ୟୁଜିସି ବିଲ୍‌କୁ ବିରୋଧ, ଜିଲାପାଳଙ୍କୁ ଦାବିପତ୍ର ଦେଲେ…

ବଲାଙ୍ଗୀର,୩ା୨ (ସୁନିଲ କୁମାର ମହାନ୍ତି): ୟୁଜିସି ବିଲ୍‌କୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଏହି ବିଲ୍‌କୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ବଲାଙ୍ଗୀର ଜିଲା ବ୍ରାହ୍ମଣ ମହାସଭା ପକ୍ଷରୁ ଦାବି କରାଯାଇଅଛି । ମଙ୍ଗଳବାର ସଂଘର କର୍ମକର୍ତ୍ତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେମାନେ ଦାବି କରି କହିଛନ୍ତି ଯେ, ବ୍ରାହ୍ମଣ ପିଲାମାନେ ଯେତେ ପାଠ ପଢିଲେ ମଧ୍ୟ ଚାକିରୀ ମିଳୁନାହିଁ । ବ୍ରାହ୍ମଣ ପିଲାଟିଏ ଗରିବ ହୋଇଥିଲେ ମଧ୍ୟ କୋଟା କ୍ୟାଟାଗୋରିରେ ଆସୁନଥିବାରୁ ଚାକିରୀ ପାଉନାହିଁ । ଏସବୁ ଭିତରେ କିନ୍ତୁ ପୁଣି ୟୁଜିସି ବିଲ୍ ଆଣି ସାଧାରଣ ବର୍ଗଙ୍କୁ ତଳିତଳାନ୍ତ କରିବାର ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି ବ୍ରାହ୍ମଣ ମହାସଭାର କର୍ମକର୍ତ୍ତା । ତୁରନ୍ତ ସରକାର ଏହି ବିଲ୍‌କୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ନଚେତ୍ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ବ୍ରାହ୍ମଣ ମହାସଭା ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି ବିକ୍ଷୋଭରେ ବଲାଙ୍ଗୀର ଜିଲା ବ୍ରାହ୍ମଣ ମହାସଭାର ସମସ୍ତ ସଦସ୍ୟା ସଦସ୍ୟ ସାମିଲ ହୋଇଥିଲେ ।

 

Dharitri – Odisha’s No.1 Odia Daily

Share