Posted inଫୁରସତ

Viral Video: ବଧୂଙ୍କ ପରେ ଶାଳିମାନଙ୍କ ମଥାରେ ସିନ୍ଦୂର ଭରିବାକୁ ଲାଗିଲେ ବର, ପରେ ଯାହା ହେଲା ଦେଖିଲେ…

ଆଜିକାଲି ଚାଲିଛି ବିବାହ ଋତୁ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଘୁରିବୁଲୁଛି। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରୁଛି। ଠିକ୍‌ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ ବର ବଧୂଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଇବା ପରେ ତାର ଭଉଣୀମାନଙ୍କୁ ମଧ୍ୟ ସିନ୍ଦୁର ପିନ୍ଧାଉଥିବା ଦେଖାଯାଉଛି।

ଭିଡିଓ ଆରମ୍ଭରୁ ବର ମଣ୍ଡପରେ ପହଞ୍ଚିଥିବା ନଜର ଆସୁଛି। ସାଙ୍ଗରେ ବଧୂ ମଧ୍ୟ ଅଛନ୍ତି। ମନ୍ତ୍ରୋଚାରଣ ପରେ ସେ ବଧୂଙ୍କ ମଥାରେ ସିନ୍ଦୂର ଭରୁଛନ୍ତି। ପରେ ସେ ନିଜ ସ୍ଥାନରୁ ଉଠିଯାଇ ଚେୟାରରେ ବସିଥିବା ଯୁବତୀମାନଙ୍କ ମଥାରେ ସିନ୍ଦୂର ଲଗାଇ ଦେଉଛନ୍ତି। ସେହି ସମୟରେ ଯୁବତୀମାନଙ୍କ ସହ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ ସେଭଳି କରିବାକୁ କହୁଛନ୍ତି। ଏପରିକି ବର ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ମଥାରେ ସିନ୍ଦୂର ଭରି ଦେଉଛନ୍ତି।

ଅପରପକ୍ଷେ ଶାଳିମାନଙ୍କ ମଥାରେ ସିନ୍ଦୂର ଭରିବାର ଦୃଶ୍ୟ ଦେଖି ବଧୂଜଣଙ୍କ ରାଗରେ ଲାଲ ହୋଇଯାଉଛନ୍ତି। ସେ ତାଙ୍କୁ ଏକାଲୟରେ ଚାହିଁ ରହୁଛନ୍ତି। ହେଲେ ବର ତାଙ୍କୁ ଦେଖି ହସି ଦେଉଛନ୍ତି। ଭିଡିଓଟି ବେଶ ଭାଇରାଲ ହେଉଥିବା ବେଳେ ଏହା କେବଳ ମନୋରଞ୍ଜନ ପାଇଁ କରାଯାଇଥାଇପାରେ ବୋଲି ଅନେକେ ମତ ରଖୁଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Nanhe Nadan (@actor_nanhe)


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri