କମିଶନରେଟ ପୋଲିସ ମୁଖ୍ୟାଳୟରେ ଲାଞ୍ଚ: ଧରିଲା ଭିଜିଲାନ୍ସ,କନଷ୍ଟେବଳ ଜେଲ ଗଲେ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଖାକିରେ ଲାଗିଛି ଲାଞ୍ଚ କଳଙ୍କ। ସବୁଠୁ ଦକ୍ଷ ତଥା ସଚ୍ଚୋଟ ବୋଲି କହୁଥିବା କମିଶନରେଟ ପୋଲିସ ମୁଖ୍ୟାଳୟରେ ବି ଚାଲିଛି ଲାଞ୍ଚ କାରବାର। ଯେଉଁଥିପାଇଁ ଗୁରୁବାର ପୋଲିସ ଭବନରେ ପଶିଛି ଭିଜିଲାନ୍ସ। ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିଏଫ୍‌) କରାଇ ଦେବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜଣେ କନଷ୍ଟେବଳଙ୍କୁ ଧରିଛି। ସେ ହେଲେ ପୋଲିସ ସେବା ଭବନର ଆକାଉଣ୍ଟ ସେକ୍ସନରେ କାର୍ଯ୍ୟରତ କନଷ୍ଟେବଳ ସୁରେଶଚନ୍ଦ୍ର ଦାସ। ଭିଜିଲାନ୍ସ କେସ୍‌ ନଂ-୧୮/୨୦ ରୁଜୁ କରି ସୁରେଶଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କନଷ୍ଟେବଳ ସୁରେଶଙ୍କୁ ନିଲମ୍ବିତ କରିଛନ୍ତି।
ସୂଚନାନୁଯାୟୀ, ବାଲିପାଟଣା ଅଞ୍ଚଳରେ କାର୍ଯ୍ୟରତ ଓଏପିଏଫ୍‌ର ରତ୍ନାକର ପେଦେନ୍ତି ନିଜ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିଏଫ୍‌) କରିବାକୁ କମିଶନରେଟ ପୋଲିସ ମୁଖ୍ୟାଳୟରେ ଅବେଦନ କରିଥିଲେ। ହେଲେ ଦାୟିତ୍ୱରେ ଥିବା କନଷ୍ଟେବଳ ସୁରେଶ ଏଥିଲାଗି ୧୦ ହଜାର ଟଙ୍କା ମାଗିଥିଲେ। ଶେଷରେ ୮ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏନେଇ ରତ୍ନାକର ଭିଜିଲାନ୍ସରେ ଜଣାଇଥିଲେ। ଭିଜିଲାନ୍ସର ଯୋଜନା ମୁତାବକ ରତ୍ନାକର ଗୁରୁବାର ସକାଳେ କମିଶନରେଟ ପୋଲିସ ମୁଖ୍ୟାଳୟକୁ ଯାଇ କେମିକାଲ ବୋଳା ୮ହଜାର ଟଙ୍କା ସୁରେଶଙ୍କୁ ଦେଇଥିଲେ। ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରି ସୁରେଶଙ୍କୁ କାବୁ କରିବା ସହ ଉକ୍ତ ଲାଞ୍ଚ ଟଙ୍କାକୁ ତାଙ୍କ ପ୍ୟାଣ୍ଟ ପକେଟରୁ ଜବତ କରିଥିଲେ। ସୁରେଶଙ୍କ ହାତ ଓ ଟଙ୍କାରୁ କେମିକାଲ ଚିହ୍ନଟ ହେବା ପରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri