ବାହାଘର ସାରି ଫେରୁଥିଲେ: କାର-ଟ୍ରକ୍‌ ମୁହାଁମୁହିଁ ଧକ୍କା, ବରକନ୍ୟା ଗୁରୁତର

ଜମନକିରା, ୭।୨(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ପିଇଟି କଲେଜ ପାଖରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ କାରରେ ବସିଥିବା ବରକନ୍ୟା ଗୁରୁତର ହୋଇଛନ୍ତି।

ବରକନ୍ୟା ହେଲେ ଦେବଗଡ଼ ସଦର ମହକୁମାର ସୁବାସ ମୋଦିଙ୍କ ପୁଅ ସୁମିତ(୩୦) ଓ ତାଙ୍କ ନବବିବାହିତା ପତ୍ନୀ। କନ୍ୟାଙ୍କ ବାପ ଘର ରାୟପୁର। ଗୁରୁବାର ସମ୍ବଲପୁରରେ ଏକ ହୋଟେଲରେ ବିବାହ ସମ୍ପନ୍ନ କରି ଦେବଗଡ଼କୁ କାରରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। କାରରେ ଡ୍ରାଇଭର ଓ ଅନ୍ୟ ଜଣେ ନାବାଳିକା ମଧ୍ୟ ଥିଲେ।

Share