ଗଣେଶଙ୍କ ଉପରେ ଆସ୍ଥା ପ୍ରକଟକଲା ଭାଜପା: ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଭାବେ ମିଳିଲା ଗୁରୁଦାୟିତ୍ୱ

ଦାରିଙ୍ଗବାଡି,୬।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁର ଭାଜପା ମଣ୍ଡଳ ସଭାପତି ଭାବେ ଗଣେଶ ଡାକୁଆଙ୍କୁ ଦଳ ନିଯୁକ୍ତି ଦେଇଛି। ଏ ନେଇ ରାଜ୍ୟ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁ ଓରଫ ଟୁଟୁ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜିଲାର ୨୧ଟି ମଣ୍ଡଳ ରହିଥିବା ବେଳେ ୧୯ଟି ମଣ୍ଡଳର ସଭାପତି ଚୟନ କରାଯାଇଥିଲା। କେବଳ କୋଟଗଡ ଏବଂ ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଚୟନ ଅଟକି ରହିଥିଲା। ଯାହା ମଙ୍ଗଳବାର ଭାଜପାର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହାର ଘୋଷଣା କରିଛନ୍ତି। କନ୍ଧମାଳ ଜିଲା ନିର୍ବାଚନ ଅଧିକାରୀଙ୍କୁ ଏହାର ଚିଠି ପଠାଇଛନ୍ତି। ଗଣେଶ ଡାକୁଆଙ୍କୁ ବ୍ରହ୍ମନୀଗାଁ ମଣ୍ଡଳର ସଭାପତି ଦାୟିତ୍ୱ ମିଳିବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ମୁଁ ତାକୁ ଅଧିକା ପରିଶ୍ରମ କରି ବ୍ରାହ୍ମଣୀଗାଁ ମଣ୍ଡଳରେ ସଂଗଠନକୁ ଆହୁରି ମଜବୁତ କରିବାକୁ କାର୍ଯ୍ୟ କରିବି । ଓଦଳରେ ଯାହା ସମସ୍ୟା ରହିଥିବ ତାର ତୁରନ୍ତ ସମାଧାନ କରାଯିବା ବୋଲି କହିବା ସହ ସେ ଭାଜପାର ସମସ୍ତ ରାଜ୍ୟ ଓ ଜିଲା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।