ସାଧାରଣତଃ ମହିଳାମାନେ ଗୁପ୍ଚୁପ୍ ଖାଇବାକୁ ବେଶୀ ଭଲ ପାଅନ୍ତି। ଯେଉଁଠାରେ ବି ଗୁପ୍ଚୁପ୍ ବିକ୍ରି ହୁଏ, ସେଠାରେ ମହିଳାଙ୍କ ସଂଖ୍ୟା ଅଧିକ ଦେଖାଯାଏ। ଏହି ଗୁପ୍ଚୁପ୍କୁ ନେଇ ରାଜସ୍ଥାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଜଣେ ଗୁପ୍ଚୁପ ବିକ୍ରି କରୁଥିବା ବ୍ୟକ୍ତି ଯୁବତୀଙ୍କୁ ଗୁପ୍ଚୁପ ଖାଇସାରିବା ପରେ ପାମ୍ପଟି ଗୁପ୍ଚୁପ୍ ନ ଦେବାରୁ ତାଙ୍କ ପ୍ରେମିକ ଗାଡି ମାଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଭାଇରାଲ ଭିଡିଓରେ, ସେହି ବ୍ୟକ୍ତି ଗାଡି ମାଲିକଙ୍କୁ ପିଛା କରି ପିଟୁଥିବା ଦେଖାଯାଇଛି, କିଛି ଲୋକ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ଏହି ଘଟଣା ରାଜସ୍ଥାନର ଏକ ବ୍ୟସ୍ତବହୁଳ ବଜାର ଅଞ୍ଚଳରେ ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହିତ ଗୁପ୍ଚୁପ୍ ଖାଇବାକୁ ପହଞ୍ଚିଥିଲେ। କୁହାଯାଉଛି ଯେ, ବିକ୍ରେତା ଗୁପ୍ଚୁପ୍ ଖାଇବା ପରେ ଶୁଖିଲା ପାମ୍ପଡି ଗୁପ୍ଚୁପ୍ ଦେବାକୁ ମନା କରିଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ସେହି ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ ଯେ, ବିକ୍ରେତା ତାଙ୍କ ପ୍ରେମିକାଙ୍କ ଏକ ଭିଡିଓ ତିଆରି କରୁଥିଲେ, ଯାହା ତାଙ୍କୁ ଆହୁରି କ୍ରୋଧିତ କରିଥିଲା। କ୍ରୋଧରେ ସେ ବିକ୍ରେତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କୁ ପିଛା କରି ପିଟିଥିଲେ। ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା।

