ବଳାତ୍କାର, ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ନିକଟ ପ଼ଡ଼ିଆରୁ ଜଣେ ମହିଳାଙ୍କ ମୃତଦେହ ଜବତ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ମହିଳାଙ୍କୁ ବଳାତ୍କାର ପରେ ଓଢ଼ଣିରେ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ପରେ ତାଙ୍କ ପ୍ରେମିକଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଲୋକନାଥ ପୃଷ୍ଟି ଓରଫ ବଳିଆ। ଅଭିଯୁକ୍ତ ଲୋକନାଥଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ମୃତା ମହିଳା ଜଣଙ୍କ ଘର ପୁରୀ ଜିଲାରେ ହୋଇଥିବା ବେଳେ ସେ ରଘୁନାଥପୁର ଅଞ୍ଚଳରେ ଭଡ଼ାଘରେ ରହି ବିଭିନ୍ନ ଆପାର୍ଟମେଣ୍ଟରେ ଘରୋଇ କାମ କରୁଥିଲେ। ଅଭିଯୁକ୍ତ ଲୋକନାଥ ମଧ୍ୟ ସେହି ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରୁଥିଲେ। ତେବେ ଉଭୟ ୭ ମାସ ହେଲା ପରସ୍ପରକୁ ଚିହ୍ନିଥିଲେ ଏବଂ ସେମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଥିଲା। ଫେବୃୟାରୀ ୧୭ ଭୋର ପ୍ରାୟ ୫ଟା ୩୦ ବେଳେ ଉଭୟ ଘଟଣାସ୍ଥଳକୁ ଯାଇଥିଲେ। ତେବେ ସେଠାରେ କୌଣସି କାରଣକୁ ନେଇ ବଚସା ହେବା ପରେ ଲୋକନାଥ ଉକ୍ତ ମହିଳାଙ୍କ ଏକ ଓଢ଼ଣିରେ ତଣ୍ଟି ଚିପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ମୃତଦେହକୁ ଲୋକନାଥ ନିକଟସ୍ଥ ପାଚେରି କଡ଼ରେ ଫୋପାଡ଼ି ଦେଇ ପଳାଇଥିଲେ। ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳର କୃଷ୍ଣଚନ୍ଦ୍ର ମାଝି ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଅପମୃତ୍ୟୁ ମାମଲା (ନଂ.୧/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ପୋଷ୍ଟମର୍ଟମ ଓ ସାଇଣ୍ଟିଫିକ୍‌ ରିପୋର୍ଟରେ ମହିଳାଙ୍କୁ ବଳାତ୍କାର କରି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏ ନେଇ ପୋଲିସ ଆଇପିସି ଦଫା ୩୭୬, ୩୦୨ରେ ଏକ ହତ୍ୟା ମାମଲା (ନଂ. ୪୬/୨୦୨୩) ରୁଜୁ କରି ତଦନ୍ତ ଚଳାଇ ଲୋକନାଥ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଶୁକ୍ରବାର ନନ୍ଦନକାନନ ଅଞ୍ଚଳରେ ସେ ବୁଲୁଥିବା ବେଳେ ପୋଲିସ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri