ନାକ୍‌ ମାନ୍ୟତା ପାଇଁ ଲାଞ୍ଚ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ସମେତ ୧୦ ଗିରଫ

ସମ୍ବଲପୁର(ପ୍ରମୋଦ ବହିଦାର)/ ନୂଆଦିଲ୍ଲୀ(ଏଜେନ୍ସି),୩ା୨: ଦେଶର ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ର଼୍ୟାଙ୍କିଙ୍ଗ୍‌ ପାଇଁ ଆବଶ୍ୟକ ମାପଦଣ୍ଡ ପୂରଣରେ ବିଫଳତା ସତ୍ତ୍ୱେ ସେଗୁଡ଼ିକୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ ସକାଶେ କିପରି ଜାଲିଆତି ଓ ଲାଞ୍ଚ କାରବାର ଚାଲିଛି, ସିବିଆଇ ପକ୍ଷରୁ ଦେଶର ୨୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ପରେ ତା’ର ପର୍ଦ୍ଦାଫାଶ କରାଯାଇଛି। ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ କୋନେରୁ ଲକ୍ଷମୈଆହ ଏଜୁକେଶନ୍‌ ଫାଉଣ୍ଡେଶନ୍‌ (କେଏଲ୍‌ଇଏଫ୍‌) ଅଧୀନ ଏକ ଶିକ୍ଷାନୁଷ୍ଠାନକୁ ନାକ୍‌ ରେଟିଂ ପ୍ରଦାନ ସକାଶେ ଯାଞ୍ଚ ପାଇଁ ଏକ ଟିମ୍‌ ଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତି ବିହାର) ଲାଇବ୍ରେରୀ ସାଇନ୍ସ ବିଭାଗର ଫାକଲ୍ଟି ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କ ସମେତ ନାକ୍‌ ନିରୀକ୍ଷଣ କମିଟିର ୬ ସଦସ୍ୟ ଏହି ଇନ୍‌ସ୍ପେକ୍ସନ ଟିମ୍‌ରେ ରହିଥିଲେ। ଅନ୍ୟମାନେ ହେଲେ କେଏଲ୍‌ଇଏଫ୍‌ କୁଳପତି ଜିପି ସରଧି ବର୍ମା, କେଏଲ୍‌ଇଏଫ୍‌ର ଉପସଭାପତି କୋନେରୁ ରାଜା ହରିନ୍‌, କେଏଲ୍‌ ବିଶ୍ୱବିଦ୍ୟାଳୟ ହାଇଦ୍ରାବାଦ କ୍ୟାମ୍ପସର ନିର୍ଦ୍ଦେଶକ ଏ ରାମକ୍ରିଷ୍ଣା, ନାକ୍‌ ପିୟର ନିରୀକ୍ଷଣ କମିଟି ଅଧ୍ୟକ୍ଷ ତଥା ରାମଚନ୍ଦ୍ର ଚନ୍ଦ୍ରବଂଶୀ ବିଶ୍ୱବିଦ୍ୟାଳୟ କୁଳପତି ସମରେନ୍ଦ୍ର ନାଥ ଶାହା,
ସଂଯୋଜକ କମିଟି ସଦସ୍ୟ ତଥା ଜେଏନ୍‌ୟୁ ପ୍ରଫେସର ରାଜୀବ ଶିଜାରିଆ, କମିଟି ସଦସ୍ୟ ତଥା ଭାରତ ଆଇନ ପ୍ରତିଷ୍ଠାନ ଡିନ୍‌ ଡ. ଡି ଗୋପାଲ, ଭୋପାଳ ଜାଗରଣ ଲେକସିଟି ବିଶ୍ୱବିଦ୍ୟାଳୟ ଡିନ୍‌ ରାଜେଶ ସିଂ ପାୱାର, ଜିଏଲ ବଜାଜ ପ୍ରଯୁକ୍ତି ଓ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ନିର୍ଦ୍ଦେଶକ ମାନସ କୁମାର ମିଶ୍ର ଏବଂ କମିଟି ସଦସ୍ୟ ତଥା ଦେବଗିର ବିଶ୍ୱବିଦ୍ୟାଳୟର ପ୍ରଫେସର ଗାୟତ୍ରୀ ଦେବରାଜା। ପରିଦର୍ଶନ ବେଳେ ସେମାନଙ୍କ ସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅନ୍ୟ ୪ ଅଧିକାରୀ କେଏଲ୍‌ଇଏଫ୍‌ ସଭାପତି କୋନେରୁ ସତ୍ୟନାରାୟଣ, କମିଟିର ପୂର୍ବତନ ସହପରାମର୍ଶଦାତା ଡ.ଏଲ୍‌ ମଞ୍ଜୁନାଥ ରାଓ, ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ପ୍ରଫେସର ଏମ୍‌ ହନମନ୍ଥାପ୍ପା ଏବଂ କମିଟି ପରାମର୍ଶଦାତା ଏମ୍‌.ଏସ୍‌ ଶ୍ୟାମସୁନ୍ଦର ରହିଥିଲେ। ସେହି ସମୟରେ ନାକ୍‌ ଏ++ଏସି ମାନ୍ୟତା ପାଇଁ ଡିଲ୍‌ ହୋଇଥିଲା। ର଼୍ୟାଙ୍କିଙ୍ଗ୍‌ ପାଇଁ ଅବଶ୍ୟକ ମାପଦଣ୍ଡ ପୂରଣ କରୁ ନ ଥିବା ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରତିନିଧି ଦଳଙ୍କୁ ସେମାନଙ୍କ ଦାବି ଅନୁସାରେ ଦାମୀ ଆଇଫୋନ୍‌ ଓ ମୋଟା ଅଙ୍କର ଅର୍ଥରାଶି ପ୍ରଦାନ କରାଯାଇଥିଲା। ରେଟିଂ ବୃଦ୍ଧି ପାଇଁ ଲାଞ୍ଚ କାରବାର ଚାଲିଥିବା ଖବର ପାଇ ସିବିଆଇ ଟିମ୍‌ ସେଠାରେ ପହଞ୍ଚତ୍ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ରାତିରେ ବୁଲୁଙ୍କ ଘରେ ଓ ଜ୍ୟୋତି ବିହାର କ୍ୟାମ୍ପସ୍‌ସ୍ଥିତ ଅଫିସ ରୁମ୍‌ରେ ମଧ୍ୟ ଚଢ଼ାଉ କରାଯାଇଛି। ନାକ୍‌ ଟିମ୍‌କୁ ଲାଞ୍ଚ ଟଙ୍କା ଦିଆଯାଇଥିବା ନେଇ କେତେକ ଦସ୍ତାବିଜ ସହ ଟଙ୍କା, ସୁନା, ମୋବାଇଲ ଫୋନ୍‌, ଲାପ୍‌ଟପ ଆଦି ଯାଞ୍ଚ ବେଳେ ଠାବ ହୋଇଥିଲା। ସିବିଆଇ ସେଗୁଡ଼ିକୁ ଜବତ କରିଛି। କେବଳ ସମ୍ବଲପୁର ନୁହେଁ, ଚେନ୍ନାଇ, ବେଙ୍ଗାଲୁରୁ, ବିଜୟଓ୍ବାଡା, ପାଲାମୁ, ସମ୍ବଲପୁର, ଭୋପାଳ, ବିଳାସପୁର, ଗୌତମବୁଦ୍ଧନଗର ଓ ନୂଆଦିଲ୍ଲୀ ସମେତ ମୋଟ ୨୦ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି।
ପ୍ରଫେସର ବୁଲୁ ମହାରଣାଙ୍କୁ ଗିରଫ କରିବା ପରେ ସିବିଆଇ ଅଧିକାରୀମାନେ ଶନିବାର ରାତିରେ ସମ୍ବଲପୁର ବୁର୍ଲା ଜ୍ୟୋତିବିହାରସ୍ଥିତ ତାଙ୍କ ସରକାରୀ ବାସଭବନ (କ୍ୱାର୍ଟର୍ସ ନଂ.୫) ସମ୍ମୁଖରେ ନୋଟିସ୍‌ ଲଗାଇ ସିଲ୍‌ କରିଛନ୍ତି। ଘଟଣା ସମ୍ପର୍କରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ନାକ୍‌ କମିଟି ସଦସ୍ୟ ତଥା ଲାଇବ୍ରେରୀ ସାଇନ୍ସ ବିଭାଗ ମୁଖ୍ୟ ପ୍ରଫେସର ଡ. ମହାରଣାଙ୍କୁ ଅଟକ ରଖାଯାଇଥିବା ନେଇ ଶନିବାର ସିବିଆଇ ପକ୍ଷରୁ ତାଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri