ଚର୍ଚ୍ଚାରେ ବ୍ରହ୍ମପୁର ମେୟର, ବିଜେଡି କର୍ପୋରେଟରଙ୍କ ପୁରୀ ଗସ୍ତ

ବ୍ରହ୍ମପୁର,୨୭ା୧୧(ନରସିଂହ ସାହୁ):ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍‌ସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ବିବେକ ରେଡ୍ଡୀଙ୍କ ସମେତ ୨୬ ବିଜେଡି କର୍ପୋରେଟର ହଠାତ୍‌ ପୁରୀ ଯାଇଥିବାରୁ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ବିଜେଡିରେ ଅନ୍ତଃକନ୍ଦଳ ପୁଣି ପଦାକୁ ଆସିଛି। ମଙ୍ଗଳବାର ମେୟର ୨୬ ଜଣ ବିଜେଡି କର୍ପୋରେଟରଙ୍କୁ ନେଇ ପୁରୀ ଯାଇଛନ୍ତି। ସେଠାରେ କାର୍ଯ୍ୟକାରୀ ହେଉଥିବା ଘରକୁ ରନ୍ଧନ ଗ୍ୟାସ୍‌ ପାଇପ୍‌ଲାଇନ କାର୍ଯ୍ୟକ୍ରମ ଦେଖିବା ଉଦ୍ଦେଶ୍ୟରେ ଏହି ଗସ୍ତ ବୋଲି କୁହାଯାଇଥିଲେ ମଧ୍ୟ ରାଜନୀତି ଗନ୍ଧ ଥିବା ଚର୍ଚ୍ଚା ହେଉଛି। କର୍ପୋରେଟରମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ଅନ୍ୟ ଗୋଷ୍ଠୀର ଚକ୍ରାନ୍ତ ପଣ୍ଡ ଲାଗି ସଂକଳ୍ପ ନେବେ ବୋଲି ଅନୁମାନ କରାଯାଉଛି। ତେବେ ଏ ନେଇ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପଚାରିବାରୁ, ଜଗନ୍ନାଥଙ୍କ ଦର୍ଶନ ଓ ରିଲାକ୍ସ ପାଇଁ କର୍ପୋରେଟରମାନେ ଯାଇଥିବା କହିଛନ୍ତି।
କିଛି ମାସ ହେବ ବ୍ରହ୍ମପୁର ବିଜେଡି ରାଜନୀତି ରୋଚକ ହେବାରେ ଲାଗିଛି। ଗୋଟିଏ ଗୋଷ୍ଠୀ ଜିଲା ସଭାପତି ଓ ମେୟରଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ବେଳେ ଅନ୍ୟ ଗୋଷ୍ଠୀ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମର୍ଥକ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ୨୦୦୩ ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ଅନୁସାରେ ପୌର ନିର୍ବାଚନରେ ନିର୍ବାଚିତ ମେୟର ଓ ଅନ୍ୟ ଜନ ପ୍ରତିନିଧିଙ୍କ ୨ ବର୍ଷ ପୂରିବା ପରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାର ନିୟମ ରହିଛି। ଏବେ ଅଢ଼େଇ ବର୍ଷ ବିତିଯାଇଛି। ପ୍ରଥମେ ଡେପୁଟି ମେୟରଙ୍କୁ ହଟାଇବା ଲାଗି ପ୍ରୟାସ ଆରମ୍ଭ ହୋଇଥିଲା। ଅକ୍ଟୋବର ୨୩ ତାରିଖରେ ଗୋଟିଏ ଗୋଷ୍ଠୀର ୧୧ ଜଣ ବିଜେଡି କର୍ପୋରେଟର ଆସାମ କାମାକ୍ଷା ପୀଠକୁ ଯାଇଥିଲେ। ସେମାନେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମର୍ଥକ ଥିଲେ ବୋଲି କୁହାଯାଉଛି। ତେବେ ଅନାସ୍ଥା ଫଳପ୍ରଦ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri