ପାରାଦୀପ,୨୪।୮(ଶରତ ରାଉତ)ପାରାଦୀପ ଷଣ୍ଢକୁଦ ବସ୍ତିର ଅନତି ଦୂରରେ ବିସ୍ତୀର୍ଣ୍ଣ ବେଳାଭୂମି ସହ ଝାଉଁ ଜଙ୍ଗଲ ରହିଛି। ସେହି ଜଙ୍ଗଲ ମଝିରେ ଅଛି ବନ ବିଭାଗର ବିଟ୍ ହାଉସ। ତା’ଠାରୁ ୫୦୦ ମିଟର ଆଗକୁ ଗଲେ କେବଳ ଜଙ୍ଗଲ ଓ ବେଳାଭୂମି ରହିଛି। ମଝିରେ ରହିଛି ଉପକୂଳ ରାସ୍ତା। ରାସ୍ତାର ଗୋଟିଏ ପାର୍ଶ୍ୱରେ ବେଳାଭୂମି ଓ ଅପରପାଶର୍ବରେ ତୈଳ ବିଶୋଧନାଗାର ରହିଛି। ସେହି ଅଞ୍ଚଳ ଏରସମା ବ୍ଲକ ଅଧୀନରେ ରହିଛି। ପାରାଦୀପରୁ ଏରସମା ଢିଙ୍କିଆ ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ବେଳାଭୂମି ପାର୍ଶ୍ୱରେ କେତେ ମାସ ହେଲା ଜବରଦଖଲ ଚାଲିଛି। ଏପରିକି କେତେଜଣ ଲୋକ ସେଠାରେ ଝାଉଁ ଜଙ୍ଗଲ ମଧ୍ୟରେ ଇଟା, ସିମେଣ୍ଟ ଯୁକ୍ତ ପାଚେରି ନିର୍ମାଣ କରିସାରିଲେଣି। ଆଉ କେତେଜଣ ଲୋକ ବାଡ଼ ବୁଲେଇ ତା’ ମଧ୍ୟରେ କବାଡିଆ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି। ଏହାବାଦ୍ ସେହି ବେଳାଭୂମିରେ୧୨ରୁ ଅଧିକ ନଳକୂପ ଖୋଳି ମୋଟର ଯୋଗେ ପାଣି ଉତ୍ତୋଳନ କରି ବିଭିନ୍ନ ଠିକା କମ୍ପାନୀକୁ ବିକୁଥିବା ଦେଖିବାକୁ ମିଳିଛି। ରାସ୍ତା କଡରେ ଚିଙ୍ଗୁଡ଼ି ଚୋପା ଓ ମୁଣ୍ଡ ଖୋଳପା ଶୁଖା ଯାଇ ଖତ ତିଆରି ଚାଲିଛି। ଏମିତି ଅନେକ ପରିବେଶ ବିରୋଧୀ କାର୍ଯ୍ୟ ସେହି ଅଞ୍ଚଳରେ ଅବାଧରେ ଚାଲିଛି ବୋଲି ପାରାଦୀପର ସ୍ବେଚ୍ଛାସେବୀ ସଙ୍ଗଠନ ଆହ୍ବାନ କମ୍ବାଇନ୍ସ ସଭାପତି ସାଗର ବିଶ୍ୱାଳ ବନ ବିଭାଗ ନିକଟରେ ଏକାଧିକ ବାର ଅଭିଯୋଗ କରିଛନ୍ତି। ଏହାସତ୍ତ୍ୱେ ସେହି ଅଞ୍ଚଳରେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ଚାଲିଛି। ବନ ବିଭାଗ ଉକ୍ତ ଅଞ୍ଚଳର ସୁରକ୍ଷା ପାଇଁ ଯେତିକି ବ୍ୟବସ୍ଥା କରିବା କଥା ତାହା କରୁନାହାନ୍ତି ବୋଲି ବିଶ୍ୱାଳ କୁହନ୍ତି। ଏହାଦ୍ୱାରା ସେଠାରେ ଜଙ୍ଗଲ ଲୋପ ପାଉଥିବା ବେଳେ ଜବରଦଖଲ ବଢୁଛି।
ଭୌଗୋଳିକ ଭାବେ ଉକ୍ତ ଅଞ୍ଚଳ ପାରାଦୀପ ସୀମା ମଧ୍ୟରେ ଯାଉଥିବା ବେଳେ ସରକାରୀ ଭାବେ ଏରସମା ତହସିଲ ଅଧୀନରେ ରହିଛି। ଏରସମା ତହସିଲ ସଦର ମହକୁମାଠାରୁ ଉକ୍ତ ଅଞ୍ଚଳ ଦୂରତା ଏବଂ ଗମନାଗମନ କଷ୍ଟସାଧ୍ୟ ଯୋଗୁ ସେମାନେ ପ୍ରାୟ ସମୟରେ ଆସନ୍ତି ନାହିଁ। ପାରାଦୀପ ପୌର ପରିଷଦ ତାଙ୍କ ସୀମା ବାହାର ହୋଇଥିବାରୁ ସେମାନେ ସେହି ଅଞ୍ଚଳକୁ ଯାଆନ୍ତି ନାହିଁ। ଏପରି ସୁଯୋଗରେ କେତେଜଣ ମୁଷ୍ଟିମେୟ ଲୋକ ସେମାନଙ୍କ ପ୍ରଭାବ ବିସ୍ତାର କରୁଥିବା ଜଣାଯାଏ। ବନ ବିଭାଗ ବିଟ ହାଉସ ଭୂତକୋଠି ପରି ରହିଛି। ଜଣେ ଗାର୍ଡ କୁଜଙ୍ଗରୁ ୨୫ କିମି ପର୍ଯ୍ୟନ୍ତ ଆସି ନିୟମିତ ପାଟ୍ରୋଲିଂ କରୁନାହାନ୍ତି ବୋଲି ଖୋଦ୍ ଗାର୍ଡ ନିରଞ୍ଜନ ମଣ୍ଡଳ କହିଛନ୍ତି। ଯେଉଁ ବେଳାଭୂମି ଜଙ୍ଗଲକୁ ପାଚେରି ଦ୍ୱାରା ଆବଦ୍ଧ କରାଯାଇଛି ତାହା ପଟ୍ଟା ଜାଗା ବୋଲି ଗାର୍ଡ ମଣ୍ଡଳ କୁହନ୍ତି। ପଟ୍ଟା ଜାଗାରେ ବନ ବିଭାଗ କିପରି ଚାରା ରୋପଣ କରିବା ପ୍ରଶ୍ନରେ କୁହନ୍ତି, ଏ ସମ୍ପର୍କରେ ଜାଣିନାହିଁ। କୁଜଙ୍ଗ ବନାଞ୍ଚଳ ଅଧିକାରୀ ରଞ୍ଜନ ମିଶ୍ରଙ୍କୁ ପଚାରିବାରେ ଆମର ମ୍ୟାନ ପାୱାର କମ୍ ଥିବାରୁ ଠିକ୍ ଭାବେ ଅଞ୍ଚଳର ତଦାରଖ କରିପାରୁ ନାହାନ୍ତି। କିନ୍ତୁ ଯେଉଁମାନେ ଜଙ୍ଗଲ ଜମି ଜବରଦଖଲ କରିଥିବା ଯାଞ୍ଚ ବେଳେ ଜଣାପଡ଼ିବ ସେତେବେଳେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
Posted inHome, Home Left, ଆମ ଜିଲା ଖବର, ଜଗତ୍ସିଂହପୁର View All
ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା
ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…
ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ
ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…
ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!
ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…
ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା
ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…
ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…
ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…
ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ
ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…
ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…
ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…
Archives

