ମାଲକାନଗିରି,୧୮ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା କତାପାଲ୍ଲୀ ପଞ୍ଚାୟତ ବଡାଗୁଡା ଗ୍ରାମ ନିକଟ କ୍ରସର ନିକଟ ଏକ ପୋଖରୀରୁ ଉଦ୍ଧାର ହୋଇଥିବା ମୃତଦେହ ଘଟଣାରେ ୩ଜଣଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବିନୋଦ କୁମାର, ଶଙ୍କର ଇଣ୍ଡିଆ, ସାଗର ସୁନାମ ଓ ମନୋଜ ଗୌଡ଼। ସୂଚନାନୁଯାୟୀ, ବଡ଼ାଗୁଡ଼ା ଗଁା ନିକଟ ଏକ ପୋଖରୀରୁ ୧୫ ଦିନ ତଳେ ଏକ ମୃତଦେହ ଜବତ ହୋଇଥିଲା। ଏହା ରେଙ୍ଗାବେଡା ଗ୍ରାମର ବିଜୟ ନାୟକଙ୍କ ପୁଅ ବିଷ୍ଣଙ୍କର ବୋଲି ଚିହ୍ନଟ ହୋଇଥିଲା। ଏ ନେଇ ବିଷ୍ଣୁଙ୍କ ପରିବାର ଲୋକେ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଏହାକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ମାଥିଲି ଥାନାଧିକାରୀ ଦିପାଳୀ ପ୍ରଧାନ ସୂଚନା ଦେଇଛନ୍ତି। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ୩ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।