ବୌଦ୍ଧ କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା

ବୌଦ୍ଧ,୩୧ା୭(ଅଜିତ କୁମାର ବାରିକ): ଜିଲା ପ୍ରଶାସନ ପକ୍ଷରୁ ଐତିହାସିକ ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଜିଲାର ପ୍ରମୁଖ ପ୍ରବେଶ ଦ୍ୱାର କୁହାଯାଉଥିବା ବୌଦ୍ଧ କିଆକଟା ମହାନଦୀ ସେତୁ ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଏହି ସେତୁ ଉପରେ ବୌଦ୍ଧ ଜିଲା ସମେତ ପଡୋଶୀ ଅନୁଗୋଳ, ସମ୍ବଲପୁର , ସୋନପୁର ଜିଲାର ଲୋକମାନେ ନିର୍ଭର କରିଥାନ୍ତି। ଏହି ସେତୁ ମହାନଦୀ ଉପରେ ଦ୍ୱିତୀୟ ଦୀର୍ଘତମ ସେତୁ ଭାବରେ ମାନ୍ୟତା ପାଇଛି। ଏହି ସେତୁ ଦେଇ ଦୈନିକ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ଯିବା ଆସିବା କରୁଛି। ଏବେ କଟକ ସମ୍ବଲପୁର ରାସ୍ତା ନିର୍ମାଣ କାମ ଚାଲିଥିବା ଯୋଗୁ ବହୁ ସଂଖ୍ୟକ ଭାରୀଯାନ ସେତୁ ଉପର ଦେଇ ଯିବା ଆସିବା କରୁଛି। ଫଳରେ ମୂଳ ସେତୁର କୌଣସି କ୍ଷତି ନ ହେଲେ ମଧ୍ୟ ସେତୁ ଉପରେ ଢଳାଯାଇଥିବା କଂକ୍ରିଟ ଆସ୍ତରଣ ବାରମ୍ବାର ଫାଟି ଲୁହାଛଡ ସବୁ ବିପଦଜନକ ଭାବରେ ବାହାରକୁ ବାହାରି ରହିଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅଳ୍ପଦିନ ପରେ ପୁଣି ଥରେ କଂକ୍ରିଟ ଫାଟି ଛଡ ସବୁ ବାହାରି ଖାଲ ସୃଷ୍ଟି ହୋଇଯାଉଥିବା ଦେଖାଯାଉଛି। ଏହି ସେତୁ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେଲାଣି। ହେଲେ ସେତୁ ଉପରେ ସୃଷ୍ଟି ହୋଇଥିବା ଖାଲର ସ୍ଥାୟୀ ମରାମତି କରାଯାଉ ନ ଥିବାରୁ ସବୁବେଳେ ଦୁର୍ଘଟଣା ଘଟୁଛି। ଦୁଇବର୍ଷ ପୂର୍ବରୁ ଏହି ସେତୁର ଆଲୋକୀକରଣ କରାଯାଇଥିଲା। ବର୍ତ୍ତମାନ ଲାଇଟ ଜଳୁ ନ ଥିବା ଦେଖିବାକୁ ମିଳିଛି। ଜିଲାରେ ମହାନଦୀ ଉପରେ ଧଳପୁର -ଆଠମଲ୍ଲିକ ଓ ବୌଦ୍ଧ -ମର୍ଜାକୁଦ ମଧ୍ୟରେ ଦୁଇଗୋଟି ସେତୁ ନିର୍ମାଣ କରାଯାଇ ଉଦ୍‌ଘାଟନ ଅପେକ୍ଷାରେ ଥିବା ବେଳେ ମାତ୍ର ୨୧ ବର୍ଷ ତଳେ ନିର୍ମିତି ବୌଦ୍ଧ କିଆକଟା ସେତୁର ସୁରକ୍ଷା ପ୍ରତି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଦୃଷ୍ଟି ଦିଆ ନ ଯିବା ବିଡମ୍ବନାର ବିଷୟ। ଯଥାଶୀଘ୍ର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri