ରାତିଅଧରେ ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ, ବାଟରେ ଦାଉ ସାଧିଲା ଦଇବ, ଏବେ ବାହୁନି ବାହୁନି କାନ୍ଦୁଛନ୍ତି…

ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ। ଗଢ଼ିଥାନ୍ତେ ସୁଖ ସଂସାର। ହେଲେ ବାଟରେ ଦାଉ ସାଧିଲା ଦଇବ। ଅଧା ରାସ୍ତାରେ ମୋଟରସାଇକେଲ ଦୁର୍ଘଟଣାରେ ପ୍ରେମିକଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରେମିକା ଗୁରୁତର ହୋଇ ବାହୁନି ବାହୁନି କାନ୍ଦୁଛନ୍ତି।

ସୂଚନା ଅନୁସାରେ ଛତରଙ୍ଗ ଗ୍ରାମର ଅମୂଲ୍ୟ ବେହେରା (୨୩) ଭାପୁର ଗ୍ରାମର ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ଗତ ଶନିବାର ରାତିରେ ଅମୂଲ୍ୟ ପ୍ରେମିକାଙ୍କୁ ଭାପୁର ଗ୍ରାମରୁ ଉଠାଇ ଆଣି ମୋଟରସାଇକେଲରେ ଛତରଙ୍ଗକୁ ଆସୁଥିବା ବେଳେ ଭାପୁରଠାରେ ମୋଟରସାଇକେଲ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଅମୂଲ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରେମିକା ଗୁରୁତର ହୋଇଥିଲେ। ଖବର ପାଇ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ପ୍ରେମିକାଙ୍କୁ ଉଦ୍ଧାର କରି ହରଭଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରେମିକଙ୍କ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ମେଡିକାଲକୁ ପଠାଇଛି।

Dharitri – Odisha’s No.1 Trusted Odia Daily