Posted inଫୁରସତ

ପ୍ରେମିକା ବ୍ରେକ୍‌ଅପ୍‌ କରିଦେବାରୁ ଖର୍ଚ୍ଚର ହିସାବ ପଠାଇଲେ ଚାର୍ଟାର୍ଡ ପ୍ରେମିକ, ତାଲିକା ଦେଖିଲେ…

ଆଜିକାଲି ରିଲେସନଶିପ୍‌ ତାସ ପରି ହୋଇଗଲାଣି। କ୍ଷଣିକ ମଧ୍ୟରେ ବାଜି ପଲଟି ଯାଉଛି। କିଛି ସମ୍ପର୍କ ମଧ୍ୟ ଠିକ୍‌ ଏମିତି ହୋଇଗଲାଣି। କିଛି ଦିନ କିମ୍ବା କିଛି ମାସ ମଧ୍ୟରେ ଭାଙ୍ଗିଯାଉଛି। ସାଧାରଣ କଥା ପ୍ରେମିକା/ପ୍ରେମିକ ମଧ୍ୟରେ ରାଗରୁଷା ହେଲେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ମାତ୍ର ଏମିତି ଜଣେ ପ୍ରେମିକ, ଯିଏ କି ବ୍ରେକ୍‌ଅପ୍‌ ପରେ ତାଙ୍କ ପ୍ରେମିକାଙ୍କ ପାଇଁ କରିଥିବା ଖର୍ଚ୍ଚର ହିସାବ ତାଲିକା ପଠାଇଛନ୍ତି। ଖାଲି ଏତିକି ନୁହେଁ, କେଉଁ ବାବଦରେ କେତେ ଖର୍ଚ୍ଚ କରିଛନ୍ତି, ତାହା ସମ୍ପୂର୍ଣ୍ଣ ଲେଖି କି ଦେଇଛନ୍ତି। ଯାହା ଖୁବ୍‌ ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପ୍ରେମିକ ବ୍ରେକ୍‌ଅପ୍‌ ପରେ ତାଙ୍କ ଏକ୍ସ-ଗର୍ଲଫ୍ରେଣ୍ଡକୁ ଖର୍ଚ୍ଚର ଲମ୍ବା ତାଲିକା ପଠାଇଛନ୍ତି। ଏହି ତାଲିକାରେ କ୍ୟାବ୍‌ ଖର୍ଚ୍ଚ, ଫିଲ୍ମ ଦେଖିବା ଖର୍ଚ୍ଚ,କଫି, ଥଣ୍ଡା ପାନୀୟ ଖର୍ଚ୍ଚ ମଧ୍ୟ ସାମିଲ ରହିଛି। ସବୁଠୁ ମଜାଳିଆ କଥା ହେଉଛି ପ୍ରେମିକ ଜଣକ ଖର୍ଚ୍ଚର ହିସାବ ଏକ୍ସଏଲ୍‌ ସିଟ୍‌ରେ ତିଆରି କରି ପ୍ରେମିକାଙ୍କ ନିକଟକୁ ପଠାଇଛନ୍ତି। ପ୍ରତିମାସରେ କେତେ ଖର୍ଚ୍ଚ କରିଛନ୍ତି ତାହା ମଧ୍ୟ ଲେଖିଛନ୍ତି।

ପ୍ରେମିକଙ୍କ ଅନୁଯାୟୀ, ସେ ୭ମାସ ଧରି ଜଣେ ଝିଅ ସହିତ ରିଲେସନଶିପ୍‌ରେ ଥିଲେ। ଯେଉଁଥିରେ ସେ ତାଙ୍କ ପିଛାରେ ପ୍ରାୟ ୧ ଲକ୍ଷ ୨ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ସେ ଖର୍ଚ୍ଚକୁ ଅଧା କମାଇଛନ୍ତି। ମାତ୍ର ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଖର୍ଚ୍ଚରେ ୧୮ ପ୍ରତିଶତ ଜିଏସ୍‌ଟି ମଧ୍ୟ ଯୋଡ଼ିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଖର୍ଚ୍ଚ ତାଲିକାରେ କେଶ କାଟିବା ଏବଂ ମଶା କଏଲ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିବା ଲେଖିଛନ୍ତି।

ଏହି ମଜାଦାର ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ trolls_official ନାମକ ଏକ ଆଇଡିରେ ଶେୟାର କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୨୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହି ପୋଷ୍ଟ ଉପରେ ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ସେ ଠିକ୍‌ କାମ କରିଛନ୍ତି, ଏଥିରେ କ’ଣ ଭୁଲ ଅଛି’। ଆଉ ଜଣେ ଲେଖିଛନ୍ତି, ‘ମଶାଧୂପର ହିସାବ ବି ଛାଡ଼ି ନାହାନ୍ତି’।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri