ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍‌ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍‌ପି, ଗିରଫ ପରେ କୋର୍ଟଚାଲାଣ

ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍‌ରେ ଆଇଆର୍‌ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସ୍‌ପି ଜାଣିପାରିଥିଲେ। ଜିଲା ଆରକ୍ଷୀ ଅଧିକ୍ଷକ ଏହା ଜାଣିବା ପରେ ଥାନାକୁ ଆସି ଗତ ୨୩ ତାରିଖରେ ବାରାକରୁ ଗଞ୍ଜେଇ ଜବତ କରିଥିଲେ। ଏହି ଗଞ୍ଜେଇର ପରିମାଣ ୧୫ କେଜି ୯୩୦ ଗ୍ରାମ ଥିଲା। ଏହି ଘଟଣାରେ ବୌଦ୍ଧ ଏସ୍‌ପି ରାହୁଲ ଗୋଏଲ ୩ ଯବାନଙ୍କୁ ବହିଷ୍କୃତ କରିଛନ୍ତି। ଏହାଛଡ଼ା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ଆଇଆର୍‌ବି ଯବାନ କୁନାଲ ସିଂ, ତ୍ରିଲୋଚନ ରଣା, ନିଲମ ବର୍ଲାଙ୍କୁ ଗିରଫ କରିଛି। ତାଙ୍କ ନାମରେ ମାମଲା ନଂ(୧୧୯/୨୫) ରୁଜୁ କରି ସେମାନଙ୍କୁ କୋର୍ଟଚାଲାଣ କରିଛି।

Share