର୍ଥିକ ବିକାଶ ହୋଇପାରିବ ା ସେହିପରି ଶିଳ୍ପକୁ ଅପେକ୍ଷା କରିଥିବା ଯୁବବର୍ଗଙ୍କୁ ଉପଯୁକ୍ତ ତାଲିମ, ବ୍ୟାଙ୍କ ଋଣ ଆଦି ସହଯୋଗ ଆବଶ୍ୟକତା ଅଛି ା ଜଗତ୍‌ସିଂହପୁର ଜିଲା ଶିଳ୍ପ ଦ୍ୱାରା ନଷ୍ଟ ହେଉଥିବା ପରିବେଶକୁ ସଜାଡିବା ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ା
ଏସମ୍ପର୍କରେ ମହାକାଳପଡ଼ାର ରବୀନ୍ଦ୍ର କୁମାର ଦାସ, ଜିଲା ଜନ ଅଧିକାର ଅଭିଯାନ ସଭାପତି ଭୁବନମୋହନ ଜେନା, ସାମାଜିକ କର୍ମୀ ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଦେଶ ସ୍ବାଧୀନ ହେବାର ୭୭ ବର୍ଷରେ ଅମୃତକାଳ ପାଳନ ହେଉଛି। ଏହି ସମୟରେ ବତୀଘର ପଞ୍ଚାୟତବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପରି ମୌଳିକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି। ପ୍ରାକୃତିକ ପରିବେଶରେ ଭରପୂର ଏହି ପଞ୍ଚାୟତବାସୀଙ୍କ ପାଠପଢ଼ା ଓ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ପଡ଼ୋଶୀ ଜଗତ୍‌ସିଂହପୁର ଜିଲା ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁ ନଦୀଜଳରେ ଛଡା ଯାଉଥିବା ବେଳେ ବାୟୁମଣ୍ଡଳ ଦୂଷିତ ହୋଇଛି ା ଚର୍ମରୋଗଠାରୁ ଆରମ୍ଭ କରି କର୍କଟ ରୋଗ ଏଠାରେ ଦେଖାଯାଉଛି। ପଞ୍ଚାୟତ ଅଧୀନରେ ହୁକିଟୋଲା, ବତୀଘର, ଫଲ୍‌ସ ପଏଣ୍ଟ ଇଂରେଜ ଶାସନ ଓ ନୌବାଣିଜ୍ୟର ସ୍ବାକ୍ଷର ବହନ କରିଛି ା ଖରିନାସୀ ନଦୀ କୂଳରେ ଥିବା ଏହି ବତୀଘର ୧୮୩୬ ଡିସେମ୍ବରରେ ନିର୍ମାଣ ଆରମ୍ଭ ହୋଇଥିଲା ା ୧୮୩୭ ଅକ୍ଟୋବର ୧୬ରେ ଏଠାରେ ପ୍ରଥମ ଥର ପାଇଁ ଆଲୋକ ପ୍ରଜ୍ୱଳନ କରାଯାଇଥିଲା ା ଯାହା ଅଦ୍ୟାବଧି କାର୍ଯ୍ୟକ୍ଷମ ଅଛି ା ୨୦୧୬ରୁ ଏହି ସ୍ଥାନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଏହା ଏବେ ବି ଅବହେଳିତ ହୋଇରହିଛି ା ୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବତୀଘର ପରିସରରେ ଖ୍ରୀଷ୍ଟିଆନ ଧର୍ମାଲମ୍ବୀଙ୍କ ପଥର ନିର୍ମିତ ପୁରାତନ କବର ଓ କୂଅ ଅଛି ା ଏହି ଐତିହ୍ୟସ୍ଥଳୀର ଭିତ୍ତିଭୂମି ସୁଦୃଢ଼ ସହିତ ଜିଲାର ଗ୍ରାମୀଣ ହସ୍ତ ଶିଳ୍ପ ଉପତ୍ାଦ ବିକ୍ରି ପାଇଁ ଏକ ସ୍ବତନ୍ତ୍ର ମଣ୍ଡି ଖୋଲାଗଲେ ପର୍ଯ୍ୟଟନ କ୍ଷେତ୍ରର ଶ୍ରୀବୃଦ୍ଧି ହେବ ା ତୁରନ୍ତ ସ୍ବାସ୍ଥ୍ୟସେବା ପାଇଁ ବୋଟ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ା ତେବେ ଏହା ପର୍ଯ୍ୟାପ୍ତ ନୁହେଁ ା ଖରିନାସୀ ସେତୁ ନିର୍ମାଣ ବିଳମ୍ବଜନିତ କାରଣରୁ ଏହି ପଞ୍ଚାୟତକୁ ଅଦ୍ୟାବଧି ଅଗ୍ନିଶମ ଗାଡ଼ି, ଆମ୍ବୁଲାନ୍ସ ଆସିପାରୁନାହିଁ ା ଶିକ୍ଷାକୁ ନେଇ ସଚେତନତା ନ ଥିବାରୁ ବାଲ୍ୟ ବିବାହ ଏଠାରେ ଦେଖିବାକୁ ମିଳୁଛି ା ସେହିପରି ବନାଞ୍ଚଳକୁ କେତେକ ଜବରଦଖଲ କରିଥିବାରୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ା ଉନ୍ନୟନ କାର୍ଯ୍ୟ ପାଇଁ ସାମଗ୍ରୀ ପରିବହନରେ ସେତୁ ହିଁ ବାଧକ ସାଜିଛି ା ସେହିପରି ପ୍ରତି ଗ୍ରାମକୁ ରାସ୍ତା, ତଟବନ୍ଧକୁ ଉଚ୍ଚା କରିବା, ହେନ୍ତାଳ ବଣର ସୁରକ୍ଷାକୁ ମତଦାତାମାନେ ଗୁରୁତ୍ୱ ଦେଇଛନ୍ତି ା ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଥିବା ଏହି ପଞ୍ଚାୟତ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଘେରରେ ଅଛି ା ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ନିରାକରଣ ବ୍ୟବସ୍ଥା ଜିଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଛି ା ଖରିନାସୀ ସେତୁ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଏଡିଏମ୍‌ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri