ବ୍ରାହ୍ମଣୀ ଘେରିବନ୍ଧ ରାସ୍ତାରେ ଖାଲ, ଯାତାୟାତରେ ବାଧା

ପଟ୍ଟାମୁଣ୍ଡାଇ,୨୯ା୧(କଳ୍ପତରୁ ନାୟକ): ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରିବନ୍ଧ ବାଇପାସ୍‌ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ସାଢେ ୧୭ କିମି ରାସ୍ତା ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଲେଉଟିଆ କିଆରି ସାଜିଛି। ଦେଢ଼ବର୍ଷ ମଧ୍ୟରେ ଉକ୍ତ ରାସ୍ତାର ନିର୍ମାଣ ଓ ମରାମତି ବାରମ୍ବାର କରାଯାଇ ଏ ବାବଦରେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। କିନ୍ତୁ ରାସ୍ତା ନିର୍ମାଣ, ମରାମତି ହେବା ପରେ ମଧ୍ୟ ପିଚୁ ଉଠିଯିବା ସହ ଖାଲ ସୃଷ୍ଟି ହୋଇ ଯାତାୟାତରେ ଅନ୍ତରାୟ ହେଉଥିବାରୁ ବୁଦ୍ଧିଜୀବୀ, ସାମାଜିକ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସାମାଜିକ କର୍ମୀ ଆଲୋକ ଧଳ, ମିଟୁ ଧଳ, ପ୍ରବୀର ନାୟକ, ସୁଶାନ୍ତ ଜେନା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ଇନ୍ଦୁପୁର ମଧ୍ୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କାମ ହୋଇଛି। ମାତ୍ର ବିଭାଗୀୟ ଅଧିକାରୀ ବେଫିକର ମନୋଭାବ ଯୋଗୁ ରାସ୍ତାର ଚାରିଆଡ଼େ ପିଚୁ ଉଠି ଖାଲ ସୃଷ୍ଟି ହୋଇ ଯାତାୟାତରେ ବାଧା ଉପୁଜୁଛି। ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରିବନ୍ଧ ମରାମତି କାର୍ଯ୍ୟ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୨୦୨୨ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟରେ ନୀଳକଣ୍ଠପୁର ପାଖରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ପର୍ଯ୍ୟନ୍ତ ୩ କିମି ଲାଗି ୧୯ ଲକ୍ଷ ପରେ ଦୁଇଟି ପର୍ଯ୍ୟାୟରେ ୪୮ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ହୋଇଥିଲା। ସେହିପରି ୨୦୨୩ ମାର୍ଚ୍ଚରୁ ମେ’ ଭିତରେ ପଟ୍ଟାମୁଣ୍ଡାଇ ବାଇପାସ୍‌ ପାଖରୁ କୈଳାସି ପୋଲ ପଛକୁ ୯ ଶହ ମିଟର କାର୍ଯ୍ୟ ପାଇଁ ୨୬ ଲକ୍ଷ ଓ କୈଳାସି ପୋଲରୁ ନୀଳକଣ୍ଠପୁର ପର୍ଯ୍ୟନ୍ତ ୧୫ ଶହ ମିଟର କାମ ପାଇଁ ୫୫ ଲକ୍ଷ ବ୍ୟୟ ଅଟକଳରେ ଖାଲଖମା ମରାମତି ହୋଇଥିଲା। ମାତ୍ର ନିର୍ମାଣ ସରିବାର ୬ ମାସ ଭିତରେ ରାସ୍ତାରୁ ପିଚୁ ଉଠି ପଡୁଥିବା ବେଳେ ଏବେ ସମ୍ପୂର୍ଣ୍ଣ ରାସ୍ତାରେ ଆଣ୍ଠୁଏ ଲେଖାଏ ଖାଲ ସୃଷ୍ଟି ହୋଇଛି। ଏହାଦ୍ୱାରା ୬ ପଞ୍ଚାୟତର ୨୫ ହଜାର ଲୋକ ହନ୍ତସନ୍ତ ହେଉଛନ୍ତି। ଏହି କାମ ଅତି ନିମ୍ନମାନର କରାଯାଇ ଅର୍ଥ ହରିଲୁଟ କରାଯାଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଦ୍ଧିଜୀବୀ ପ୍ରମୋଦ ଜେନା କହିଛନ୍ତି, ବ୍ରାହ୍ମଣୀ ଘେରି ବନ୍ଧ ପଟ୍ଟାମୁଣ୍ଡାଇ ବାଇପାସ୍‌ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ଖାଲଖମାରେ ପରିଣତ ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ଏହାର ମରାମତି ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ରାସ୍ତାର ମରାମତି ପାଇଁ ୪ଟି ପର୍ଯ୍ୟାୟରେ ୧ କୋଟି ୪୮ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର କରିଥିଲେ। ଏହି କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା। ମାତ୍ର ଠିକାଦାର ନାମକୁମାତ୍ର ନିମ୍ନମାନର କାମ କରି ସାରି ଦେଇଥିଲେ। ଏବେ ରାସ୍ତାରେ ଆଣ୍ଠୁଏ ଲେଖାଏ ଖାଲ ସୃଷ୍ଟି ହୋଇଛି। ୨ବର୍ଷ ଧରି ଏହି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆ ଖାବରା ହେଉଛନ୍ତି। ନୀଳକଣ୍ଠପୁର, ହାଟପାଟଣା, ନୂଆପାଟଣା, ଚନ୍ଦନପୁର ସମେତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ୬ଟି ପଞ୍ଚାୟତର ଦୈନିକ ୨୫ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବା ବେଳେ ଏହି ରାସ୍ତାକୁ ଜଳସମ୍ପଦ ବିଭାଗ ଉପରଠାଉରିଆ ଭାବେ ମରାମତି କରିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସହ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଏହି ରାସ୍ତା ଦେଇ ଦୈନିକ ଶହଶହ ହାଇଓ୍ବା, ଟ୍ରକ୍‌ ଚଳପ୍ରଚଳ କରିବା ଦ୍ୱାରା ରାସ୍ତା ଖରାପ ହୋଇଯାଉଛି। ଜନସାଧାରଣ ଏହି ଘେରିବନ୍ଧ ଦେଇ ଯାଉଥିବା ଭାରିଯାନ ବନ୍ଦ କରାଇଲେ ରାସ୍ତା ଭଲ ରୁହନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଫେବୃଆରୀରୁ ରାଜ୍‌ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ

ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗ୍ରହମାନଙ୍କର ରାଜା ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି…

ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

କେନ୍ଦୁପତ୍ର କର୍ମଚାରୀ, ତୋଳାଳିଙ୍କ ପ୍ରତି ଅଣଦେଖା ମନୋଭାବ: ବର୍ଷସାରା କାମ ଯୋଗାଇବାକୁ ଦାବି

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ବର୍ଷସାରା କାମ ଯୋଗାଇବା ବଦଳରେ କେବଳ ସାମୟିକ ତଥା…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ…

ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri