ସମ୍ପୂର୍ଣ୍ଣ ହେବା ଆଗରୁ ଫାଟିଲାଣି ମିଶନ ଶକ୍ତି ଘର

ନୂଆଗାଁ,୧୦।୯(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର ଅସମ୍ପୂର୍ଣ୍ଣ ମିଶନ ଶକ୍ତି ଗୃହକୁ ମିଶନ ଶକ୍ତି ବିଭାଗକୁ ହସ୍ତାନ୍ତର କରାଯାଇଛି ା ସେଥିମଧ୍ୟରୁ କୌଣସି ଗୃହ ବ୍ୟବହାର ହେଉନାହିଁ । ଫଳରେ ମହିଳାମାନେ କେଉଁଠି ପଞ୍ଚାୟତ ଘରେ ତ ଆଉ କେଉଁଠି କାହା ବାରଣ୍ଡାରେ ବସି ସଭା ସମିତି କରୁଛନ୍ତି। ସିଙ୍ଗାରପଲି ପଞ୍ଚାୟତ ମିଶନ ଶକ୍ତି ଗୃହଟି ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ତାହାକୁ ଉଦ୍‌ଘାଟନ କରାଯାଇଛି । ହେଲେ ତାହା କାମରେ ଲାଗୁ ନ ଥିବା ଅଭିଯୋଗ ହେଉଛି ।
ମହିଳାମାନେ ଏକତ୍ର ହେବା ପାଇଁ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଲାଗି ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ନୂଆଗାଁ ବ୍ଲକର ୨୨ ପଞ୍ଚାୟତ ମଧ୍ୟରୁ ଅଦ୍ୟାବଧି ୧୭ ମିଶନ ଶକ୍ତି ଗୃହ ସମ୍ପୃକ୍ତ ବିଭାଗକୁ ବ୍ଲକ ପ୍ରଶାସନ ହସ୍ତାନ୍ତର କରିଛି । କାପ୍ତାପଲି ପଞ୍ଚାୟତର ମିଶନ ଶକ୍ତି ଗୃହକୁ ଛାଡି ଦେଲେ ଅନ୍ୟ ସମସ୍ତ ଗୃହ ଅସମ୍ପୂର୍ଣ୍ଣ ହୋଇ ରହିଛି ା ଏଥିପାଇଁ କୌଣସି ଗୃହ କାମରେ ଲାଗି ପାରୁନି । ଅଧିକାଂଶ ଗୃହରେ ବିଦ୍ୟୁତ୍‌ ସଂଯୋଗ , ପାନୀୟ ଜଳର ଅଭାବ ସହ ଶୌଚାଳୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ । ସିଙ୍ଗାରପଲି ମିଶନ ଶକ୍ତି ଗୃହର ନିର୍ମାଣ କାର୍ଯ୍ୟ ନ୍ୟୁନମାନର ହୋଇଥିବାରୁ ଘର କାନ୍ଥରେ ଫାଟ ସୃଷ୍ଟି ହେବା ସହ ପ୍ଳାଷ୍ଟର ଛାଡ଼ି ଗଲାଣି। ଶୌଚାଳୟରେ ଆନୁସଙ୍ଗିକ ସାମଗ୍ରୀ ଲାଗି ନାହିଁ ା ଏପରି କି ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ବେଳେ ପାଣିର ବ୍ୟବସ୍ଥା କରାଯାଇ ନାହିଁ। ଏତେସବୁ ସମସ୍ୟା ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ୨୦୨୧ ଡିସେମ୍ବର ୨୦ରେ ସେହି ଅସମ୍ପୂର୍ଣ୍ଣ ଗୃହର ଉଦ୍‌ଘାଟନ କରାଯାଇଥିଲା । ହେଲେ ଅଦ୍ୟାବଧି ତାହା ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ କିମ୍ବା କାମରେ ଲାଗି ପାରି ନାହିଁ । ଏ ବାବଦରେ ନୂଆଗାଁ ବ୍ଲକ ମିଶନ ଶକ୍ତି ସଂଯୋଜକ ଦିଲୀପ କୁମାର ନାୟକଙ୍କୁ ପଚାରିବାରେ ହସ୍ତାନ୍ତର ହୋଇଥିବା ଗୃହରେ ଅନେକ ସମସ୍ୟା ରହିଥିବାରୁ ସେଗୁଡିକ ବ୍ୟବହାର କରିବା ସମ୍ଭବ ହେଉ ନ ଥିବା କହିଛନ୍ତି ା ନୂଆଗାଁ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ମୁଁ ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବି। ଯାହା ସମସ୍ୟା ଅଛି ସେଥିରେ ସୁଧାର ଆଣିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri