ନାକ୍‌ ମାନ୍ୟତା ପାଇଁ ଲାଞ୍ଚ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ସମେତ ୧୦ ଗିରଫ

ସମ୍ବଲପୁର(ପ୍ରମୋଦ ବହିଦାର)/ ନୂଆଦିଲ୍ଲୀ(ଏଜେନ୍ସି),୩ା୨: ଦେଶର ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ର଼୍ୟାଙ୍କିଙ୍ଗ୍‌ ପାଇଁ ଆବଶ୍ୟକ ମାପଦଣ୍ଡ ପୂରଣରେ ବିଫଳତା ସତ୍ତ୍ୱେ ସେଗୁଡ଼ିକୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ ସକାଶେ କିପରି ଜାଲିଆତି ଓ ଲାଞ୍ଚ କାରବାର ଚାଲିଛି, ସିବିଆଇ ପକ୍ଷରୁ ଦେଶର ୨୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ପରେ ତା’ର ପର୍ଦ୍ଦାଫାଶ କରାଯାଇଛି। ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ କୋନେରୁ ଲକ୍ଷମୈଆହ ଏଜୁକେଶନ୍‌ ଫାଉଣ୍ଡେଶନ୍‌ (କେଏଲ୍‌ଇଏଫ୍‌) ଅଧୀନ ଏକ ଶିକ୍ଷାନୁଷ୍ଠାନକୁ ନାକ୍‌ ରେଟିଂ ପ୍ରଦାନ ସକାଶେ ଯାଞ୍ଚ ପାଇଁ ଏକ ଟିମ୍‌ ଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତି ବିହାର) ଲାଇବ୍ରେରୀ ସାଇନ୍ସ ବିଭାଗର ଫାକଲ୍ଟି ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କ ସମେତ ନାକ୍‌ ନିରୀକ୍ଷଣ କମିଟିର ୬ ସଦସ୍ୟ ଏହି ଇନ୍‌ସ୍ପେକ୍ସନ ଟିମ୍‌ରେ ରହିଥିଲେ। ଅନ୍ୟମାନେ ହେଲେ କେଏଲ୍‌ଇଏଫ୍‌ କୁଳପତି ଜିପି ସରଧି ବର୍ମା, କେଏଲ୍‌ଇଏଫ୍‌ର ଉପସଭାପତି କୋନେରୁ ରାଜା ହରିନ୍‌, କେଏଲ୍‌ ବିଶ୍ୱବିଦ୍ୟାଳୟ ହାଇଦ୍ରାବାଦ କ୍ୟାମ୍ପସର ନିର୍ଦ୍ଦେଶକ ଏ ରାମକ୍ରିଷ୍ଣା, ନାକ୍‌ ପିୟର ନିରୀକ୍ଷଣ କମିଟି ଅଧ୍ୟକ୍ଷ ତଥା ରାମଚନ୍ଦ୍ର ଚନ୍ଦ୍ରବଂଶୀ ବିଶ୍ୱବିଦ୍ୟାଳୟ କୁଳପତି ସମରେନ୍ଦ୍ର ନାଥ ଶାହା,
ସଂଯୋଜକ କମିଟି ସଦସ୍ୟ ତଥା ଜେଏନ୍‌ୟୁ ପ୍ରଫେସର ରାଜୀବ ଶିଜାରିଆ, କମିଟି ସଦସ୍ୟ ତଥା ଭାରତ ଆଇନ ପ୍ରତିଷ୍ଠାନ ଡିନ୍‌ ଡ. ଡି ଗୋପାଲ, ଭୋପାଳ ଜାଗରଣ ଲେକସିଟି ବିଶ୍ୱବିଦ୍ୟାଳୟ ଡିନ୍‌ ରାଜେଶ ସିଂ ପାୱାର, ଜିଏଲ ବଜାଜ ପ୍ରଯୁକ୍ତି ଓ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ନିର୍ଦ୍ଦେଶକ ମାନସ କୁମାର ମିଶ୍ର ଏବଂ କମିଟି ସଦସ୍ୟ ତଥା ଦେବଗିର ବିଶ୍ୱବିଦ୍ୟାଳୟର ପ୍ରଫେସର ଗାୟତ୍ରୀ ଦେବରାଜା। ପରିଦର୍ଶନ ବେଳେ ସେମାନଙ୍କ ସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅନ୍ୟ ୪ ଅଧିକାରୀ କେଏଲ୍‌ଇଏଫ୍‌ ସଭାପତି କୋନେରୁ ସତ୍ୟନାରାୟଣ, କମିଟିର ପୂର୍ବତନ ସହପରାମର୍ଶଦାତା ଡ.ଏଲ୍‌ ମଞ୍ଜୁନାଥ ରାଓ, ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ପ୍ରଫେସର ଏମ୍‌ ହନମନ୍ଥାପ୍ପା ଏବଂ କମିଟି ପରାମର୍ଶଦାତା ଏମ୍‌.ଏସ୍‌ ଶ୍ୟାମସୁନ୍ଦର ରହିଥିଲେ। ସେହି ସମୟରେ ନାକ୍‌ ଏ++ଏସି ମାନ୍ୟତା ପାଇଁ ଡିଲ୍‌ ହୋଇଥିଲା। ର଼୍ୟାଙ୍କିଙ୍ଗ୍‌ ପାଇଁ ଅବଶ୍ୟକ ମାପଦଣ୍ଡ ପୂରଣ କରୁ ନ ଥିବା ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରତିନିଧି ଦଳଙ୍କୁ ସେମାନଙ୍କ ଦାବି ଅନୁସାରେ ଦାମୀ ଆଇଫୋନ୍‌ ଓ ମୋଟା ଅଙ୍କର ଅର୍ଥରାଶି ପ୍ରଦାନ କରାଯାଇଥିଲା। ରେଟିଂ ବୃଦ୍ଧି ପାଇଁ ଲାଞ୍ଚ କାରବାର ଚାଲିଥିବା ଖବର ପାଇ ସିବିଆଇ ଟିମ୍‌ ସେଠାରେ ପହଞ୍ଚତ୍ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ରାତିରେ ବୁଲୁଙ୍କ ଘରେ ଓ ଜ୍ୟୋତି ବିହାର କ୍ୟାମ୍ପସ୍‌ସ୍ଥିତ ଅଫିସ ରୁମ୍‌ରେ ମଧ୍ୟ ଚଢ଼ାଉ କରାଯାଇଛି। ନାକ୍‌ ଟିମ୍‌କୁ ଲାଞ୍ଚ ଟଙ୍କା ଦିଆଯାଇଥିବା ନେଇ କେତେକ ଦସ୍ତାବିଜ ସହ ଟଙ୍କା, ସୁନା, ମୋବାଇଲ ଫୋନ୍‌, ଲାପ୍‌ଟପ ଆଦି ଯାଞ୍ଚ ବେଳେ ଠାବ ହୋଇଥିଲା। ସିବିଆଇ ସେଗୁଡ଼ିକୁ ଜବତ କରିଛି। କେବଳ ସମ୍ବଲପୁର ନୁହେଁ, ଚେନ୍ନାଇ, ବେଙ୍ଗାଲୁରୁ, ବିଜୟଓ୍ବାଡା, ପାଲାମୁ, ସମ୍ବଲପୁର, ଭୋପାଳ, ବିଳାସପୁର, ଗୌତମବୁଦ୍ଧନଗର ଓ ନୂଆଦିଲ୍ଲୀ ସମେତ ମୋଟ ୨୦ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି।
ପ୍ରଫେସର ବୁଲୁ ମହାରଣାଙ୍କୁ ଗିରଫ କରିବା ପରେ ସିବିଆଇ ଅଧିକାରୀମାନେ ଶନିବାର ରାତିରେ ସମ୍ବଲପୁର ବୁର୍ଲା ଜ୍ୟୋତିବିହାରସ୍ଥିତ ତାଙ୍କ ସରକାରୀ ବାସଭବନ (କ୍ୱାର୍ଟର୍ସ ନଂ.୫) ସମ୍ମୁଖରେ ନୋଟିସ୍‌ ଲଗାଇ ସିଲ୍‌ କରିଛନ୍ତି। ଘଟଣା ସମ୍ପର୍କରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ନାକ୍‌ କମିଟି ସଦସ୍ୟ ତଥା ଲାଇବ୍ରେରୀ ସାଇନ୍ସ ବିଭାଗ ମୁଖ୍ୟ ପ୍ରଫେସର ଡ. ମହାରଣାଙ୍କୁ ଅଟକ ରଖାଯାଇଥିବା ନେଇ ଶନିବାର ସିବିଆଇ ପକ୍ଷରୁ ତାଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri