Posted inଫୁରସତ

ବିବାହକୁ ଆସିଲେନି ଅତିଥି, ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ଲଗାଇଲେ ଯୁବତୀ

କାନବେରା,୨୩।୧୨: ଦେଶରେ ବିବାହ ଋତୁ ଆରମ୍ଭ ହୋଇ ସାରିଛି। ବିଭିନ୍ନ ରାଜ୍ୟର ବିଭିନ୍ନ ସହରରେ ହଜାର ହଜାର ବିବାହ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ବିବାହ ସମୟରେ ପୁରା ଘରେ ଖୁସିର ମାହୋଲ ଦେଖାଯିବା ସହ ବିଭିନ୍ନ ପ୍ରକାର ଖାଦ୍ୟର ମଧ୍ୟ ଆସର ଦେଖିବାକୁ ମିଳିଥାଏ। ମାସେ ଦୁଇମାସ ପୂର୍ବରୁ ଏଥିପାଇଁ ସବୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥାଏ। ତେବେ ଦେଖାଯାଏ କି, କିଛି ଅତିଥି ବିବାହ ସମୟରେ କିଛି ଜରୁରୀ କାମ ପଡିଯିବା ଯୋଗୁ ନିମନ୍ତ୍ରଣ ରକ୍ଷା କରିପାରନ୍ତି ନାହିଁ। ହେଲେ ଅଷ୍ଟ୍ରେଲିଆରେ ଜଣେ ଯୁବତୀଙ୍କ ସହ କିଛି ଏପରି ଘଟଣା ଘଟିଛି। ଯୁବତୀଜଣକ ନିଜ ବିବାହ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ କିଛି କାମ ପଡିଯିବା ଯୋଗୁ ବିବାହରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣାଇଥିଲେ। ଏହାପରେ ଯୁବତୀଜଣକ ସେମାନଙ୍କ ଯାହା ଆତିଥ୍ୟ ଚର୍ଚ୍ଚା କରିଥିଲେ ତାହା ଶୁଣି ଆପଣ ତାଜୁବ ହୋଇଯିବେ।

ଏ ସମ୍ପର୍କରେ ଯୁବତୀଜଣକ ନିଜେ ଏକ ପୋଡକାଷ୍ଟରେ କହିଛନ୍ତି। ସେ କହିଛନ୍ତି, ବିବାହର ୧୮ମାସ ପୂର୍ବରୁ ବନ୍ଧୁବର୍ଗ ଓ ଅତିଥିଙ୍କୁ ନିମନ୍ତ୍ରଣ ପଠାଇଥିଲି। ଖାଦ୍ୟ ଅର୍ଡର ସରିଥିଲା। ଅତିଥିମାନଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସବୁ କାର୍ଯ୍ୟକ୍ରମ ପାଇଁ ୧୨,୪୪୬ ଡଲାର (୧୦ ଲକ୍ଷ ଭାରତୀୟ ଟଙ୍କା) ପେମେଣ୍ଟ କରିଥିଲି। ହେଲେ ବିବାହକୁ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ୧୦ଜଣ ଅତିଥି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ ବୋଲି ମନା କରିଥିଲେ। ଶେଷ ମୂହୁର୍ତ୍ତରେ ଅନ୍ୟ ରାଜ୍ୟକୁ ଯାତ୍ରା କରିବାରେ ଅସୁବିଧା ହେବ ଏବଂ ଏଥିପାଇଁ ସେମାନଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି ସେ କହିଥିଲେ। ଯେତେବେଳେ କି, ସେମାନେ ଆସିବେ ବୋଲି କଥା ଦେଇଥିଲେ।

ତେବେ ଏନେଇ ଅତିଥିଙ୍କୁ କ୍ଷତିପୂରଣ ଭରିବାକୁ ପଡିବ ବୋଲି ଯୁବତୀଜଣକ କହିଛନ୍ତି। ବର୍ତ୍ତମାନ ତାଙ୍କୁ ନିଜ ପକେଟରୁ ୧୩୩୬ଡଲାର ଅର୍ଥାତ ୧,୧୧,୦୭୬ଟଙ୍କାର କ୍ଷତି ଉଠେଇବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନଷ୍ପତ୍ତି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୮।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri