ବୋଷ-ଆଇନଷ୍ଟାଇନ ଘନୀଭବନ ତତ୍ତ୍ୱ

ଚଳିତ ବର୍ଷ ସମଗ୍ର ପୃଥିବୀରେ ବୋଷ-ଆଇନଷ୍ଟାଇନ୍‌ ଘନୀଭବନ ତତ୍ତ୍ୱର ଏକଶତ ବର୍ଷ ପାଳନ କରାଯାଇଛି। ଏହି ତତ୍ତ୍ୱର ସ୍ରଷ୍ଟା ହେଉଛନ୍ତି ଭାରତର ସତ୍ୟେନ୍ଦ୍ର ନାଥ ବୋଷ (୧୮୯୪-୧୯୭୪) ଏବଂ ଜର୍ମାନୀର ଆଲବର୍ଟ ଆଇନଷ୍ଟାଇନ (୧୮୭୯-୧୯୫୫)। ଜର୍ମାନୀ ବୈଜ୍ଞାନିକ ମାକ୍ସ ପ୍ଲାଙ୍କ (୧୮୫୮-୧୯୪୭) ୧୯୦୦ ମସିହାରେ ପ୍ରକାଶ କଲେ ଯେ, ଗୋଟିଏ କୃଷ୍ଣ ବସ୍ତୁରୁ ତାହାର ଶକ୍ତି ବିକିରଣ ଅନବରତ ଭାବେ ନ ହୋଇ କ୍ୱାଣ୍ଟା ଆକାରରେ ଆସିଥାଏ। ଏଥିରୁ କ୍ୱାଣ୍ଟମ ବିଜ୍ଞାନର ଉଦ୍ଭବ ହେଲା। ଏଥିପାଇଁ ପ୍ଲାଙ୍କ ଗୋଟିଏ ସମୀକରଣ ପ୍ରକାଶ କରିଥିଲେ। ମାତ୍ର ସେହି ସମୀକରଣ ଗଠନ ପଦ୍ଧତିରେ କେତେକ ଯୁକ୍ତିଯୁକ୍ତ ଅସଙ୍ଗତି ଥିଲା। ସେତେବେଳେ ଢାକା ବିଶ୍ୱବିଦ୍ୟାଳୟର ୩୦ ବର୍ଷ ବୟସ୍କ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସତ୍ୟେନ୍ଦ୍ର ନାଥ ବୋଷ ଏହାର ଏକ ସାମଞ୍ଜସ୍ୟପୂର୍ଣ୍ଣ ପଦ୍ଧତି ପାଇଲେ। ସେ ୧୯୨୪ ମସିହାରେ ପ୍ଲାଙ୍କଙ୍କ କ୍ୱାଣ୍ଟମ ତତ୍ତ୍ୱ ଉପରେ ଏକ ନିବନ୍ଧ ଲେଖିଲେ। ଏହାର ନାମ ହେଉଛି ‘ପ୍ଲାଙ୍କଙ୍କ ନିୟମ ଏବଂ ଆଲୋକ କ୍ୱାଣ୍ଟମ ତଥ୍ୟ’। ସେ ଏହି ପ୍ରବନ୍ଧକୁ ପ୍ରକାଶ କରିବା ପାଇଁ ଲଣ୍ଡନର ଫିଲୋସୋପିକାଲ ମାଗାଜିନକୁ ପଠାଇଲେ। ମାତ୍ର ଏହା ପ୍ରକାଶ ପାଇଲା ନାହିଁ। ସେ ଏହାପରେ ଏହାକୁ ଆଇନଷ୍ଟାଇନଙ୍କ ନିକଟକୁ ପଠାଇଲେ ଏବଂ ଏଥିରେ ଟିପ୍ପଣୀ ଦେବାକୁ ଅନୁରୋଧ କଲେ।
କ୍ୱାଣ୍ଟମ ପରିସଂଖ୍ୟାନରୁ ପ୍ଲାଙ୍କଙ୍କ ବିକିରଣ ସୂତ୍ରକୁ ବ୍ୟୁତ୍ପତ୍ତି ଦେବାବେଳେ ସତ୍ୟେନ୍ଦ୍ର ବୋଷ ଫୋଟନ୍‌ କ୍ୱାଣ୍ଟମକୁ କଣିକା ଭାବରେ ନେଇଥିଲେ। ଆଇନଷ୍ଟାଇନ ବୋଷଙ୍କ ମତକୁ ଠିକ୍‌ ମନେ କଲେ ଏବଂ ଏହାକୁ ଜର୍ମାନୀ ଭାଷାରେ ଅନୁବାଦ କରି ବିଜ୍ଞାନ ପତ୍ରିକା ‘ଜାଇଟଶ୍ରିଫଟ ଫ୍ୟୁର ଫିସିକ’ରେ ପ୍ରକାଶ କଲେ। ନିବନ୍ଧ ଶେଷରେ ନିଜର ମତ ଲେଖିଥିଲେ। ”ମୋ ମତରେ ବୋଷ ପ୍ରବର୍ତ୍ତିତ ପଦ୍ଧତି ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିର ସୂଚନା ଦେଉଛି ଏବଂ ଏହି ପଦ୍ଧତି ବ୍ୟବହାର କରି ଆଦର୍ଶ ଗ୍ୟାସ୍‌ର କ୍ୱାଣ୍ଟମ ତତ୍ତ୍ୱ ମିଳିବା ସମ୍ଭବ।“ ଏହା ବୋଷକୁ ବିଜ୍ଞାନ ଜଗତରେ ଖ୍ୟାତି ଆଣି ଦେଇଥିଲା।
ବୋଷ ଆଲୋକ କଣିକା ଫୋଟନର ପରିସଂଖ୍ୟାନୀୟ ବିତରଣ ପାଇଁ ଏହି ନୂତନ ସୂତ୍ର ପ୍ରତିପାଦନ କରିଥିଲେ। ଆଇନଷ୍ଟାଇନ ଏହା ଉପରେ ଅଧିକ ଗବେଷଣା କରି ଜାଣିପାରିଲେ ଯେ, ବୋଷଙ୍କ ପରିସଂଖ୍ୟାନ କେବଳ ଆଲୋକକଣିକା ପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ସେ ଏହିସବୁ କଣିକାର ଗୋଟିଏ ତାଲିକା ପ୍ରସ୍ତୁତ କଲେ। ଏହା ‘ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ’ ନାମରେ ଜଣା ଏବଂ ଏହାକୁ ପଦାର୍ଥ ବିଜ୍ଞାନର ଏକ ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଭାବରେ ବିଚାର କରାଯାଏ। ଯେଉଁ କଣିକାଗୁଡିକ ଏହି ନିୟମକୁ ମାନନ୍ତି, ସେଗୁଡିକୁ ବୋଷଙ୍କ ନାମାନୁସାରେ ‘ବୋଷନ’ କୁହାଯାଏ। ପଦାର୍ଥ ବିଜ୍ଞାନରେ କଣିକାଗୁଡିକର ଘୂର୍ଣ୍ଣନକୁ ନେଇ ସେଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ଗୋଟିଏ ହେଉଛି ବୋଷୋନ ଓ ଅନ୍ୟଟି ହେଉଛି ‘ଫର୍ମୟନ’ (ଇଟାଲୀର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ଏନରିକୋ ଫର୍ମିଙ୍କର ନାମାନୁସାରେ ନାମିତ ହୋଇଛି)। ବୋଷୋନ କଣିକାଗୁଡିକ ଘୂର୍ଣ୍ଣନ ଏକ ପୂର୍ଣ୍ଣ ସଂଖ୍ୟା ହୋଇଥିବା ବେଳେ ଫର୍ମିୟନଗୁଡିକ ଅର୍ଦ୍ଧ-ପୂର୍ଣ୍ଣସଂଖ୍ୟାରେ ଘୂର୍ଣ୍ଣନ କରିଥାଆନ୍ତି।
ଅତି କମ୍‌ ତାପମାତ୍ରାରେ ଫର୍ମିୟନଗୁଡିକ ପରସ୍ପରକୁ ବିକର୍ଷଣ କରନ୍ତି ଏବଂ ବୋଷୋନଗୁଡ଼ିକ ପରସ୍ପରକୁ ଆକର୍ଷଣ କରି ଏକାଠି ରହନ୍ତି। ଏହି ଅବସ୍ଥାରେ ବୋଷନଗୁଡିକ ନିଜ ନିଜର ଅସ୍ତିତ୍ୱ ହରାଇ ଗୋଟିଏ ବିଶାଳ ପରମାଣୁରେ ପରିଣତ ହୁଅନ୍ତି, ଯାହାର ବୈଶିଷ୍ଟ୍ୟ ଯେକୌଣସି ପରିଚିତ ପଦାର୍ଥଠାରୁ ଅଲଗା। (କ୍ରମଶଃ..)

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌ ୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri