ବରକୁ ଉଠାଇ ଆଣିଲା ପୋଲିସ

ବଲାଙ୍ଗୀର ଅଫିସ, ୧୯ା୫: ବଲାଙ୍ଗୀର ସହର ଶ୍ରୀରାମ ନଗରଠାରେ ଗୁରୁବାର ମୁସଲମାନ ସମ୍ପ୍ରଦାୟର ଏକ ବିବାହ (ନିକାହ) ଉତ୍ସବରେ ଯୌତୁକ ଦାବିକୁ ନେଇ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିବାହ ସରିବା ପରେ ବରପାତ୍ର ମୋଟର ସାଇକେଲ ଦାବି କରିବାରୁ ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଟାଉନ ଥାନାରେ ଖବର ପହଞ୍ଚତ୍ବା ପରେ ପୋଲିସ ବରକୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି। ଏପରି କି ଥାନାରେ ନବବିବାହିତ କନ୍ୟାକୁ ତଲାକ୍‌ ଦେବାକୁ କୁହାଯିବାରୁ ବର ବାଧ୍ୟ ହୋଇ ତଲାକ୍‌ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର ଶ୍ରୀରାମନଗରର ଜଣେ ଯୁବତୀଙ୍କ ବିବାହ ବୁର୍ଲା ଡେଲିମାର୍କେଟ ନିବାସୀ ଜଣେ ଯୁବକଙ୍କ ସହ ହୋଇଥିଲା। ଗୁରୁବାର ବର ବରଯାତ୍ରୀ ନେଇ ବଲାଙ୍ଗୀର ଆସି ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ବିବାହ ସରିବା ପରେ ବରପକ୍ଷଙ୍କୁ ଭୋଜି ଖାଇବାକୁ ଡାକିବାରୁ ବରପକ୍ଷ ଲୋକ ଭୋଜି ଖାଇବାକୁ ଯାଇ ନ ଥିଲେ। ଏପରି କି ବର ମଧ୍ୟ ଖାଇବାକୁ ଯାଇ ନ ଥିଲେ। କଥା କ’ଣ ବୋଲି କନ୍ୟାପକ୍ଷ ଲୋକେ ପଚାରିବାରୁ ମୋଟର ସାଇକେଲ ଯୌତୁକ ନ ଦେଲେ ସେମାନେ କନ୍ୟାକୁ ନେବେ ନାହିଁ ବୋଲି କହିଥିଲେ। ଏହି କଥାକୁ କେନ୍ଦ୍ର କରି ସେଠାରେ ଉଚ୍ଚବାଚ ହୋଇଥିଲା। ପୂର୍ବରୁ ବିନା ଯୌତୁକରେ ବିବାହ କରିବାକୁ ରାଜି ହୋଇଥିବା ବର ବିବାହ ସରିବା ପରେ କାହିଁକି ଯୌତୁକ ଦାବି କରୁଛି ବୋଲି କନ୍ୟାପକ୍ଷ ଲୋକ ପଚାରିଥିଲେ। ତେବେ ମୋଟର ସାଇକେଲ ନ ଦେଲେ କନ୍ୟାକୁ ନେବେ ନାହିଁ ବୋଲି କହିବାରୁ କନ୍ୟାପକ୍ଷ ଲୋକ ବାଧ୍ୟ ହୋଇ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ବିବାହ ସ୍ଥାନରୁ ବରଙ୍କୁ ଉଠାଇ ଆଣି ଥାନାରେ ରଖିଥିଲେ। ସେଠାରେ ବିବାଦର ସମାଧାନ ନ ହେବାରୁ ଥାନାକୁ କନ୍ୟା ସହ ପରିବାର ଲୋକ ଆସିଥିଲେ। ଥାନାରେ ସମ୍ପୃକ୍ତ ନବବିବାହିତ ଯୁବକଙ୍କୁ କନ୍ୟାକୁ ତଲାକ୍‌ ଦେବାକୁ କୁହାଯାଇଥିଲା। ସେଠାରେ ବର ତଲାକ୍‌ ଦେଇଥିବା ଜଣାପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ମୀମାଂସା ଚାଲିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri