ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲକୁ ବ୍ରାଣ୍ଡ୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୨।୯: ଦେଶର ପ୍ରମୁଖ ଖାଇବାତେଲ କମ୍ପାନୀ ତଥା ଜେମିନି ଏଡିବଲସ ଆଣ୍ଡ ଫ୍ୟାଟ୍‌ ଇଣ୍ଡିଆ ଲିମିଟେଡ୍‌ (ଜିଏଫ୍‌ ଇଣ୍ଡିଆ) ର ଫ୍ଲାଗଶିପ୍‌ ବ୍ରାଣ୍ଡ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲକୁ ସମ୍ମାନଜନକ ‘ଏଆଇଏମ୍‌ଏ-ଆର୍‌କେ ସ୍ବାମୀ ଉଚ୍ଚ ପ୍ରଦର୍ଶନକାରୀ ବ୍ରାଣ୍ଡ୍‌ ଆୱାର୍ଡ-୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଏଆଇଏମ୍‌ଏର ୪୯ତମ ଜାତୀୟ ପରିଚାଳନା ସମ୍ମିଳନୀର ଏକ ସ୍ବତନ୍ତ୍ର ଅଧିବେଶନ ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କଠାରୁ ଫ୍ରିଡମ ୍‌ହେଲ୍‌ଦି କୁକିଂ ଅଏଲସର ବରିଷ୍ଠ ଉପ ସଭାପତି (ସେଲ୍‌ସ ଆଣ୍ଡ ମାର୍କେଟିଂ) ପି. ଚନ୍ଦ୍ରଶେଖର ରେଡ୍ଡୀ ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସର ବରିଷ୍ଠ ଉପସଭାପତି (ସେଲ୍‌ସ ଆଣ୍ଡ ମାର୍କେଟିଂ) ପି. ଚନ୍ଦ୍ରଶେଖର ରେଡ୍ଡୀ କହିଛନ୍ତି, ଏଭଳି ଏକ ଜାତୀୟ ସମ୍ମାନ ପାଇଁ ଆମେ ଆନନ୍ଦିତ। ଫ୍ରିଡମ ସବୁବେଳେ ଗୁଣାତ୍ମକ ଓ ଗ୍ରାହକଙ୍କ ପସନ୍ଦ ଉପଯୋଗୀ ଉତ୍ପାଦ ବଜାରରେ ବିକ୍ରୟ କରାଇଥାଏ। ଏହି ସମ୍ମାନ ଗ୍ରାହକଙ୍କ ଭଲ ପାଇବା ଓ ବିଶ୍ୱାସ ଯୋଗୁ ମିଳିଥିବା ସେ ମତବ୍ୟକ୍ତି କରିଛନ୍ତି।
ଅପରପକ୍ଷରେ କମ୍ପାନୀ ୬,୫୦୦ କୋଟିରୁ ୧୦,୦୦୦ କୋଟିରୁ ଅଧିକ ଅଭିବୃଦ୍ଧି ପାଇଁ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲସକୁ ଉକ୍ତ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ଏଆଇଏମ୍‌ଏ-ଆର୍‌କେ ସ୍ବାମୀ ପୁରସ୍କାର ୨୦୦୯ରେ ବିଜ୍ଞାପନ ଏଜେନ୍ସି ଆର୍‌କେ ସ୍ବାମୀ ଅଲ ଇଣ୍ଡିଆ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?