ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…

ବଲାଙ୍ଗୀର/ତରଭା,୨୪।୨(ସୁନୀଲ ମହାନ୍ତି/ମାନଭଞ୍ଜନ ମିଶ୍ର): ବହୁଚର୍ଚ୍ଚିତ ବନ୍ଧୁକ ଦେଖାଇ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ତରଭା ପୋଲିସ।  ସୋନପୁର ଏସ୍‌ପି ନାରାୟଣ ନାୟକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି । ନବବଧୂକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତ ଅପହରଣକାରୀକୁ ଗିରଫ କରାଯାଇଛି । ଅପହରଣକାରୀଙ୍କ ପାଖରୁ ନବବଧୂ ପିନ୍ଧିଥିବା ଅଳଙ୍କାରକୁ ମଧ୍ୟ ପୋଲିସ ଜବତ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ।

ଅଭିଯୋଗକାରୀ ଯେଉଁ ବନ୍ଧୁକ ଦେଖାଇ ଅପହରଣ କରିଥିବା କହିଛନ୍ତି ସେନେଇ ମଧ୍ୟ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ ବନ୍ଧୁକ ଜବତ ହୋଇନାହିଁ ବୋଲି ଏସପି ନାରାୟଣ ନାୟକ କହିଛନ୍ତି। ଘଟଣା ଦିନ ଅପହରଣ କରିବା ପରେ ଅଭିଯୁକ୍ତ ସଞ୍ଜୀବ ସାହୁ ନବବଧୂକୁ ସମ୍ବଲପୁରକୁ ନେଇ ଯାଇଥିଲେ ।  ପ୍ରଫେସରପଡ଼ାର ଏକ ଭଡ଼ା ଘରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ନବବଧୂକୁ ଉଦ୍ଧାର କରିଥିଲେ।

Dharitri – Odisha’s No.1 Odia Daily

Share