ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ ଛକରେ ଦେଖିବାକୁ ମିଳିଛି। ପ୍ରେମିକାଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରେମିକଙ୍କୁ ବାନ୍ଧିଛି। ପ୍ରେମିକ ଏକ ମୋବାଇଲ୍‌ ଦୋକାନରେ କାମ କରୁଥିବା ବେଳେ ପ୍ରେମିକା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ଗତ ୬ ମାସ ହେବ ଉଭୟ ପରସ୍ପରକୁ ଭଲ ପାଉଥିଲେ। ହେଲେ ଗତ କିଛିଦିନ ପ୍ରେମିକାଙ୍କ କଥାବାର୍ତ୍ତାକୁ ନେଇ ପ୍ରେମିକ ସନ୍ଦେହ କରୁଥିଲେ। ତେଣୁ ରବିବାର ସକାଳେ ପ୍ରେମିକ ତାଙ୍କୁ ଦେଖା କରିବାକୁ ପିତାପଲ୍ଲୀ ଛକକୁ ଡାକିଥିଲେ। ପ୍ରେମିକାଙ୍କ ଚରିତ୍ର ଉପରେ ସନ୍ଦେହକରି ମୋବାଇଲ୍‌ ଦେଖାଇବା ପାଇଁ କହିଥିଲେ। ହେଲେ ପ୍ରେମିକା ମୋବାଇଲ ନ ଦେଖାଇବାରୁ ପ୍ରେମିକ ଯୁବକ ରାସ୍ତା ମଝିରେ ଗୋଡ଼ାଇ ପିଟିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଯାଇ ମାଡ଼ ମଧ୍ୟ ଖାଇଲେ। ଶେଷରେ ପୋଲିସ ପହଞ୍ଚତ୍ ଉକ୍ତ ଯୁବକଙ୍କୁ କାବୁ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଥିଲା।

 

Dharitri – Odisha’s No.1 Odia Daily